ମନୁଷ୍ୟର ଏହି କର୍ମ ନିର୍ଧାରିତ କରିଥାଏ କେଉଁ ଯୋନି ରେ ହେବ ପରବର୍ତ୍ତୀ ଜନ୍ମ ? Garuda Purana

ବନ୍ଧୁଗଣ ଆମେ ଜାଣିଛୁ ଯେଉଁ ମନୁଷ୍ୟ ଦୁନିଆକୁ ଆସିଛି ତାର ମୃତ୍ୟୁ ଦିନେ ନା ଦିନେ ନିଶ୍ଚୟ ହୋଇଥାଏ । ଏମିତିରେ ମନୁଷ୍ୟ ଜୀବିତ ଅବସ୍ଥାରେ ଯେଉଁ କମ କରିଥାଏ ମୃତ୍ୟୁ ପରେ ତାହା ତା ସହ ଯାଇଥାଏ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ଏହି କର୍ମ ଅନୁଯାୟୀ ମଣିଷ କୁ ତାର ଆଗାମୀ ଜନ୍ମ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି କର୍ମ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ମନୁଷ୍ୟ କୁ କୁକୁର, ଘୁଷୁରି, କିନ୍ନର ଜନ୍ମ ମିଳିଥାଏ ।

ଗରୁଡ ପୁରାଣ ଅନୁଯାୟୀ ବନ୍ଧୁତାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ବନ୍ଧୁତ୍ଵ ପାଇଁ ଲୋକେ ଜୀବନ ଦେବାକୁ ପଛାନ୍ତି ନାହିଁ । କିନ୍ତୁ ଆଜିର ସମୟରେ ଏମିତି କିଛି ବନ୍ଧୁ ଅଛନ୍ତି ଯେଉଁ ମାନେ ନିଜ ବନ୍ଦୁଙ୍କ ସହ ଛଳ କରିବାକୁ ପଚାନ୍ତି ନାହିଁ । ଏମିତି ମନୁଷ୍ୟ ପାଇଁ ଗରୁଡ ପୁରାଣରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନିଜର ସଚ୍ଚା ବନ୍ଧୁ ସହ ଛଳ କରିଥାଏ ମୃତ୍ୟୁ ପରେ ସେ ନର୍କ କୁ ଯାଇଥାଏ ଏବଂ ଆଗାମୀ ଜନ୍ମ ଗଧ ରୂପରେ ହୋଇଥାଏ ।

ଦୁନିଆରେ ଅନେକ ପୁରୁଷ ଅଛନ୍ତି ଯିଏ ସ୍ତ୍ରୀ ର ସମ୍ମାନ କରିଥାନ୍ତି । କିନ୍ତୁ ଏମିତି ଅନେକ ପୁରୁଷ ଅଛନ୍ତି ଯେଉଁ ମାନେ ସ୍ତ୍ରୀ ଙ୍କୁ ଖରାପ ନଜରରେ ଦେଖିଥାନ୍ତି । ଓ ତାଙ୍କ ମନରେ ସର୍ବଦା କାମନା ବାସ୍ନା ଜାଗୃତ ରହିଥାଏ । ଏମିତି ଲୋକଙ୍କ ବିଷୟରେ ଗରୁଡ ପୁରାଣରେ କୁହାଯାଇଛି କି ଏମିତି ବ୍ୟକ୍ତିଙ୍କୁ ଆଗାମୀ ଜନ୍ମରେ ଗଧ ଯୋନି ରେ ଜନ୍ମ ମିଳିଥାଏ । ଗରୁଡ ପୁରାଣ ଅନୁଯାୟୀ ଯେଉଁ ସ୍ତ୍ରୀ ବ୍ୟଭିଚାରିଣୀ ହୋଇଥାଏ ଅର୍ଥାତ ପର ପୁରୁଷ ସହ ସମ୍ପର୍କ ରଖିଥାଏ ତାର ଆଗାମି ଜଣ ଝିଟିପିଟି ବା ଚମଗାଦଡ ରୂପେ ହୋଇଥାଏ ।

ଗରୁଡ ପୁରାଣ ରେ ଅନ୍ୟ ଏକ କର୍ମ ଧର୍ମର ଅପମାନ କରିବା ବିଷୟରେ କୁହାଯାଇଛି । ଜୀବିତ ଅବସ୍ଥାରେ ଅନେକ ଲୋକ ଧର୍ମର ସମାନ କରିଥାନ୍ତି ତ ଆଉ କିଛି ଲୋକ ଧମକୁ ନେଇ ପରିହାସ କରିଥାନ୍ତି । ଗରୁଡ ପୁରାଣ ଅନୁଯାୟୀ ଏଭଳି କର୍ମ କରୁଥିବା ବ୍ୟକ୍ତିଙ୍କର ଆଗାମୀ ଜନ୍ମ କୁକୁର ରୂପେ ହୋଇଥାଏ । ଅର୍ଣ୍ଣ ଦାନକୁ ହିନ୍ଦୁ ଧର୍ମରେ ସବୁଠାରୁ ବଡ ଧର୍ମ ମାନାଯାଏ । ଯେଉଁ ବ୍ୟକ୍ତି ଅର୍ଣ୍ଣ ର ଚୋରୀ କରିଥାନ୍ତି ସେମାନଙ୍କର ଆଗାମୀ ଜନ୍ମ ଚୁଚୁନ୍ଦ୍ରା ବା ମୂଷା ରୂପରେ ହୋଇଥାଏ ।

ଯଦି ଗୃହକୁ କୌଣସି କିନ୍ନର ଆସିଥାଏ ଓ ତାକୁ ଅପମାନ କରିଥାଏ ସେଭଳି ବ୍ୟକ୍ତିଙ୍କୁ ଆଗାମୀ ଜନ୍ମରେ କିନ୍ନର ରୂପ ମିଳିଥାଏ । ଯେଉଁ ବ୍ୟକ୍ତି ନିଜ ଲୋକଙ୍କର ଅନାଦର କରିଥାଏ ଗରୁଡ ପୁରାଣ ଅନୁଯାୟୀ ସେହି ବ୍ଯକ୍ତିର ବାରମ୍ବାର ଜନ୍ମ ହୋଇଥାଏ କିନ୍ତୁ ମା ଗର୍ଭ ରୁ ସେ ଜୀବିତ ଅବସ୍ଥାରେ ବାହରି ପାରେ ନାହିଁ । ଗରୁଡ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ନିଜର ଜ୍ଞାନ ଅନ୍ୟକୁ ବାଣ୍ଟେ ନାହିଁ ତାର ଆଗାମୀ ଜନ୍ମରେ ବଳଦ ଯୋନି ଲାଭ କରିଥାଏ । ଯେଉଁ ବ୍ୟକ୍ତି ଖରାପ ଶବ୍ଦ ପ୍ରୟୋଗ କରିଥାଏ ସେମାନେ ଆଗାମୀ ଜନ୍ମରେ ଛେଳି ଜନ୍ମ ପାଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *