ମଣିଷ ଜୀବନର ଅର୍ଥ କଣ ଅଟେ, ଏକ ଅମୂଲ୍ୟ କାହାଣୀ ନିଶ୍ଚୟ ଶୁଣନ୍ତୁ

ପ୍ରକୃତ ଜୀବନର ଅର୍ଥ କଣ ? ଏକ ଛୋଟ ଗଳ୍ପ ଦ୍ୱାରା ଆଜି ଆମେ ଜାଣିବା ଜୀବନର ପ୍ରକୃତ ଅର୍ଥ । ଗୋଟିଏ ଛୋଟ ପିଲାଟିଏ ଥିଲା ସେ ଦୌଡ଼ିବାକୁ ବହୁତ ଭଲ ପାଏ । ତାର ଜିଦି ଥିଲା କି ସବୁଠୁ ଶ୍ରେଷ୍ଠ ଧାବକ ହେବ । ସେ ସବୁ ବେଳେ ତା ଜେଜେ ବାପାଙ୍କ ଠାରୁ ଅନେକ ଗଳ୍ପ ଶୁଣେ । ଓ ସେ କାହାଣୀର ନୈତିକ ଶିକ୍ଷା ବୁଝିଥାଏ । କିନ୍ତୁ ସେ ତାର ଜିଦି କେବେବି ଛାଡି ନଥିଲା । ସେ ନିଜ ସ୍କୁଲ ଓ କଲେଜରେ ମଧ୍ୟ ଦୌଡା ପ୍ରତିଯୋଗିତାରେ ଭାଗ ନିଏ ଓ ପ୍ରଥମ ମଧ୍ୟ ହୁଏ ଏହି କଥା ଆସି ସେ ଯେତେ ବେଳେ ତା ଜେଜେବାପା ଓ ଘର ଲୋକଙ୍କୁ କହିଲା ତ ତା ଘରଲୋକ ବହୁତ ଖୁସି ହୋଇଥିଲେ କିନ୍ତୁ ତା ଜେଜେ ବାପା ଏତେ ଖୁସି ହୋଇ ନ ଥିଲେ ।

ପିଲା ଟି ଭାବିଲା ସେ ଓ ଆନ୍ତରାଜୟ ଓ ଆନ୍ତର୍ଜାତିକ କ୍ରୀଡ଼ାରେ ଭାଗ ନେଇ ପ୍ରଥମ ହେଲେ ତା ଜେଜେବାପା ଖୁସି ହେବେ । ସେ ରାଜ୍ୟ ସ୍ତରୀୟ ଦୌଡା ପ୍ରତିଯୋଗିତାରେ ଭାଗ ନେଲା ଓ ପ୍ରଥମ ହେଲା କିନ୍ତୁ ତା ଜେଜେ ବାପା ଉସ୍ଥାହିତ ନ ଥିଲେ । ଏହା ପରେ ସେ ଜାତୀୟ ସ୍ତରରେ ଭାଗ ନେଲା ତା ପରିବାର ଲୋକ ଓ ତା ଜେଜେବାପା ମଧ୍ୟ ନାତିକୁ ଉସ୍ଥାହିତ କରିବା ପାଇଁ ଗଲେ । ସେ ସେଠି ପ୍ରଥମ ଥର ପ୍ରଥମ ହେଲା ।

ଦ୍ଵିତୀୟ ଥର ପ୍ରଥମ ହେଲା ତୃତୀୟ ଥର ମଧ୍ୟ ପ୍ରଥମ ହୋଇ ସ୍ଵର୍ଣ ପଦକ ଜିତିଲା । ତା ପାଇଁ ଲକ୍ଷ ଲକ୍ଷ ଲୋକ ତାଲି ମାରିଲେ କିନ୍ତୁ ସେ ତା ଜେଜେବାପାଙ୍କ ମୁହଁରେ ଖୁସି ବା ଜିତ ର ଆନନ୍ଦ ଦେଖିଲାନି ସେ ନିରାଶ ହୋଇ ତା ଜେଜେଙ୍କୁ ପଚାରିଲା ତା ଜେଜେ କହିଲେ ତୁ କଣ ପ୍ରକୃତରେ ଜୀବନର ଦୌଡ଼ ରେ ଜିତିପାରିଛୁ ?

