ନମସ୍କାର ବନ୍ଧୁଗଣ, କାର୍ତ୍ତିକ ମାସ ପରେ ଏବେ ମାର୍ଗଶିର ମାସର ଆଗମନ ହେବାକୁ ଯାଉଛି । ମାର୍ଗଶିର ମାସରେ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ । ମାର୍ଗଶିର ମାସରେ ପ୍ରତ୍ୟକ ଘରେ ମାଣ ବସାଯଇଥାଏ । ଝୋଟି ଚିଟା ଇତ୍ୟାଦି ଘରେ ଅଙ୍କା ଯାଇଥାଏ । କାରଣ ଏହା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାସହ ମାଣବସା ଦିନ ରାତିରେ ଆଉ କେଉଁ ଉପାୟ କରିବା ଦରକାର ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା କଣ କରିବାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
ମାର୍ଗଶିର ମାସର ଗୁରୁବାର ଦିନ ସକାଳେ ସମସ୍ତ କାର୍ଯ୍ୟ ତଥା ମାଣବସା ସରିଲା ପରେ ରାତିରେ ଏହି କାର୍ଯ୍ୟ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଥାଏ । ପ୍ରଥମେ ଆପଣ ଦୁଇଟି ପାଚିଲା କଦଳୀ ଆଣିବେ । ଧ୍ୟାନ ରଖିବେ ସେହି କଦଳୀଟି ଯେମିତି ସଫା ଥିବ । ଏବଂ ସେହି କଦଳୀରେ କୌଣସି ଦାଗଟିଏ ମଧ୍ୟ ନଥିବ ।
ଆପଣଙ୍କ ଦ୍ଵାରା ସମ୍ଭବ ଥିଲେ ଯୋଡି ହୋଇଥିବା କଦଳୀ ଏଥିପାଇଁ ବ୍ୟବହାର କରିବା ଭଲ ହୋଇଥାଏ । କାରଣ ଯୋଡା କଦଳୀକୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନି ନିଆଯାଇଥାଏ । ଗୁରୁବାର ଦିନ ସନ୍ଧ୍ୟା କିମ୍ବା ରାତି ସମୟରେ ଆପଣ ଏହି ଉପାୟକୁ ନିଶ୍ଚିନ୍ତ ରୂପେ କରନ୍ତୁ । ଏହି କଦଳୀକୁ ଆପଣ ମା ଲକ୍ଷ୍ମୀଙ୍କ ପାଖରେ ରଖନ୍ତୁ ।
ଏହାପରେ ମା ଲକ୍ଷ୍ମୀଙ୍କ ସାମ୍ନାରେ ହାତ ଯୋଡି ନିଜ ମନର ଦୁଃଖ କଥା ଜଣାନ୍ତୁ । ଆପଣଙ୍କ ମନରେ ରହିଥିବା ସମସ୍ତ କଥାକୁ ଆପଣ ମା ଲକ୍ଷ୍ମୀଙ୍କ ଆଗରେ କୁହନ୍ତୁ ଏବଂ ମାଗନ୍ତୁ । ଏହାପରେ ଆପଣ ସିନ୍ଦୁର ଓ ତେଲ ନିଅନ୍ତୁ । ଏହି ସିନ୍ଦୁର ଏବଂ ତେଲକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣରେ କଦଳୀ ଉପରେ ସ୍ଵାସ୍ତିକ ଚିହ୍ନ କରନ୍ତୁ ।
ଏହା କରିସାରିବା ପରେ ଆପଣ ମନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ମନରେ ଧ୍ୟାନ କରି ” ଓମ ନମୋ ଭଗବତେ ବସୁଦେବାୟ ନମଃ ” ମନ୍ତ୍ରଟିକୁ 21 ଥର ଜପ କରନ୍ତୁ । ସେହି କଦଳୀକୁ ସେହିଭଳି ଭଗବାନଙ୍କ ପାଖରେ ରାତିସାରା ରହିବାକୁ ଦିଅନ୍ତୁ । ଆପଣ ଏହାର ପରଦିନ ସକାଳୁ ଉଠି ପ୍ରଥମେ ସ୍ନାନ କରିନିଅନ୍ତୁ ।
ଏହାପରେ ଆପଣ ପୂଜା ସାରି ଘର ପରିବାର ସଦସ୍ୟଙ୍କ ମଧ୍ୟରେ ରାତିରେ ରଖିଥିବା କଦଳୀକୁ ଟିକିଏ ଟିକିଏ କରି ବାଣ୍ଟି ଦିଅନ୍ତୁ । ଏହି ଉପାୟଟି କରିବାଦ୍ଵାରା ଆପଣଙ୍କର ସମସ୍ତ ଗ୍ରହ ଦୋଷ ଦୂର ହୋଇଥାଏ । ଏବଂ ମା ଲକ୍ଷ୍ମୀ ସଦା ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।