ନମସ୍କାର ବନ୍ଧୁଗଣ, ଅର୍ଥ ଅଭାବ ଗୋଟିଏ ମଣିଷର ମନକୁ ସମ୍ପୂର୍ଣ ଭାବରେ ଦୁର୍ବଳ କରିଦେଇଥାଏ । ନିଜ ଭିତରେ ଥିବା ଆତ୍ମ ବିଶ୍ଵାସ ମଧ୍ୟ ହାରିଯାଇଥାଏ । ତେଣୁ ମଣିଷ ବେଳେ ବେଳେ ଧନ କମାଇବା ନିମନ୍ତେ ଭୁଲ ରାସ୍ତା ବାଛି ନେଇଥାଏ । ତେବେ ଆପଣ ବିଶ୍ଵାସ କରନ୍ତୁ କି ନ କରନ୍ତୁ କିନ୍ତୁ ଭଗବାନଙ୍କୁ ସନ୍ତୁଷ୍ଟ କଲେ ହିଁ କର୍ମ କରିବାର ପନ୍ଥା ମିଳିଥାଏ । ତେବେ ଆଜି ଆସନ୍ତୁ ଜାଣିବେ କେଉଁ ମନ୍ତ୍ର ଜପ କରି ଆପଣ ନିଜ ଧନର ଅଭାବକୁ ସମ୍ପୂର୍ଣ ଭାବରେ ଦୂର କରିବା ସହ ସଠିକ ମାର୍ଗର ଯାତ୍ରୀ ହେବେ ।
ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କ ମନ ଶାନ୍ତ ରହିବ । ଆପଣ ସବୁ ଜାଗାରେ ସଫଳତା ହାସଲ କରିବେ । ଏବଂ ନିଜ ମନରେ ଥିବା ସମସ୍ତ ମନସ୍କାମନାକୁ ମଧ୍ୟ ଆପଣ ପୂରଣ କରିପାରିବେ । ଆପଣଙ୍କ ଚାରି ପାଖରେ ଘେରି ରହିଥିବା ନକରାତ୍ମକ ଶକ୍ତି ସବୁର ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ । ତେବେ ସେହି ମନ୍ତ୍ରଟି ହେଉଛି ଲୋକାଃ ସମସ୍ତା ସୁଖିନୋ ଭବନ୍ତୁ ।
ଏହି ମନ୍ତ୍ରର ଅର୍ଥ ଏହା ବୁଝାଉଅଛି କି ସମସ୍ତ ସଂସାର ଖୁସିରେ ରହୁ । ଏହି ମନ୍ତ୍ର ଆଚରଣ କରିବା ଦ୍ଵାରା ବ୍ୟକ୍ତିର ଆଚାର ବ୍ୟବହାରରେ ସଂଯମତା ଆସିଥାଏ । ମଧୁର ବାଣୀ ମଧ୍ୟ ସମସ୍ତଙ୍କୁ କହିଥାଏ । ଆପଣଙ୍କ ମନ ପବିତ୍ର ଓ ପ୍ରସନ୍ନ ରହିଥାଏ । ଆପଣଙ୍କ ହୃଦୟରେ କାହା ପ୍ରତି ଅଃହ ଭାବ ଆସିନଥାଏ । ଆପଣ ସମସ୍ତଙ୍କ ଖୁସି ଦେଖିଥାନ୍ତି ।
ଆପଣ ଏହି ମନ୍ତ୍ରର ସେତେବେଳେ ଉଚାରଣ କରନ୍ତୁ ଯେତେବେଳେ ଆପଣ କୌଣସି ଗୁରୁତ୍ଵପୂର୍ଣ କାର୍ଯ୍ୟ ନିମନ୍ତେ ଯାଉଥିବେ । ଚାକିରି ନିମନ୍ତେ ଯଦି କୌଣସି ଇଣ୍ଟରଭିଉ ଦେବାକୁ ଯାଉଛି ତେବେ ଏହି ମନ୍ତ୍ରର ଉଚାରଣ ଆପଣଙ୍କୁ ଶୁଭଫଳ ଆଣିଦେବ । ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି ତେବେ ମଧ୍ୟ ଆପଣ ଏହି ମନ୍ତ୍ରର ଉଚାରଣ କରନ୍ତୁ ।
ଏହା କରିବା ଫଳରେ ଆପଣ ସମାଜରେ ନିଜକୁ ଏକ ପ୍ରଭାବ ଶାଳି ବ୍ୟକ୍ତି ଭାବରେ ବିବେଚିତ କରିବାର କ୍ଷମତା ହାସଲ କରିବେ । ଯେତେବେଳେ ଆପଣଙ୍କୁ ମନ ଭିତରୁ କୌଣସି କାର୍ଯ୍ୟ କରିବା ସମୟରେ ଭୟ ଅନୁଭୂତ ହେବ ତେବେ ମଧ୍ୟ ଆପଣ ଏହି ମନ୍ତ୍ରର ଜପ କରନ୍ତୁ । କାରଣ ଏହି ମନ୍ତ୍ର ଜପିବା ଦ୍ଵାରା ନିଜର ମନବଳ ବଢିଥାଏ ।
ଏହା ଫଳରେ ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ । ତେଣୁ ଆପଣ ସବୁ ଜାଗାରେ ସଫଳତା ହାସଲ କରିପାରିବେ । ଧନ ରୋଜଗାରରେ ବାଧା ଆସୁଥିଲେ ଆପଣ ଏହି ମନ୍ତ୍ରର ଜପ ନିହାତି କରନ୍ତୁ । ଆପଣଙ୍କୁ ଏହା ଅନେକ ଶୁଭଫଳ ଆଣିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।