ତତେ ଜୀବନର ଦୌଡ଼ ରେ ଜିତିବାକୁ ହେଲେ ଆଉ ଥରେ ତତେ ମୁଁ ଯେଉଁ ପ୍ରତିଯୋଗିତା କରିବି ସେଥିରେ ତତେ ଜିତିବାକୁ ହେବ ତେବେ ଯାଇ ତୁ ପ୍ରକୃତ ଧାବକ ବୋଲି ପ୍ରମାଣ ହୋଇ ପାରିବ । ସେ ରାଜି ହେଲା । ତା ଜେଜେ ଦୁଇଜଣ ବ୍ୟକ୍ତିଙ୍କୁ ଡାକିଲେ ଜଣେ ଲେଙ୍ଗେଡା ଆଉ ଜଣେ ଅନ୍ଧ ବୃଦ୍ଧ ମହିଳା ।

ପିଲାଟି ଏହା ଦେଖି ହସିଲା ଓ ପ୍ରତିଯୋଗିତା ଆରମ୍ଭ ହେଲା ପିଲାଟି ପ୍ରଥମ ହେଲା କିନ୍ତୁ କେହି ତା ପାଇଁ ତାଲି ମାରିଲେନି କି ତା ଜେଜେବାପା ମଧ୍ୟ ଖୁସି ହେଲେ ନାହିଁ । ପିଲାଟି ଜେଜେଙ୍କୁ କହିଲା ମୁଁ ପୁନର୍ବାର ପ୍ରତିଯୋଗିତା କରିବି । ତା ଜେଜେ ହଉ କହିଲେ ।

ଏଥର ପିଲାଟି ବାମ ହାତରେ ବୃଦ୍ଧ ଅନ୍ଧୁଣି ମହିଳା ଓ ଡାହାଣ ହାତରେ ଲେଙ୍ଗେଡା ଲୋକ ଟିକୁ ଧରି ଦୌଡ଼ିଲା ସେ ଯେଉଁଠି ୧ ମିନିଟ ରେ ଜିତିଥିଲା ସେଠି ତାକୁ ୧୦ ମିନିଟ ସମୟ ଲାଗିଲା । ଯେତେବେଳେ ସେ ଶୀର୍ଷ ଦେ ପହଁଚିଲା ପଛକୁ ଅନେଇ ଦେଖିଲା ତା ଜେଜେବାପାଙ୍କ ମୁହଁରେ ଖୁସି ଓ ଲକ୍ଷ ଲକ୍ଷ ଲୋକ ତାଲି ମାରୁଛନ୍ତି ପିଲାଟି କାନ୍ଦିଲା । ତା ଜେଜେବାପା ତାକୁ ବୁଝାଇଲେ କି ମୁଁ ମଧ୍ୟ ବହୁତ ଭଲ ଧାବକ ଥିଲି କିନ୍ତୁ ମୋ ପରେ ଅନେକ ଲୋକ ଆସି ମୋ ରେକର୍ଡ ଭାଙ୍ଗିଛନ୍ତି ।

ତେଣୁ ଜୀବନରେ ଯଦି ତୁମେ ସଫଳତା କୁ ହାସଲ କରିବା ପାଇଁ ଦୌଡ଼ିବ ତେବେ ତୁମେ ଜୀବନର ପ୍ରକୃତ ସଫଳତା ପାଇବ ନାହିଁ । ଜୀବନରେ ତୁମେ ନିଜେ ଓ କେତେଜନଙ୍କୁ ନେଇ ଦୌଡ଼ିଲ ଲୋକ ତାହା ମନେ ରଖନ୍ତି । ଜୀବନରେ ତୁମେ ଯେତେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବ ଲୋକ ଚିର ଦିନ ତୁମକୁ ମନେ ରଖିବେ ।

Leave a Reply

Your email address will not be published. Required fields are marked *