ମିଥୁନ ରାଶି ବିଷୟରେ କିଛି ଅଜଣା କଥା, ଜନ୍ମ ଠାରୁ ମୃତ୍ୟୁ ଯାଏଁ ଜାଣନ୍ତୁ ଗୁପ୍ତ ରହସ୍ୟ ।

ବନ୍ଧୁଗଣ ଆଜି ଆମେ ଜାଣିବା ଜନ୍ମ ଠାରୁ ମୃତ୍ୟୁ ଯାଏଁ ମିଥୁନ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା । ଯେମିତିକି ଚରିତ୍ର, କାର୍ଯ୍ୟ, ରୁଚି, କର୍ମ କ୍ଷେତ୍ରରେ, ଶିକ୍ଷା, କ୍ୟାରିୟର, ଆୟୁଷ କାଳ ବିଷୟ ବସ୍ତୁ ଉପରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମିଥୁନ ରାଶି ସାଧାରଣତଃ 3 ଭାଗରେ ବିଭକ୍ତ କରାଯାଇଛି । ଯଥା 5/3 ମୃଗଶି ନକ୍ଷତ୍ର ମିଥୁନ ରାଶି ଓ ଏମାନେ ହେଉଛନ୍ତି ଦେବଗଣ । 6/3 ଭଦ୍ରା ନକ୍ଷତ୍ର ମିଥୁନ ରାଶି ଏମାନେ ହେଉଛନ୍ତି ମାନବ ଗଣ ।

7/3 ପୂର୍ଣ୍ଣବାସ ନକ୍ଷତ୍ର ଏମାନେ ହେଉଛନ୍ତି ଦେବଗଣ ସତ୍ୟ, ନ୍ଯାୟରେ ପରିଚାଳିତ ଥାନ୍ତି । ମିଥୁନ ରାଶିର ଲୋକ ଅନ୍ୟଙ୍କୁ ସହଜରେ ବିଶ୍ଵାସ କରନ୍ତି । ଏମାନେ ପରୋପକାରୀ, ଶାନ୍ତ ସ୍ଵଭାବରେ ଅଟନ୍ତି । ଅଧ୍ୟୟନ କ୍ଷେତ୍ରରେ ଅଧିକ ରୁଚି ରହିଥାଏ । ବାଣିଜ୍ୟ ବ୍ୟବସାୟରେ ରୁଚି ରଖିଥାନ୍ତି । ପରିବାର ପ୍ରିୟ ହେବା ସହ ପାରିବାରିକ ସମ୍ପର୍କ ବହୁତ ଭଲ ଥାଏ ।

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ଥାଏ । ଏହି ରାଶିର ବ୍ୟକ୍ତି ସରଳ ମନ ହୋଇଥିବାରୁ ଅନେକ ଲୋକ ତାଙ୍କୁ ଠକିଥାନ୍ତି । ଏମାନେ ଦେବୀ ଦେବତାରେ ଭକ୍ତି ରଖିଥାନ୍ତି । ବାହନ ପ୍ରିୟ, ଭଲ ଲୋକଙ୍କ ସହ ମିଶିବା ଏମାନଙ୍କର ଅଭ୍ଯାସ ହୋଇଥାଏ । ଏମାନଙ୍କର ମନ୍ଦ ଗୁଣ ହେଉଛି ପରିବେଶ ସହ ଖାପ ନ ଖୁଆଇ ଭଲ ମନ ବିଚାର ନ କରି ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାରେ ଆଗ୍ରହୀ ହୋଇଥାନ୍ତି ।

ଏମାନଙ୍କର ରୋଗ ହେଉଛି ଅର୍ଶ, ଶ୍ଵାସ, କାସ, ଜ୍ଵର, ବହୁ ମୁତ୍ର, ପେଟ ରୋଗ ଇତ୍ୟାଦି । ଏମାନଙ୍କର ଜୀବିକା ଶସ୍ଯ ଜାତୀୟ, କାଠ, ତୁଳା, ପଥର, ଓକିଲ, ଅଧ୍ୟାପକ, ଡାକ୍ତର, ଧର୍ମ, ସାମ୍ବାଦିକ, ଡାକ ବିଭାଗ, ହିସାବ ରକ୍ଷକ, ବିକ୍ରେତା । ଜନ୍ମ ଭୂମି ଠାରୁ ଦୂରରେ ରହି କାର୍ଯ୍ୟ କରିବା ପ୍ରାୟତଃ ଏମାନଙ୍କ ଜୀବନରେ ଘଟିଥାଏ । ଦେବୀ ଦେବତାଙ୍କ ଉପାସନାରେ ବିଶେଷ ରୁଚି ରଖିଥାନ୍ତି ।

ଏମାନେ ଭବିଷ୍ୟତ ସ୍ପଷ୍ଟ ଦେଖି ଶୁଭ ଶୁଭ ଫଳ ଜାଣିପାରନ୍ତି । ଓ ସେଥିରୁ ସଫଳତାର ସହ ମୁକ୍ତି ପାଇଥାନ୍ତି । ମିଥୁନ ରାଶିର ବ୍ୟକ୍ତିଙ୍କର ଶୁଭ ତାରିଖ ପ୍ରତି ମାସର 2, 7, 11, 22 ଓ 25 ତାରିଖ । ପ୍ରତେକ ରବିବାର ଓ ଶୁକ୍ରବାର ଏମାନଙ୍କ ପାଇଁ ଅଶୁଭ ଅଟେ । ଏମାନଙ୍କ ଜୀବନରେ ଝଡ ଝଞ୍ଜା ଲାଗି ରହିଥାଏ । କୌଣସି ଜରୁରୀ କାମ ପାଇଁ ଚିନ୍ତା କରିବେ ତେବେ କୌଣସି ଲୋକ ପୂର୍ଣ୍ଣ ମାତ୍ରାରେ ସାହାର୍ଯ୍ୟ କରିଥାନ୍ତି ନଚେତ ବିଶ୍ବାସଘାତକ କରିଥାନ୍ତି ।

ଏଣୁ ପ୍ରାୟ ସମୟରେ ସତର୍କ ହୋଇ ଚାଲିବା ଉଚିତ । ପାରିବାରିକ କଳହକୁ ନେଇ ଅସାନ୍ତି ରହିବେ । ଛୋଟ ଛୋଟ କଥାରେ ଦୁଃଖୀ ହୋଇଥାନ୍ତି । ଏମାନଙ୍କର ଶୁଭ ଦିଗ ପଶ୍ଚିମ ଦିଗ । ଏମାନଙ୍କର ବିବାହ ବୟସ 21,25,26,28 ବର୍ଷ ମଧ୍ୟରେ ହୋଇଥାଏ । ଏମାନଙ୍କର ଶୁଭ ରଙ୍ଗ ହଳଦିଆ । ଲକି ନମ୍ବର 2,6,7 ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *