ତୁଳସୀ ଗଛକୁ କେବେ ଏବଂ କେଉଁଠାରେ ଲଗାଇବେ ? ଦେଖନ୍ତୁ ନିତ୍ୟ ତୁଳସୀ ପୂଜା ବିଧି

ନମସ୍କାର ବନ୍ଧୁଗଣ । ତୁଲସୀ ଗଛକୁ ପୂଜା କରିବା  ବହୁତ ପୁରୁଣା ଯୁଗରୁ ଅଛି । ଆପଣ ମାନେ ଦେଖୁଥିବେ ସମସ୍ତଙ୍କ ଘରେ ତୁଳସି ପୂଜା କରାଯାଏ।ଯଦି ଆପଣ ତୁଲସୀ ଗଛକୁ ପୂଜା କରୁଛନ୍ତି ତାହେଲେ ଆପଣ ବହୁତ ଖୁସିରେ ରହିବେ । ଆପଣଙ୍କର କୌଣସି ଜିନିଷର ଅଭାବ ହେବ ନାହିଁ । ତୁଲସୀ ପୂଜା କଲେ ମାତା ଲକ୍ଷ୍ମୀଙ୍କ କୃପା ହାସଲ କରିବେ। ତୁଳସୀ ଗଛର ପତ୍ରରୁ ଓ ତାହାର ରସରୁ ବହୁତ ରୋଗ ଭଲ ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହିଘରେ କେବେ ବି ନାକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ।

ତେଣୁ ଆପଣଙ୍କ ଘରର ଅଗଣାରେ ତୁଳସୀ ଗଛ ରଖନ୍ତୁ ନ ହେଲେ ଆପଣଙ୍କର ଛାତ ଉପରେ ରଖନ୍ତୁ । ଏବଂ ପ୍ରତିଦିନ ତୁଳସୀ ଗଛକୁ ପୂଜା କରନ୍ତୁ । ଯଦି ଆପଣଙ୍କର କିଛି ସମସ୍ଯା ଅଛି ତା ହେଲେ ଆପଣ ତୁଳସୀ ଗଛ ପୂଜା କରି ନିଜର ମନ କଥା ଜଣାନ୍ତୁ ଦେଖିବେ ଆପଣକର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଆସନ୍ତୁ ଜାଣିବା ତୁଳସୀର ପୂଜା କେମିତି କରିବା – ବନ୍ଧୁଗଣ ଆପଣ ସକାଳୁ ସୂର୍ଯ୍ୟଦୟ ପୂର୍ବରୁ ଉଠିବେ ତାହା ପରେ ଆପଣ ସ୍ନାନ କରି ଏକ ଲୋଟାରେ ପାଣି, ହଳଦୀ, ଫୁଲ , ଦୀପ, ଭୋଗ ନେଇ ତୁଳସୀ ଗଛ ପାଖକୁ ଯିବେ ତାହାପରେ ସେଠାରେ ଏକ ଆସନ ପକେଇ ବସିବେ ତାହା ପରେ ତୁଳସୀ ଗଛ ମୂଳରେ ପାଣି ଢାଳିବେ ।

ତାହାପରେ ତାହାର ଚତୁଃପାର୍ଶ୍ଵ ରେ 3 ଥର  ପରିକ୍ରମା କରିବେ । ତାହାପରେ ଆପଣ ତୁଲସୀ ଜଟରେ 3ଥର ପାଣି ଦେବେ । ତାହା ପରେ ଆପଣ ଶୁଦ୍ଧ ଘିଅର ଦୀପ ଜଳାଇବେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ଦେଖିବାକୁ ମିଳିବ । ଯଦି ଆପଣ ସନ୍ଧ୍ୟା ସମୟରେ ସୁଧଘିଅ ର ଦୀପ ଜଳାଇବେ ଏହା ଦ୍ଵାରା ଆପଣଙ୍କର ଧନର କେବେ ବି ଅଭାବ ହେବ ନାହିଁ । ଆପଣଙ୍କ ଘରେ ଶାକାରତ୍ମକ ଶକ୍ତି ବଢିବ । ଆପଣ ଦୀପ ଲଗାଇଲା ବେଳେ ଦୀପ ତଳେ ଶୁଦ୍ଧ ଚାଉଳ ରଖି ଦୀପ ରଖିବେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଲକ୍ଷ୍ମୀ ବାସ କରନ୍ତି । ଆଉ ଗୋଟେ କଥା ମନେ ରଖନ୍ତୁ ଯଦି ଆପଣ ମାଟିର ଦୀପରେ ସନ୍ଧ୍ୟା ଦଉଛନ୍ତି ତା ହେଲେ ଆପଣ ପ୍ରତିଦିନ ଦୀପ ବଦଳାଇ ଦେବେ ।

ସବୁଠାରୁ ଭଲ ଆପଣ ପିତ୍ତଳର ଦୀପ ଲଗାଇବା । ତୁଳସୀ ଗଛ ପାଖରେ  ଆପଣ ମିଠା ଜିନିଷ ଭୋଗ ଲଗାଇବେ ଯେମିତିକି ମିଶ୍ରି, ମିଠା କେବେ ବି ଲୁଣ ଜିନିଷ ଭୋଗ ଲଗାଇବେ ନାହିଁ।  ତୁଳସୀର ପତ୍ରକୁ ଏକାଦଶୀ, ଦ୍ଵାଦଶୀ, ପୁର୍ଣିମା , ଅମାବାସ୍ୟା , ରବିବାର ଦିନ ମଧ୍ୟାହ୍ନ ସମୟ ,ରାତ୍ର କାଳରେ ତୋଳିବେ ନାହିଁ। ରବିବାର ଦିନ ତୁଳସୀ ଗଛକୁ ପୂଜା କଲା ବେଳେ ତୁଳସୀ ଗଛକୁ ସ୍ପର୍ଶ କରିବେ ନାହିଁ । ତୁଳସୀ ଗଛକୁ ଆପଣଙ୍କ ଘରର ଐଶାନ୍ୟ କୋଣରେ ଲଗାଇବେ । ଏହା କରିବା ଦ୍ଵାରା ଆପଣଙ୍କର ଘରେ ସୁଖ ଶାନ୍ତି ଦେଖା ଦବ ଆପଣଙ୍କ ଘରେ ଶାକାରାତ୍ମକ ଶକ୍ତି ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *