ମାଣଓଷା ଶେଷପାଳି, ଧନୁ ସଙ୍କ୍ରାନ୍ତିରେ କରନ୍ତୁ ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ଡିସେମ୍ବର ୧୬ରେ ଧନୁ ସଙ୍କ୍ରାନ୍ତି ହେବା ସହ ମାଣଓଷା ଶେଷ ପାଳି ପଡୁଛି । ହିନ୍ଦୁ ଧର୍ମ ଅନୁସାରେ ପ୍ରେତକ ସଙ୍କ୍ରାନ୍ତିର ଅଲଗା ଅଲଗା ମହତ୍ଵ ରହିବା ସହ ବର୍ଷକରେ ୧୨ ଗୋଟି ସଙ୍କ୍ରାନ୍ତି ପାଳନ କରାଯାଏ । ସଙ୍କ୍ରାନ୍ତିରେ ଅନେକ ରୀତିନୀତି କରା ଯାଇଥାଏ । ସଙ୍କ୍ରାନ୍ତି ଦିନ ଏହି ୩ଟି କାମ କରିଲେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବା ସହ ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି କାମ ଗୁଡିକ କଣ କରିବା ଉଚିତ ।

୧- ଏହି ଧନୁ ସଙ୍କ୍ରାନ୍ତିରେ ମୁଆଁର ପହିଲି ଭୋଗ ବିଭିନ୍ନ ମନ୍ଦିର ମାନଙ୍କରେ ଲଗା ଆଇଥାଏ । ଧନୁ ମୁଆଁର ବିଶେଷ ମହତ୍ଵ ରହିଛି । ଆପଣ ଧନୁ ସଙ୍କ୍ରାନ୍ତି ଦିନ ଧନୁ ମୁଆଁ ମନ୍ଦିରରେ ଭୋଗ ଲଗାଇବା ପରେ ନିଜ ଘରେ ଠାକୁର ଘରେ ଭୋଗ ଲଗାଇଲେ ଶୁଭ ହୋଇଥାଏ । ଏହି ମୁଆଁ ବଜାରରୁ କିଣି ପାରିବେ ନଚେତ ନିଜ ଘରେ ତିଆରି କରି ପାରିବେ । ଏହି ମୁଆଁ ଭୋଗ ଲଗାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ବାଣ୍ଟିଦେବା ଉଚିତ ।

୨- ଏହି ସଙ୍କ୍ରାନ୍ତି ଦିନ ସକାଳୁ ଉଠି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଲେ ଆପଣଙ୍କର ସେହି ଦିନଟି ଭଲରେ କଟିଥାଏ । ଏହା ଦ୍ଵାରା ଆପଣଙ୍କ ଉପରେ ସୂର୍ଯ୍ୟ ଦେବ ତାଙ୍କର ଚମତ୍କାରିତା ଦେଖାଇଥାନ୍ତି । ଆପଣ ଏହି ଉପାୟକୁ ପ୍ରତି ଦିନ ମଧ୍ୟ କରି ପାରିବେ । କାରଣ ଯଦି ଆପଣଙ୍କ ଦିନଟି ସୂର୍ଯ୍ୟ ଦେବତାଙ୍କର ପୂଜାରେ ଆରମ୍ଭ ହୋଇଥାଏ ତେବେ ଆପଣଙ୍କର ସମୟ ଭଲ ରହିବ ।

୩- ଧନୁ ସଙ୍କ୍ରାନ୍ତି ଏକ ପବିତ୍ର ଦିବସ ହୋଇଥାଏ । ଏହି ଦିନକୁ ଅନେକ ଲୋକ ମାନେ ବର୍ଷର ସମାପ୍ତି ଭାବେ ମାନେ କରିଥାନ୍ତି । ଏହି ଦିନ କୃଷକ ମାନେ ଧାନକୁ ଘରେ ଝୁଲାଇଥାନ୍ତି । ଖିରୀ ଖେଚେଡୀ ପ୍ରସ୍ତୁତ କରି ଭୋଗ ମଧ୍ୟ ଲଗା ଯାଇଥାଏ ।

ଧାନ ମାପକ ସେର, ଗୌଣି ଓ ମାନ ଆଦିରେ ଚିତା ସିନ୍ଦୁର ଲାଗି କରି ସନ୍ଧ୍ୟା ସମୟରେ ଧାନ ପଳାରେ କୃଷକ ଧାନ ବେନ୍ଟାଳୀ ଲଗାଇଥାଏ । ଖଳାକୁ ଗୋବରରେ ଲିପି ଶିମିଳି, ସମବାରି, କ୍ଷାର ବିଶିଷ୍ଟ ଗଛର କାଠରେ ସ୍ତ୍ରୀ ନାମ ମେରି ପୋତା ଯାଇଥାଏ । ତାହା ମୁଣ୍ଡରେ ପତାକା ରୂପେ ନିମ୍ବ ପାତ୍ର ଓ ସୋରିଷ ଫୁଲ ରଖାଯାଏ ।

ଯଦି ଆପଣ ଏହି ଦିନ ୩ଟି ଉପାୟ କରିବା ସହ ଗରିବ ଦୁଖୀଙ୍କୁ କିଛି ଦାନ ଧର୍ମ କରିବେ ତେବେ ବହୁତ ଶୁଭ ପରିଣାମ ଦେଖିବାକୁ ମିଳିବ । ଏହା କରିବା ଦ୍ଵାରା ସୂର୍ଯ୍ୟ ଦେବତାଙ୍କ କୃପା ଲାଭ ହେବା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ଏହା ସହ ଆପଣଙ୍କ ଘରେ ଧନ ଜନିତ ଅଭାବ ରହିବ ନାହି । ଆପଣଙ୍କ ଘରେ ଧନର ଆଗମନ ହେବା ସହ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ । ଏହା ସହ ମାଣଓଷାରେ ପୂଜା ପାଇଁ ବିଳରୁ ଧନୁ ସଙ୍କ୍ରାନ୍ତି ଦିନ ଧାନ ଆଣିଥିଲେ ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *