ଗୁରୁବାର ଦିନ କଦଳୀ ଗଛ ମୂଳରେ ପୋତି ଦିଅନ୍ତୁ ଏହି ଜିନିଷ, ସମସ୍ତ ସମସ୍ୟା ହେବ ଦୂର

ନମସ୍କାର ବନ୍ଧୁଗଣ, ବୃହସ୍ପତିଙ୍କ ବାର ଭାବରେ ଗୁରୁବାରର ମାନ୍ୟତା ରହିଛି । ତେଣୁ ଏହିଦିନ ଜନ୍ମ କୁଣ୍ଡଳୀର ସୁଖର କାରକ ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ନିହାତି ଦରକାର । ବିବାହ ସନ୍ତାନ ପ୍ରାପ୍ତି ଏହି ସମସ୍ତ ସୁଖର କାରକ ହୋଇଥିବା ହେତୁ ବୃହସ୍ପତିଙ୍କ ବାର ଗୁରୁବାର ଦିନ ଯଦି ଆପଣ ମାନେ କିଛି ନିୟମର ପାଳନ କରନ୍ତି ତେବେ ବୃହସ୍ପତିଙ୍କ କୃପା ହେତୁ ଆପଣଙ୍କ ଜୀବନରେ ସମସ୍ତ ଅସୁବିଧାର ଅନ୍ତ ଘଟି ହସ ଖୁସି ଆସିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ଆପଣ ମାନେ ଜାଣି ରଖନ୍ତୁ କି କଦଳୀ ଗଛର ପୂଜାରେ ବୃହସ୍ପତି ଦେବ ପ୍ରସନ୍ନ ହୋଇଥାନ୍ତି । ତେଣୁ ଆପଣ ଗୁରୁବାର ଦିନ ଏକ ହଳଦିଆ କପଡାରେ କିଛି ଚନ୍ଦନ କାଠ ବାନ୍ଧି କଦଳୀ ଗଛ ମୂଳରେ ଅର୍ପଣକରନ୍ତୁ । ଏହା ଆପଣଙ୍କ ବ୍ୟାପାର ବାଣିଜ୍ୟରେ ଉନ୍ନତି ଆଣିଥାଏ । ଗୁରୁବାର ଦିନ ସକାଳୁ ଉଠି ସ୍ନାନ ସାରି କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ।

ଏହାପରେ ଯାଇ ଆପଣ ହଳଦିଆ କପଡାରେ ବାନ୍ଧିଥିବା ଚନ୍ଦନ କାଠର ପୁଟୁଳିକୁ କଦଳୀ ଗଛରେ ବାନ୍ଧି ଦିଅନ୍ତୁ । ଏହା ଆପଣଙ୍କ ମନରେ ରହିଥିବା ସମସ୍ତ ଇଚ୍ଛାକୁ ପୁରା କରିଥାଏ । ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ହଳଦୀ ମିଶା ପାଣି ନିଶ୍ଚିନ୍ତ ଅର୍ପଣ କରନ୍ତୁ । ଗୁରୁବାର ଦିନ ହଳଦୀ ଗଛ ମୂଳରେ ଜଳ ଅର୍ପଣ କରିବା ସହ କିଛି ଖିସ ମିସ ଅର୍ପଣ କରନ୍ତୁ ।

ଏହା ଫଳରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ । ଏହି ଉପାୟକୁ ଆପଣ ପ୍ରତ୍ୟକ ଗୁରୁବାର ଦିନ ଦେଖନ୍ତି ତେବେ ଆପଣଙ୍କ ସମ୍ପର୍କ ମଧ୍ୟରେ କେହି ମଧ୍ୟ କେବେ ଫାଟ ସୃଷ୍ଟି କରିପାରିବେ ନାହିଁ । ବିବାହ ଏବଂ ସନ୍ତାନ ପ୍ରାପ୍ତି ଜନିତ କୌଣସି ଅସୁବିଧା ଆପଣଙ୍କ ଜୀବନରେ ଥିଲେ ଆପଣ ଗୁରୁବାର ଦିନ କଦଳୀ ଗଛର ପୂଜା କରନ୍ତୁ ।

ହଳଦୀ ପାଣି ଅର୍ପଣ କରିବା ସହ ଏକ ଛୋଟ ଖଣ୍ଡ ହଳଦିଆ କପଡା ହଳଦୀ ଗଛରେ ବାନ୍ଧି ଦିଅନ୍ତୁ । ଏହା କରିବା ପରେ କଦଳୀ ଗଛ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ । ଧନ ଜନିତ ଅସୁବିଧା ଥିଲେ ଆପଣ ଗୁରୁବାର ଦିନ କଦଳୀ ଗଛରେ ଚନ୍ଦନ ମାଳା ଟାଙ୍ଗୀ ଦିଅନ୍ତୁ ।

ଯଦି ଆପଣ କରଜରେ ବୁଡି ରହିଛନ୍ତି କିମ୍ବା ଆପଣଙ୍କ ବିବାହ ହୋଇପାରୁ ନାହିଁ ତେବେ ଆପଣ 2ଟି ଖଣ୍ଡ ହଳଦୀ କଦଳୀ ଗଛ ମୂଳରେ ପୋତି ଦିଅନ୍ତୁ । ଏହାକୁ ଯଦି ଆପଣ ସାତୋଟି ଗୁରୁବାର ପର୍ଯ୍ୟନ୍ତ କରନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ଅସୁବିଧାର ସମାପ୍ତ ହୋଇଥାଏ । ଆପଣ ଖୁସିରେ ଜୀବନ ବିତାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *