ମଶା ଆପଣଙ୍କ ଘର ବାଟ ଭୁଲିଯିବ, କରନ୍ତୁ ଏହି ଘରୋଇ ଉପାୟ…

ବନ୍ଧୁଗଣ ଏମିତି କୌଣସି ଋତୁ ନାହିଁ ଯେଉଁ ଦିନରେ ମଶା ହେଉ ନ ଥିବେ । ଆଜିକାଲି ଅନେକ ସମୟରେ ମଶା ଅଧିକ ମାତ୍ରାରେ ଦେଖା ଯାଉଛନ୍ତି । ଯଦି ଆପଣ ମଶା ପାଇଁ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ହୋମ ରେମେଡି । ଯାହାର ପ୍ରୟୋଗ କରି ଅପାନ ଘରୁ ମଶା କୁ ଘଉଡାଇ ପାରିବେ । ଏହି ରେମେଡି ଟି ବହୁତ ସହଜରେ ଘରେ ବନାଇ ପାରିବେ । କେବଳ 2ଟି ସାମଗ୍ରୀ ସାହାର୍ଯ୍ୟ ରେ ଏହି ରେମେଡି ବନାଇ ପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ହେଉଛି ଝୁଣା ଯାହା ଆପଣଙ୍କୁ ପୂଜା ଘରୁ ସହଜରେ ମିଳିଯିବ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବହୁ ପୁରାତନ କାଳ ରୁ ଝୁଣାର ବ୍ୟବହାର ହୋଇ ଆସୁଛି । ପ୍ରଥମେ ଆପଣଙ୍କୁ ଝୁଣା ତେଲ ବନାଇବାକୁ ହେବ । ଏଥିପାଇଁ ଏକ ପାତ୍ର ଗ୍ଯାସରେ ବାସନ୍ତୁ । ସେଥିରେ ଅଧା କପ ସୋରିଏ ତେଲ ନେଇ ହାଲକା ଗରମ କରନ୍ତୁ ।

ତେଲ ଗରମ ହେବା ପରେ ବନ୍ଦ କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଅଳ୍ପ ଝୁଣା ଏଥିରେ ମିଶାନ୍ତୁ । ଏହା ପରେ ଏହି ତେଲ କୁ ଭଲରେ ମିଶ୍ରଣ କରି ଦିଅନ୍ତୁ । ଏବେ ଆପଣଙ୍କର ଝୁଣା ତେଲ ପ୍ରସ୍ତୁତ ହୋଇଗଲା । ଏହା ପରେ ଏକ ପାତ୍ର କୁ ଏହି ଝୁଣା ତେଲ ଢାଳି ଦିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ଟି ହେଉଛି ପିଆଜ । ଯାହା ଆପଣଙ୍କୁ ଘରୁ ସହଜରେ ମିଳିଯିବ ।

ଏହାର ଗନ୍ଧ ଅନେକଙ୍କୁ ଭଲ ଲାଗି ନ ଥାଏ । ମଶା ମାନଙ୍କୁ ମଧ୍ୟ ପିଆଜର ଗନ୍ଧ ପସନ୍ଦ ହୋଇ ନ ଥାଏ । ଏଥିପାଇଁ ଗୋଟେ ପିଆଜକୁ ନେଇ ଦୁଇ ସାଇଡ ରୁ କାଟି ଦିଅନ୍ତୁ । ଏବେ ଆପଣଙ୍କୁ ଛୁଞ୍ଚି ସୁତା ର ଆବଶ୍ୟକତା ପଡିବ । ଏହା ପରେ ପିଆଜ ରେ ଏହାକୁ ଗୁନ୍ଥି ଦିଅନ୍ତୁ । ଯେଉଁ ଝୁଣା ତେଲ ବନାଇ ରଖିଥିଲେ ସେଥିରେ ପିଆଜ କୁ ଭଲ ଭାବେ ବୁଡାଇ ଦିଅନ୍ତୁ ।

ପିଆଜ ଉପରେ ମଧ୍ୟ ଏହି ତେଲ କୁ ଲଗାଇ ଦିଅନ୍ତୁ । ପିଆଜ ଓ ତେଲ ର ଗନ୍ଧ ମିଶିଗଲେ ଗୋଟେ ବି ମଶା ହେବେ ନାହିଁ । ଏବେ ଆପଣଙ୍କ ରୁମ ବା ଯେଉଁ ଜାଗାରେ ମଶା ଅଧିକ ହେଉଛନ୍ତି ସେଠାରେ ଏହି ପିଆଜ କୁ ଟଙ୍ଗାଇ ଦିଅନ୍ତୁ । ଦେଖିବେ ଗୋଟେ ହେଲେ ବି ମଶା ଆଉ ହେବେ ନାହିଁ । ଏହା ବହୁ ପୁରାତନ କାଳ ରୁ ପ୍ରୟୋଗ ହୋଇ ଆସୁଛି ।

ଯେବେ ଜାଣିବେ ଏଥିରୁ ସ୍ମେଲ କମି ଗଲା ପୁଣି ଥରେ ପିଆଜ କୁ ତେଲ ବୁଡାଇ ଏହାକୁ ପୂର୍ବ ଭଳି ଟଙ୍ଗାଇ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *