ମାତା ସୀତା ମଧ୍ୟ କରିଥିଲେ ଏକ ମହାପାପ, ମାତା ସୀତାଙ୍କ ଏକ ସୁନ୍ଦର କାହାଣୀ… ଯାହା ଆଗରୁ କେହି ଆପଣଙ୍କୁ କହି ନଥିବେ

ବନ୍ଧୁଗଣ ପଦ୍ମ ପୁରାଣ ଅନୁଯାୟୀ ମାତା ସୀତା ମଧ୍ୟ ଏକ ମହାପାପ କରିଥିଲେ । ଯେଉଁ କାରଣରୁ ସେ ଗର୍ଭବତୀ ଥିବା ବେଳେ ଭଗବାନ ରାମ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ଭଗବାନବଙ୍କ ରାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ମାତା ସୀତାଙ୍କୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ । ଆଜି ଆମେ ଜାଣିବା ମାତା ସୀତା କେଉଁ ମହାପାପ କରିଥିଲେ । ପଦ୍ମ ପୁରାଣ ଅନୁଯାୟୀ ମାତା ସୀତା ବିବାହ ପୂର୍ବରୁ ଦିନେ ସଖୀ ମାନଙ୍କ ସହ ରାଜା ବାଟିକାରେ ଭ୍ରମଣ କରୁଥିଲେ ।

ସେହି ସମୟରେ 2ଟି ପକ୍ଷୀ ବସି ଭଗବାନ ରାମ ଓ ସୀତାଙ୍କ ବିଷୟରେ କଥା ହେଉଥିଲେ କାରଣ ପକ୍ଷୀ ଦୁଇଟି ବାଲ୍ମୀକିଙ୍କ ଆଶ୍ରମରେ ପ୍ରତିଦିନ ରାମ କଥା ଶୁଣୁଥିଲେ । ଏହାପରେ ମାତା ସୀତା ପକ୍ଷୀ ଦୁଇଟିଙ୍କୁ ଧରି ନେଇ ତାଙ୍କୁ ସତ କଥା କହିବାକୁ କହିଲେ । ମାତା ସୀତା କହିଲେ ରାମ ଓ ସୀତା କିଏ ?

ଏହାପରେ ପକ୍ଷୀ ଦୁଇଟି କହିଲେ ଆମେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ରହୁ ଓ ସେ ରାମ କଥା ଶୁଣନ୍ତି ଯାହା ଆମେ ଶୁଣିଥାଉ । ଏହାପରେ ପକ୍ଷୀ ଦୁଇଟି ଭଗବାନ ରାମଙ୍କ ଗୁଣଗାନ କରିବା ସହ ତାଙ୍କ ବିଷୟରେ ସବୁ କହିବାକୁ ଲାଗିଲେ । ଏହାପରେ ଦେବୀ ସୀତା ପକ୍ଷୀଙ୍କୁ ସୁନାର ପଞ୍ଜୁରିରେ ରହିବାକୁ କହିଲେ କିନ୍ତୁ ପକ୍ଷୀ କହିଲେ ଆମେ ଜଙ୍ଗଲରେ ଉଡିଥାଉ କେବେ ବି ପଞ୍ଜୁରି ଭିତରେ ରହିପାରିବୁନି ।

ଏହାପରେ ଦେବୀ ସୀତା ନିର୍ଦ୍ଦୟ ହୋଇ ପକ୍ଷୀଙ୍କୁ ପଞ୍ଜୁରି ଭିତରେ ଭର୍ତ୍ତି କରିଦେଲେ । ସେହି ସମୟରେ ମା ପକ୍ଷୀଟି ଗର୍ଭବତୀ ଥିଲା । ଦୁହେଁ କାନ୍ଦିବାରୁ ମାତା ସୀତା ପୁରୁଷ ପକ୍ଷୀକୁ ଛାଡି ଦେଲେ କିନ୍ତୁ ମା ଶୁଆ ପକ୍ଷୀକୁ ଛାଡିଲେ ନାହିଁ । ପୁରୁଷ ପକ୍ଷୀଟି ବହୁତ କଷ୍ଟରେ ରହିବା ପରେ 2-3 ଦିନ ପରେ ମାତା ସୀତାଙ୍କୁ ଦେଖା କରିବାକୁ ଯାଇଥିଲେ ।

ଆଉ ସେଠାରେ ଦେଖିଲେ ମା ଶୁଆ ପକ୍ଷୀଟି ମରିଯାଇଛି । ଏହାପରେ କାନ୍ଦି କାନ୍ଦି ପୁରୁଷ ପକ୍ଷୀଟି କହିଲା ମୋ ସ୍ତ୍ରୀ ଯେମିତି ଗର୍ଭବତୀ ଥିବା ସମୟରେ ମୋ ଠାରୁ ଅଲଗା ହେଲା ତୁମେ ମଧ୍ୟ ସେମିତି ଗର୍ଭାବସ୍ଥା ସମୟରେ ତୁମ ସ୍ବାମୀଙ୍କ ଠାରୁ ଅଲଗା ହୋଇଯିବ । ମୁଁ ଅଯୋଧ୍ୟା ନଗରୀରେ ଜନ୍ମ ନେଇ ଏପରି ନିନ୍ଦା କରିବି ଯେ ପ୍ରଜାମାନେ ତୁମକୁ ନିନ୍ଦା କରିବେ ଏବଂ ବାଧ୍ୟ ହୋଇ ଭଗବାନ ରାମ ତୁମକୁ ତ୍ୟାଗ କରିବି ।

ଏହିପରି ପୁରୁଷ ପକ୍ଷୀଟି ଅଭିଶାପ ଦେଇ ପ୍ରାଣ ତ୍ୟାଗ କରିଲା । ଏହାପରେ ଶୁଆ ପକ୍ଷୀର ଜନ୍ମ ଧୋବା ପରିବାରରେ ଅଯୋଧ୍ୟାରେ ହେଲା । ଯେବେ ଭଗବାନ ରାବଣକୁ ମାରି ମାତା ସିତାଙ୍କୁ ଉଧାର କରିଲେ ମାତା ସୀତା ଅଗ୍ନି ପରୀକ୍ଷା ଦେଇଥିଲେ । ତଥାପି ଧୋବାଟି ମାତା ସୀତାଙ୍କ ଚରିତ୍ର ସହ ରାବଣ କୁ ଯୋଡି ଏମିତି ସମ୍ପର୍କ ତିଆରି କରିଲା ଯେ ପ୍ରଜାମାନେ ସୀତାଙ୍କର ନିନ୍ଦା କରିବାକୁ ଲାଗିଲେ ।

ତେଣୁ ଭଗବାନ ରାମ ବାଧ୍ୟ ହୋଇ ମାତା ସୀତାଙ୍କୁ ଘରୁ ବାହାର କରି ଦେଇଥିଲେ ଆଉ ସେହି ସମୟରେ ମାତା ସୀତା ଗର୍ଭବତୀ ଥିଲେ । ମାତା ସୀତା ଏହି ପାପଟି କରିଥିଲେ । ବନ୍ଧୁଗଣ ଆପଣଙ୍କୁ ଏହି କାହାଣୀଟି କେମିତି ଲାଗିଲା ଆମକୁ କମେଣ୍ଟ ଦ୍ଵାରା ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *