ମେଷ(Aries) ରାଶି ସହିତ କୁମ୍ଭ(Aquarius) ରାଶି କିପରି ରହିବ ଯୋଡି? କିଏ ଅଧିକ ଭଲ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ରାଶି ର ମହତ୍ଵ କଣ ରହିଛି ଆମ ଜୀବନରେ ତାହା ସମସ୍ତଙ୍କୁ ଜଣା । ହିନ୍ଦୁ ଧର୍ମରେ ଜନ୍ମ ନେଇଥିବା ସମସ୍ତ ଲୋକଙ୍କର ରାଶି ଜନ୍ମରୁ ହିଁ ନିର୍ଧାରିତ ହୋଇଥାଏ । ତେବେ କେଉଁ ରାଶି ଠାରୁ କେଉଁ ରାଶି ଅଧିକ ଭଲ ଏହା ହୁଏତ କାହାକୁ ଜଣାନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ମେଷ ରାଶି ଠାରୁ କୁମ୍ଭ ରାଶି ଭାଗ୍ଯଶାଳୀ ନା ମେଷ ରାଶି ଭାଗ୍ୟଶାଳୀ ହୋଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ମେଷ ରାଶି:ଏହି ରାଶିର ଲୋକମାନେ ନିର୍ଭୟ ଭାବରେ ସମସ୍ତ କାର୍ଯ୍ୟ କରିଥାନ୍ତି । ଏବଂ ସମସ୍ତ କାର୍ଯ୍ୟରେ ନିଜର ସାହସିକତା ଦେଖାଇଥାନ୍ତି । ଏହି ରାଶିର ଲୋକମାନେ ସ୍ଵାଭିମାନି ଅଟନ୍ତି । ଜୀବନରେ ପରିଶ୍ରମ କରିବାକୁ ହିଁ ସବୁକିଛି ଭବିଥାନ୍ତି । କିନ୍ତୁ କୌଣସି କାମରେ ସ୍ଥାୟୀ ଭାବରେ ରହିବ ପାଇଁ ଏମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ । କାରଣ ଏମାନଙ୍କ ସ୍ଵଭାବରେ ଚଞ୍ଚଳତା ରହିଥାଏ । ବହୁତ ଶୀଘ୍ର କ୍ରୋଧିତ ହୋଇଉଠନ୍ତି ସମସ୍ତ କଥାରେ । ସେହି ରାଗ କମ ସମୟ ମଧ୍ୟରେ ଶାନ୍ତ ବି ହୋଇଯାଇଥାଏ ।

ଏମାନେ ସର୍ବଦା ସମସ୍ତଙ୍କ ସହ ରହିବା ପାଇଁ ପସନ୍ଦ କରିଥାନ୍ତି । ସମସ୍ତ ନିୟମକୁ ପାଳନ କରିବା ଏମାନଙ୍କ ପ୍ରମୁଖ ଲକ୍ଷଣ ଅଟେ । ଯେଉଁ କାର୍ଯ୍ୟ କରିବା ପାଇଁ ମନସ୍ଥ କରନ୍ତି ତାହାକୁ କରିବା ପାଇଁ କ୍ଷଣକ ମାତ୍ର ବିଳମ୍ବ କରନ୍ତି ନାହିଁ । ଯଦି କୌଣସି କାର୍ଯ୍ୟରେ ଆବଶ୍ୟକତା ଠାରୁ ବେଶି ସମୟ ଲାଗିଥାଏ ତେବେ ବ୍ୟଗ୍ରହ ହୋଇଉଠନ୍ତି । ନିଜର ଲକ୍ଷ ହାସଲ ନିମନ୍ତେ ଲମ୍ବ ସମୟ ପର୍ଯ୍ଯନ୍ତ ଅପେକ୍ଷା କରିପାରନ୍ତି ନାହିଁ । ସବୁ କ୍ଷେତ୍ରରେ ନିଜର ଅଲଗା ପରିଚୟ ସୃଷ୍ଟି କରନ୍ତି ଏମାନେ ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ବହୁତ ହିଁ ଗଭୀର ଚିନ୍ତାଧାରା ସ୍ଵଭାବର ଅଟନ୍ତି । ଏମାନେ ବହୁତ ଜ୍ଞାନୀ ଓ ପ୍ରଗତିଶୀଳ ହୋଇଥାନ୍ତି ନିଜ ଜୀବନରେ । ଏମାନଙ୍କ ମନରେ ସର୍ବଦା ପରୋପକାର କରିବାର ଭାବନା ରହିଥାଏ । ଏହା ଏମାନଙ୍କର ଏକ ପ୍ରମୁଖ ଲକ୍ଷଣ ଅଟେ । ଏମାନଙ୍କ ଚିନ୍ତାଧାରା ସମ୍ପୂର୍ଣ ସ୍ବଚ୍ଛ ହୋଇଥାଏ । ଆଧୁନିକ ସ୍ଵଭାବର ବ୍ୟକ୍ତି ଅଟନ୍ତି ଏମାନେ । ଚାକିରି କ୍ଷେତ୍ରରେ ଖୁବ ଉନ୍ନତି କରିବେ ।

ନିଜର ବ୍ୟବହାର ପ୍ରତି ସବୁବେଳେ ସତର୍କ ରହିଥାନ୍ତି । ମାନ ସମ୍ମାନ ଘରର ଇଜ୍ଜତ ଏହି ସବୁକୁ ନେଇ ଏମାନେ ସବୁବେଳେ ସତର୍କ ରୁହନ୍ତି । ସ୍ଵତନ୍ତ୍ରତାକୁ ଏମାନେ ପସନ୍ଦ କରନ୍ତି । ଅନ୍ୟମାନଙ୍କ ସହ ମିଳାମିଶା କରିବା ପାଇଁ ଏମାନେ ବହୁତ ହିଁ ପସନ୍ଦ କରନ୍ତି । ଦେଖିବାକୁ ଏମାନେ ବହୁତ ହିଁ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ପ୍ରେମ ବିବାହ କରିବାର ସମ୍ପୂର୍ଣ ଯୋଗ ରହିଛି ।

ସମସ୍ତ କଥାର ଜୀରାରୁ ଶିରା ବାହାର କରିବାର କଳା ଏମାନଙ୍କୁ ବହୁତ ଭଲ ଭାବରେ ଜଣା । ବିଜ୍ଞାନ କ୍ଷେତ୍ରରେ ଭଲ ଜ୍ଞାନ ରହିଥାଏ ଏମାନଙ୍କର । ସମସ୍ତ କାର୍ଯ୍ୟରେ ନେତୃତ୍ୟ ନେବାର କ୍ଷମତା ଏମାନଙ୍କ ପାଖରେ ରହିଥାଏ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆସିବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *