ଯେଉଁମାନେ ସ୍ନାନ କରନ୍ତି ନାହିଁ ସେମାନେ ଏହି ଦଣ୍ଡ ଭୋଗ କରନ୍ତି – Garuda purana

ବନ୍ଧୁଗଣ ନମସ୍କାର । ସ୍ନାନ ନକଲେ କଣ ହୋଇଥାଏ ଆସନ୍ତୁ ଜାଣିବା । ସ୍ନାନ କରିବା ନକରିବା ଆପଣଙ୍କ ଉପରେ ନିର୍ଭର କରିଥାଏ । କିନ୍ତୁ ହିନ୍ଦୁ ଧର୍ମରେ ଏହି ସ୍ନାନ କୁ ନେଇ କେତୋଟି କଥା କୁହାଯାଇଛି  । ଯାହାକି ମଣିଷ କେବେ ସ୍ନାନ କରିବ ଓ କେଉଁ ସମୟରେ ସ୍ନାନ କଲେ ଧନ ବୃଦ୍ଧି ହେବ । ଏବଂ ଯାହା ଇଛା କରିବ ସବୁକିଛି ପ୍ରାପ୍ତ କରିବ । ହିନ୍ଦୁ ଧର୍ମ ରେ ସ୍ନାନକୁ ନେଇ କିଛି କଥା କୁହାଯାଇଛି । ହିନ୍ଦୁ ଶାସ୍ତ୍ରରେ ସ୍ନାନକୁ ବିଜ୍ଞାନରେ ମଧ୍ୟ ପ୍ରମାଣ କରାଯାଇଛି । ଆସନ୍ତୁ ଜାଣିବା କେଉଁ ସମୟରେ ସ୍ନାନ କରିବା ଦ୍ଵାରା ଏକ ମଣିଷ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିଥାଏ ।

ଯଦି କିଏ ସ୍ନାନ ନକରନ୍ତି ସେମାନେ ଜୀବନରେ କିପରି ଭାବେ ଦୁଖ କଷ୍ଟ ଭୋଗ କରନ୍ତି ଆସନ୍ତୁ ଆଜି ଜାଣିବା । ଗରୁଡ ପୁରାଣ ରେ କୁହା ଯାଇଛି ଯଦି ଶାସ୍ତ୍ର ଅନୁସାରେ ମଣିଷ ଚଳିବ ତାହେଲେ ସେ ଦିବ୍ୟଜ୍ଞାନ ପ୍ରାପ୍ତ କରିବ । ଗରୁଡ ପୁରାଣରେ ଲେଖା ଅଛି ମଣିଷକୁ ବ୍ରହ୍ମ ମୁହୁର୍ତ୍ତ ରେ ଉଠି ଧର୍ମ ଓ ଅର୍ଥକୁ ସ୍ମରଣ କରିବେ । ପ୍ରାତ କାଳରେ ଯଦି ସ୍ନାନ କରିବେ ତାହେଲେ ଜୀବନରେ ସବୁକିଛି ହାସଲ କରିପାରିବେ । ଆପଣ ଅଶୁଦ୍ଧି କାମ ସାରି ସ୍ନାନ କରିବା ଉଚିତ ଅଟେ । ପ୍ରାତ କାଳରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଗରୁଡ ପୁରାଣରେ କୁହା ଯାଇଛି ଯେତେ ବେଳେ ମଣିଷ ରାତିରେ ଶୁଏ  ତାହାର ପାଟିରୁ ଲାଳ ବାହାରିଥାଏ । ଯାହାଦ୍ୱାରା ମଣିଷ ଅପବିତ୍ର ହୋଇଯାଇଥାଏ । ତେଣୁ ସକାଳୁ ଉଠି ଧାର୍ମିକ କାର୍ଯ୍ୟ କରିବା ପୂର୍ବରୁ ସ୍ନାନ କରିବା ଉଚିତ ଅଟେ । ଗରୁଡ ପୁରାଣରେ ଲେଖା ଅଛି ଧାର୍ମିକ କାର୍ଯ୍ୟ ପୂର୍ବରୁ ସ୍ନାନ କରିବା ଉଚିତ ଅଟେ ନଚେତ କିଛିବି ଫଳ ମିଳିନଥାଏ । ଏମିତି କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ଗରୁଡ ପୁରାଣରେ ପାପୀ ବୋଲି କୁହାଯାଇଥାଏ । ଯଦି କୌଣସି ବ୍ୟକ୍ତି ସକାଳୁ ସ୍ନାନ ନକରି କିଛି କାର୍ଯ୍ୟ କରୁଛି ତାହେଲେ ତାହାର କିଛିବି ଫଳ ମିଳିନଥାଏ । କାରଣ ସ୍ନାନ କରୁନଥିବା ବ୍ୟକ୍ତିର ଚାରିପଟେ ନାକାରତ୍ମକ ଶକ୍ତି ବୁଲୁଥାଏ ।

ତେଣୁ ଗରୁଡ ପୁରାଣରେ କୁହା ଯାଇଛି ଯଦି କୌଣସି ମନୁଷ୍ୟ ସ୍ନାନ କରିବ ନାହିଁ ତାହେଲେ ସେହି ବ୍ୟକ୍ତି ସର୍ବଦା ଦୁଖ କଷ୍ଟ ପାଇଥାଏ । ଯଦି ସକାଳୁ ସ୍ନାନ କରିବେ ତଳେ ସମସ୍ତ ପାପ କ୍ଷୟ ହୋଇଯିବ । ଦିନର ସମସ୍ତ କାମ ବହୁତ ଭଲ ହେବ । ସ୍ନାନ କରିବା ବେଳେ ପ୍ରଥମେ ପାଦରେ ପାଣି ଢାଳିବେ ତାହାପରେ ଶରୀରର କାନ୍ଧରେ ଢାଳିବେ । ଏହା କରିବା ଦ୍ଵାରା ଶରୀର ବହୁତ ଭଲରହିଥାଏ । ଗରୁଡ ପୁରାଣରେ ଲେଖା ଅଛି ସ୍ନାନ ପରେ ମାତା ଗାୟତ୍ରୀ ଓ ସୂର୍ଯ୍ୟଙ୍କୁ ପାଣି ଟେକିବେ ଏହା କରିବା ଦ୍ଵାରା ଦିନଟି ବହୁତ ଭଲରେ କଟିଥାଏ । ଯେଉଁ କାର୍ଯ୍ୟ କରିବେ ସମସ୍ତ କାର୍ଯ୍ୟ ସଫଳ ହବ । ବନ୍ଧୁଗଣ ଜାଣିଲେ ତ ଯଦି ସ୍ନାନ କରିବେ ନାହିଁ  ତାହେଲେ କେଉଁ ଅସୁବିଧା ହେଇଥାଏ ।

Leave a Reply

Your email address will not be published. Required fields are marked *