ମୃତ ବ୍ୟକ୍ତିଙ୍କର ଏହି 3ଟି ଜିନିଷ କେବେବି ନେବା ଉଚିତ୍ ନୁହେଁ, ଭୟଙ୍କର କଥା- Garuda Purana

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ନିୟମ ଅଛି କି ଯାହାର ଥରେ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ମୃତ୍ୟୁ ଏମିତି ଏକ ସତ୍ୟ ଅଟେ ଯାହାକୁ କେହି ଟାଳିପାରିବେ ନାହିଁ । ମୃତ୍ୟୁ ପାଖେଇ ଆସିଲେ ମଣିଷକୁ ଶରୀର ତ୍ୟାଗ କରିବାକୁ ପଡିଥାଏ । ମଣିଷ ମୃତ୍ୟୁ ପରେ ତାର କୌଣସି ଜିନିଷ ନେଇକି ଯାଇପାରେ ନାହିଁ । କେବଳ ତାର ପାପ ଓ ପୂଣ୍ୟ ତା ସହ ଯାଇଥାଏ ।

ଯଦି ମଣିଷ ମୃତ୍ୟୁ ପୂର୍ବରୁ ଭଲ କର୍ମ କରିଥାଏ କୌଣସି କଷ୍ଟ ଭୋଗିବାକୁ ପଡେ ନାହିଁ । କିନ୍ତୁ ଖରାପ କର୍ମ କରିଥିଲେ ମୃତ୍ୟୁ ପରେ ଯମ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ ମୃତ ବ୍ଯକ୍ତିର କେଉଁ ଜିନିଷ ନେବା ଅନୁଚିତ ଅଟେ । ଗରୁଡ ପୂରଣ ଅନୁଯାୟୀ ବ୍ଯକ୍ତିର ପ୍ରିୟ ଜିନିଷ ଗୁଡିକ ଦାନ କରିଲେ ତାହା ଶୁଭଦାୟକ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ପୂର୍ବଜଙ୍କ ଫୋଟୋ ଘରେ ଅବଶ୍ୟ ଲଗାଇବା ଉଚିତ । ଏହାକୁ ବହୁତ ଶୁଭ ମାନାଯାଏ । ପୂର୍ବଜଙ୍କ ଫୋଟୋ ବନାଇବା ସମୟରେ ଧ୍ୟାନ ରଖିବା ଉଚିତ କି ତାଙ୍କର ଫୋଟୋ କ୍ରୋଧ କି ଦୁଖ ଅବସ୍ଥାରେ ନ ଥିବ । ସେ ତାଙ୍କ ଫୋଟୋରେ ଯେମିତି ପ୍ରସନ୍ନ ଦେଖାଯାଉଥିବେ । ପିତୃ ପୁରୁଷଙ୍କ ପିଣ୍ଡ ଦାନ ଦିନ ବ୍ଯତୀତ ଅନ୍ୟ ଦିନରେ ତାଙ୍କୁ ଆହ୍ଵାନ କରିବା ଉଚିତ ନୁହେଁ ।

ପୂଜା ଘରେ ଭୁଲରେ ବି ପୂର୍ବଜଙ୍କ ଫୋଟୋ ରଖିବା ଅନୁଚିତ । ପରିବାର ଲୋକଙ୍କର ଅକାଳ ମୃତ୍ୟୁ ହୋଇଛି ତେବେ ଘରେ ତାଙ୍କର ଫୋଟୋ ରଖିବା କି ପିଣ୍ଡ ଦାନ କରିବା ଉଚିତ ନୁହେଁ । ପୂର୍ବଜଙ୍କ ଫୋଟୋ ଘରର ଉତ୍ତର ଦିଗରେ ଲଗାଇବା ଉଚିତ । ଯାହା ଦ୍ଵାରା ତାଙ୍କ ମୁହଁ ଦକ୍ଷିଣ ଦିଗକୁ ରହିବ । ଖାସ କରି ଐଶାନ୍ୟ କୋଣରେ ପୂର୍ବଜଙ୍କ ଫୋଟୋ ଲଗାଇବା ଅନୁଚିତ । ଜୀବିତ ବ୍ୟକ୍ତିଙ୍କ ସହ ପୂର୍ବଜଙ୍କ ଫୋଟୋ ଲଗାଇବା ଅନୁଚିତ । ଏହା ସହ ଶୋଇବା ଓ ରୋଷେଇ ଘରେ ପୂର୍ବଜଙ୍କ ଫୋଟୋ ଲଗାଇବା ଅନୁଚିତ । ଏବେ ଆସନ୍ତୁ ଜାଣିବା ପୂର୍ବର୍କଙ୍କ କେଉଁ ଜିନିଷ ବ୍ୟବହାର କରିବା ଅନୁଚିତ ।

୧- ଗରୁଡ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବସ୍ତ୍ର କେବେ ବ୍ୟବହାର କରିବା ଅନୁଚିତ । ଏମିତି କରିବାରେ ମୃତ ବ୍ୟକ୍ତିଙ୍କ ଆତ୍ମା ସେହି ବ୍ୟକ୍ତିଙ୍କ ଥରେ ଯୋଡି ହୋଇଯାଏ ଯିଏ ତାଙ୍କ ବସ୍ତ୍ରର ବ୍ୟବହାର କରିଥାଏ । ସେହି ବ୍ୟକ୍ତି ମାନସିକ ଓ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ହୋଇଥାଏ ।

୨- ଗରୁଡ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଗହଣା ବି ବସ୍ତ୍ର ପରି ଊର୍ଜା ସ୍ରୋତ ରହିଥାଏ । କେବେ ବି ଭୁଲରେ ମୃତ ବ୍ୟକ୍ତିଙ୍କ ଗହଣା ବ୍ୟବହାର କରିବା ଉଚିତ ନୁହେଁ । ଏମିତି କରିଲେ ଆତ୍ମା କ୍ରୋଧିତ ହୋଇଥାନ୍ତି ।

୩- ମୃତ ବ୍ୟକ୍ତିଙ୍କ ଘଡି ବି ପ୍ରମୁଖ ଊର୍ଜା ସ୍ରୋତ ହୋଇଥାଏ । ଯାହାକୁ କୌଣସି ବ୍ୟକ୍ତି ବ୍ୟବହାର କରିବା ଅନୁଚିତ । ତେଣୁ ମୃତ ବ୍ୟକ୍ତିଙ୍କ ଘଡି କୁ ଦାନ କରିବା ଉତ୍ତମ ବୋଲି ମାନାଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *