ମାଣବସା ଗୁରୁବାର, ପାଳନ କରନ୍ତୁ ଏହି ନିୟମ… ଘରକୁ ହେବ ଧନର ଆଗମନ

ନମସ୍କାର ବନ୍ଧୁଗଣ, ମାତା ଲକ୍ଷ୍ମୀଙ୍କୁ ଗୁରୁବାର ଦିନ ପୂଜା କରଯାଏ । ବିଧି ଅନୁଯାୟୀ ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କ ପୂଜା ପାଇଁ ସିଦ୍ଧ ଅଟେ । ଏହି ଗୁରୁବାର ଦିନ ଅନେକ ନୀତି ନିୟମ ସହ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ତେବେ ଆସନ୍ତୁ ଜାଣିବେ କିଛି ନିୟମ ଯାହାକୁ ମାର୍ଗଶିର ମାସ ଗୁରୁବାର ଦିନ ପାଳନ କରିବା ଦ୍ଵାରା ଧନ ଆସିବାର ସ୍ରୋତ ଆପଣଙ୍କୁ ମିଳିବ । ତେବେ ଆସନ୍ତୁ ଜାଣିବା ସମସ୍ତ ନିୟମ ସମ୍ପର୍କରେ ।

ମାଣବସା ଗୁରୁବାର ପୂର୍ବଦିନ ରାତିରେ ଘର ଦ୍ଵାରା ଭଲ ଭାବରେ ଧୋଇବେ । ଯଦି ମାଟି ଘର ହୋଇଥାଏ ତେବେ ନୂଆ ମାଟି କିମ୍ବା ଗୋବର ଆଣି ଲିପିବା ଦରକାର । ଏହା ପରେ ଆପଣ ଘରକୁ ଭଲ ଭାବରେ ସଫା ସୁତୁରା କରିବେ । ଏବଂ ଘର ସାରା ସବୁ ଆଡେ ମାତା ଲକ୍ଷ୍ମୀଙ୍କ ପ୍ରିୟ ଶଙ୍ଖ,ପଦ୍ମ, ହାତୀ, ଝୋଟି ଇତ୍ୟାଦି ପକାଇବେ । ଏହା ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ ।

ଏହା ପରେ ଗୁରୁବାର ଦିନ ସକାଳୁ ମା ଙ୍କ ପୂଜା କରିବା ସ୍ଥାନରେ ଏକ ଧୁଆ ହୋଇଥିବା ଖଟୁଲି ଟିଏ ରଖନ୍ତୁ । ନଚେତ କୌଣସି ଚେୟାର କିମ୍ବା ଟେବୁଲ ଟିଏ ରଖନ୍ତୁ । ଏହା ଉପରେ ପୂର୍ବ ଦିନରୁ ଚିତା ପକାଇ ରଖିଥିବା ଏକ ମାଣଟିଏ ରଖନ୍ତୁ । ସେଥିରେ ଦେଉଳ ଆକାର କରି ଭରପୁର ଶୁକ୍ଲ ବର୍ଣର ଧାନ ରଖିବା ଦରକାର । ସେହି ଧାନ ଉପରେ ହଳଦୀ ପାଣିରେ ଧୁଆ ହୋଇଥିବା ତିନି ଗୋଟି ଗୁଆ ରଖିବେ ।

ଏହା ଉପରେ ଧାନ ସୀସା ବା ଧାନ ମେଣ୍ଡା ରଖନ୍ତୁ । ଏହାକୁ ନାରୀ ମାନଙ୍କୁ ସଜାଇବା ଭଳି ନୂଆ ଓଢଣି ଏବଂ ସମସ୍ତ ଶ୍ରୀଙ୍ଗାର ରଖି ଭଲ ଭାବରେ ସଜାଯାଏ । ଏହା ପାଖରେ ମାତା ଲକ୍ଷ୍ମୀଙ୍କ କୌଣସି ଏକ ଫାଟ ଚିତ୍ର ରଖାଯାଇଥାଏ । ନବ ବଧୁ ଭଳି ଧାନ ମାଣ ପାଖରେ ମାତା ଲକ୍ଷ୍ମୀଙ୍କ ଫଟ ଚିତ୍ର ରଖି ସଜାଇ ଦିଆଯାଏ ।

ଧୂପ ଦୀପ ପଞ୍ଚ ଉପଚାରରେ ମାତା ଲକ୍ଷ୍ମୀଙ୍କ ପୂଜା ଆଳତି କରାଯାଏ । ନାନା ପିଠା ପଣା କରି ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗାଯାଏ । ସକାଳ, ଦ୍ଵିପହର ଏବଂ ସଞ୍ଜରେ ମାତା ଲକ୍ଷ୍ମୀଙ୍କୁ ଭୋଗ ଲାଗି କରାଯାଏ । ଦ୍ଵିପହର ସମୟରେ ଅନ୍ନ ଖେଚେଡି ଡାଲି, ଡାଲମା, ଖଟା, ଶାଗ ଇତ୍ୟାଦି ପ୍ରସାଦ ଚଢାଯାଏ । ମାତା ଲକ୍ଷ୍ମୀଙ୍କ ପ୍ରିୟା କୋଶଳ ଏବଂ ମୂଳା ଶାଗର ପ୍ରସାଦ ନିହାତି ଲଗାନ୍ତୁ ।

ମାତା ଲକ୍ଷ୍ମୀଙ୍କ ପ୍ରିୟ ପଦ୍ମ ଫୁଲ ତାଙ୍କୁ ଅର୍ପଣ କରିବା ସହ ସମ୍ପୂର୍ଣ ଲକ୍ଷ୍ମୀ ପୁରାଣର ପାଠ କରିବା ଦରକାର । ଏହିଭଳି ଭାବରେ ମାର୍ଗଶିର ମାସ ଗୁରୁବାର ବ୍ରତ ପାଳନ କରାଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *