ମଙ୍ଗଳସୂତ୍ର ର ମହତ୍ଵ କଣ ରହିଥାଏ ନାରୀ ମାନଙ୍କ ଜୀବନରେ ? ମଙ୍ଗଳସୂତ୍ର ପିନ୍ଧିବାର ସଠିକ ନିୟମ ବିଷୟରେ ଜାଣନ୍ତୁ ।

ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ରେ ମଙ୍ଗଳସୂତ୍ର ର ମହିମା ଜାଣିବା ଉଚିତ । ହିନ୍ଦୁ ଧର୍ମ ରେ ମଙ୍ଗଳସୂତ୍ରକୁ ବହୁତ ମହତ୍ଵ ଦିଆଯାଏ । ବିବାହିତା ମହିଳାଙ୍କୁ ସଧବାର ରୂପ ଦେଇଥାଏ ଏହି ମଙ୍ଗଳସୂତ୍ର । ଏହାର ଅନେକ ପ୍ରକାରର ମହତ୍ଵ ରହିଛି । ମଙ୍ଗଳସୂତ୍ର ସମସ୍ତ ହିନ୍ଦୁ ଧର୍ମ ରେ ବ୍ୟବହାର କରିବା ଉଚିତ ହୋଇଥାଏ । ଆଜି ଆମେ ଜାଣିବା ମଙ୍ଗଳସୂତ୍ର ର ମହତ୍ତ୍ଵ ବିଷୟରେ କିଛି ଖାସ କଥା । ବିବାହିତା ନାରୀ ଅନ୍ୟ କାହାର ମଙ୍ଗଳସୂତ୍ର ପିନ୍ଧିବା ବର୍ଜିତ ଅଟେ ।

ନିଜର ମଙ୍ଗଳସୂତ୍ର ଖୋଲି କାହାକୁ ଦେବା ଅନୁଚିତ ହୋଇଥାଏ । ଏମିତି କରିଲେ ସ୍ବାମୀର ଆୟୁଷ ଓ ଭଲ ପାଇବା କମ ହୋଇଥାଏ । ବିବାହିତା ନାରିଙ୍କ ପାଇଁ ମଙ୍ଗଳସୂତ୍ର ଅଧିକ ମହତ୍ଵ ରହିଥାଏ । ନିଜ ସ୍ବାମୀର ଲମ୍ବା ଆୟୁଷ ପାଇଁ ନାରୀ ମାନେ ମଙ୍ଗଳସୂତ୍ର ଗଳାରେ ଧାରଣ କରିବା ଶୁଭ ହୋଇଥାଏ । ଏହାକୁ ପିନ୍ଧିଲେ ଅଶୁଭ ଦ୍ରୁଷ୍ଟି ପଡେ ନାହିଁ । ମଙ୍ଗଳସୂତ୍ର ର ନିର୍ମାଣ କଳା ମାଳୀ ଓ ସୁନା ରେ ହୋଇଥାଏ ।

ଏହା ଦ୍ଵାରା କାହାର ଖରାପ ନଜର ଲାଗିବ ନାହିଁ । ମଙ୍ଗଳସୁତର ଗଳାରୁ କାଢିବା ବର୍ଜନୀୟ ଅଟେ । ବିବାହ ସମୟରେ ସ୍ଵାମୀ ପିନ୍ଧାଇ ଥିବା ମଙ୍ଗଳସୂତ୍ର ଖୋଲିବା ଅଶୁଭ ଅଟେ । ଯଦି କୌଣସି କାରଣରୁ ମଙ୍ଗଳସୂତ୍ର ଖୋଲିବାର ଆବଶ୍ୟକ ପଡେ ତେବେ ତୁରନ୍ତ କଳା ଫିଟା ପିନ୍ଧିବା ଉଚିତ । ଯେଉଁ ସ୍ତ୍ରୀ ସ୍ଵାମୀ ଙ୍କ ନାଁ ରେ ମଙ୍ଗଳସୂତ୍ର ପିନ୍ଧିଥାଏ ତାଙ୍କ ସ୍ଵାମୀ ଙ୍କ ଆୟୁଷ ଲମ୍ବା ହୁଏ ।

ସମ୍ପର୍କ ରେ ମଧୁରତା ଆସେ ଓ ସ୍ନେହ ଶ୍ରଦ୍ଧା ବଢିଥାଏ । ମଙ୍ଗଳସୂତ୍ର ରେ ସୁନା ରହିଲେ ଏହା ବୃହସ୍ପତି ଗ୍ରହ ରୁ ରକ୍ଷା କରିଥାଏ । ବିବାହିତା ଜୀବନରେ ସୁଖ ସମୃଦ୍ଧି ର ବିକାଶ ହୁଏ । ଏହା ସହ ଶରୀରରେ ପଜେଟିଭ ଊର୍ଜା ର ଉତପନ ହୁଏ । ମଙ୍ଗଳସୂତ୍ର ହଠାତ ଛିଡିଯିବା ଅଶୁଭ ସଂକେତ ହୋଇଥାଏ । ଏହା ଦୁର୍ଘଟଣା ହେବାର ବା ସମ୍ପର୍କ ରେ ଫାଟ ସୃଷ୍ଟି ହେବାର ସଂକେତ ହୋଇଥାଏ ।

ଅନେକ ପ୍ରକାରର ରୋଗ ରୁ ରକ୍ଷା କରିଥାଏ ମଙ୍ଗଳସୂତ୍ର । ରୋଗ ପ୍ରତିରୋଧକ ଭାବେ କାମ କରେ ଏହି ମଙ୍ଗଳସୂତ୍ର । ଏହି ମଙ୍ଗଳସୂତ୍ର ରେ ସୁନାର ବ୍ୟବହାର କରିବା ଦ୍ଵାରା ହୃଦୟ କୁ ସୁନ୍ଦର ଓ ସୁସ୍ଥ ରଖିଥାଏ । ଓ ହୃଦ ରୋଗରୁ ରକ୍ଷା କରିଥାଏ । ଯେଉଁ ସ୍ତ୍ରୀ ସକାଳୁ ଉଠି ମଙ୍ଗଳସୂତ୍ର ମଥା ରେ ଲଗାଇଥାନ୍ତି ସ୍ଵାମୀ ଙ୍କର ରୋଜଗାରରେ ରେ ବୃଦ୍ଧି ହୁଏ । ଏହାର ବିପରୀତ ସ୍ଵାମୀ ର ଆୟୁଷ କ୍ଷୀଣ ହୁଏ ।

ଓ ରୋଜଗାର ବା ଚାକିରି ବ୍ୟବସାୟରେ କ୍ଷତି ହୁଏ । ତେଣୁ ସ୍ତ୍ରୀ ନିଜର ମଙ୍ଗଳସୂତ୍ର କୁ କାହାକୁ ଦିଅନ୍ତୁ ନାହିଁ କି ଗଳା ଖାଲି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵାମୀ ଙ୍କ ଆୟୁଷ ଲମ୍ବା ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *