ମାଣଓଷା ଦିନ ପାଳନ କରନ୍ତୁ ଏହି ନିୟମ, ଘରେ ହେବ ଧନର ବର୍ଷା… ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ନମସ୍କାର ବନ୍ଧୁଗଣ, ମାର୍ଗଶିର ମାସର ଆଗମନ ହୋଇସାରିଛି । ମାର୍ଗଶିର ମାସରେ ପ୍ରତ୍ୟକ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ । ମାଣବସା ସହ ଝୋଟି ଚିତା ସବୁ ଘରେ ପକା ଯାଇଥାଏ । କାରଣ ମା ଲକ୍ଷ୍ମୀଙ୍କୁ ଏହି ସବୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ମା ଲକ୍ଷ୍ମୀଙ୍କୁ ଏହି ମାର୍ଗଶିର ମାସରେ ହିଁ ପ୍ରସନ୍ନ କରିବା ଉଚିତ । ତେବେ ଆଜି ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ନିୟମ ପାଳନ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପାରୁ ହୋଇଥାଏ ଧନ ଲାଭ ।

ଗୁରୁବାର ଦିନ ଘର ଲିପା ପୋଛା କରି ଝୋଟି ଚିତା ଇତ୍ୟାଦି ପକାଯାଇଥାଏ । ଗୁରୁବାର ଦିନ ପୂର୍ବ ରାତିରେ ଏକ ମାଣ ଓ ଖଟୁଲି ଆଣନ୍ତୁ । ଏହାକୁ ଭଲ ଭାବରେ ଧୋଇଦେବେ ଏବଂ ମାଟି ଲିପି ଦେବେ । ସେଥିରେ ଚିତା ଚୈତନ୍ୟ ଭଲ ଭାବରେ ପକାଇ ଦିଅନ୍ତୁ । ଏହା ପରେ ମାଣ ଉପରେ ଦେଉଳ ଆକାରର କରି ଶୁକ୍ଲ ବର୍ଣର ଧାନ ରଖନ୍ତୁ । ଏହା ଉପରେ ହଳଦୀ ପାଣିରେ ଧୁଆ ହୋଇଥିବା 3 ଗୋଟି ଗୁଆ ରଖନ୍ତୁ ।

ଏହିସବୁ ପରେ ଧାନ ମାଣ ଉପରେ ଧାନର ଶିଷା ରଖନ୍ତୁ । ଧାନ ମାଣ ପାଖରେ ଚୂଳ, ଆଖୁ ମୂଳ, କଦଳୀ ରଖନ୍ତୁ । ହଳଦିଆ ବା ନାଲି ରଙ୍ଗର ଗେଣ୍ଡୁ ଫୁଲ ରଖନ୍ତୁ । ଲକ୍ଷ୍ମୀ ଙ୍କର ଅତିପିୟ ପଦ୍ମଫୁଲ ଅର୍ପଣ କରନ୍ତୁ । ଏହା ଉପରେ ନୂଆ ଲୁଗା ଓ ବସ୍ତ୍ରକୁ ନାରୀ ମାନଙ୍କୁ ସଜାଇଲା ଭଳି ସଜେଇ ଦିଅନ୍ତୁ । ମାଙ୍କର କୌଣସି ପ୍ରତିମାକୁ ଏହା ପାଖରେ ରଖି ସଜାଇବେ ।

ପାଞ୍ଚ ଉପଚାରରେ ମାଙ୍କର ପୂଜା କରନ୍ତୁ । ଏବଂ ଲକ୍ଷ୍ମୀ ପୁରାଣର ପାଠ କରନ୍ତୁ । ମାର୍ଗଶିର ମାସ ଆରମ୍ଭରେ ହିଁ ମାଣ ବସାଯାଇଥାଏ । ମାଙ୍କ ପୂଜା ଅର୍ଚନା ଗୁରୁବାର ଦିନ ତିନି ପ୍ରହାର କରିବା ଉଚିତ । ତାଙ୍କୁ ଧୂପ ଦୀପ ଜାଳି ପୂଜା କରନ୍ତୁ । ସକାଳ ସମୟରେ ବାଳ ଭୋଗ ଲାଗି ହୋଇଥାଏ । ଏହି ବାଳ ଭୋଗରେ ବିଭିନ୍ନ ପ୍ରକାର ଫଳମୂଳ ପଡି ପ୍ରସ୍ତୁତ ହୋଇଥାଏ ।

ଏଥିରେ କୌଣସି ପ୍ରକାର ଖଟା ଫଳ ବ୍ୟବହାର କରାଯାଏ ନାହିଁ । ଦ୍ଵିପହର ସମୟରେ ଅନ୍ନ ଖେଚେଡି ଡାଲି ଭୋଗ ଲଗାନ୍ତୁ । ମା ଲକ୍ଷ୍ମୀଙ୍କର କୋଶଳା ଏବଂ ମୂଳା ଶାଗ ବହୁତ ପ୍ରିୟ ହୋଇଥାଏ । ତେଣୁ ଏହି ଶାଗରେ ବ୍ୟଞ୍ଜନ ପ୍ରସ୍ତୁତ କରି ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ମା ଲକ୍ଷ୍ମୀଙ୍କୁ ସନ୍ଧ୍ୟା ସମୟରେ କିଛି ପିଠା ପଣା ଅର୍ପଣ କରାଯାଏ ।

ଆରିସା, କାକେରା, ମଣ୍ଡା ପିଠା, ଘିଅ ପିଠା ଇତ୍ୟାଦି ମା ଲକ୍ଷ୍ମୀଙ୍କୁ ପରଷା ଯାଇଥାଏ । ଏହି ଭଳି ତିନି ପ୍ରହର ପୂଜା କରାଯାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *