ନମସ୍କାର ବନ୍ଧୁଗଣ, ଆଜିକାଲି ସମସ୍ତେ ଚାହାନ୍ତି ପତଳା ହୋଇ ନିଜକୁ ପରଫେକ୍ଟ ଲୁକ ଦବା ପାଇଁ । ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ମୋଟାପଣ ଦୂର ହୁଏ ନାହିଁ । ଏବଂ ସୁନ୍ଦର ଦେଖା ଯିବାର ଆଶା ଆଶାରେ ହିଁ ରାହିଯାଏ । ହେଲେ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏମିତି ଗୋଟିଏ ଉପାୟ ଯାହାକୁ କରିବା ମାତ୍ରେ ହିଁ ମୋଟାପଣ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
ବରକୋଳି ପତ୍ର ତ ନିହାତି ସମସ୍ତଙ୍କ ଘର ଆଖ ପାଖରେ ଥିବ । ଏହି ପତ୍ର ମୋଟାପଣକୁ କମ କରିଥାଏ ବଢୁଥିବା ଓଜନକୁ କମ କରିଥାଏ । ଯେଉନମାନଙ୍କୁ ବାରମ୍ବାର ପରିସ୍ରା ଲାଗିଲା ଭଳି ସମସ୍ୟା ରହିଛି ଏହା ତାହାକୁ ମଧ୍ୟ ଦୂର କରିଥାଏ । ଆମ ଆଖି ପାଖରେ ଆଲୁଅ ହୋଇଯାଏ ବା ଘା ହୋଇଯାଏ ଏହା ସେହି ଘା କୁ ମଧ୍ୟ ଠିକ କରିଥାଏ ।
ଏହାର ପ୍ରୟୋଗ କରି ଆପଣ ଦାନ୍ତ ବିନ୍ଧା ଭଳି ସମସ୍ୟାକୁ ମଧ୍ୟ ଦୂର କରିପାରିବେ । ଯଦି ଆପଣଙ୍କ ଘରେ କାହାର ଘା ହୋଇଯାଇଛି ଏବଂ ସେହି ଘା ସୁଖୁ ନହିଁ କିମ୍ବା ସେଥିରୁ ପୂଜ ବାହାରୁଛି ତେବେ ସେଥିରେ ଏହି ବରକୋଳି ପତ୍ରକୁ ବାଟି ଲଗାନ୍ତୁ । ଯଦି ଆପଣଙ୍କ ଆଖିରେ ଆଲୁଅ ବାହାରିଛି ତେବେ ଆପଣ ବାତକୋଳି ପତ୍ରକୁ ବାଟି ତାହାର ରସ କାଢନ୍ତୁ । ଏବଂ ଏହି ରସକୁ ନେଇ ଆଖିର ବାହାର ପଟେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କର ଆଖି ଆଲୁଅ ଭଳି ସମସ୍ୟା ଦୂର ହୋଇଯିବ ।
ଯଦି ଆପଣଙ୍କର ପରିସ୍ରାରେ ବହୁତ ଅଧିକ ଜ୍ଵଳନ ହେଉଅଛି ବା ବାରମ୍ବାର ପରିସ୍ରା ଲାଗୁଛି ତେବେ ବରକୋଳିର ପତ୍ର ବାହାର କରି ସେଥିରେ କିଛି ଉଷୁମ ପଣି ମିଶେଇ ସେବନ କରିବେ ତାହାଲେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ । ବେଳେ ବେଳେ ହାତ ଗୋଡରେ ଜ୍ଵଳନ ହୋଇଥାଏ ।
ଏହା ବୟସ୍କ ବ୍ୟକ୍ତି ସହ ବେଶି ହୋଇଥାଏ ତେବେ ଆପଣ ଏହାର ଉପଚାର ପାଇଁ ବରକୋଳି ପତ୍ରରସ ବାହାର କରି ହାତ ଗୋଡରେ ମାଲସ କରନ୍ତୁ । ନିଶ୍ଚୟ ଆପଣଙ୍କର ଜ୍ଵଳନ ଭଲ ହୋଇଯିବ । ଯଦି ଆପଣଙ୍କର ଦନ୍ତ ବିନ୍ଧା ସମସ୍ଯା ରହିଛି ତେବେ ଏକ ମୁଠା ବରକୋଳି ପତ୍ର ନେଇ ଏହାକୁ ଭଲ ଭାବେ ଧୋଇଦିଅନ୍ତୁ ଏହାପରେ ଏକ ଗ୍ଲାସ ପାଣିରେ ୫ରୁ ୬ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।
ଏହାପରେ ଏହି ପାଣିରେ କୁଳି କରନ୍ତୁ ଦେଖିବେ ଏହି ସମସ୍ୟା ଆପଣଙ୍କର ନିଶ୍ଚୟ ଦୂର ହେବ । ଏବଂ ମଧ୍ୟ ଫୁଲିଥିବା ସମସ୍ୟାରୁ ମଧ୍ୟ ମୁକ୍ତି ପାଇବେ । ଏହା କରିବା ଦ୍ଵାରା ଗଳା ସଂକ୍ରମଣ ମଧ୍ୟ ଭଲ ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।