Vaastu Tips: କରଜ ଆପଣଙ୍କର ବଢି ଯାଇଛି କି ? ଜାଣନ୍ତୁ କରଜରୁ ମୁକ୍ତି ପାଇବା ପାଇଁ 15 ଟି ସରଳ ଉପାୟ

ବାସ୍ତୁ ଶାସ୍ତ୍ର : ଆମ ଜୀବନରେ କିଛି ପରିସ୍ଥିତି ପାଇଁ ଆମେ କରଜ କରିଥାଉ । କରଜ କରିବାକୁ ନ ଚାହିଁଲେ ବି ଆମେ କରଜ କରିବାକୁ ବାଧ୍ୟ ହୋଇଥାଉ । ଏହାର ଆଉ ଏକ କାରଣ ହେଉଛି ଯଦି ଆମ ଗୃହରେ ବାସ୍ତୁ ସମସ୍ଯା ଅଛି ତାହାଲେ ଆପଣ କରଜ କରିବେ । ଯାହା ଫଳରେ ଆପଣଙ୍କର ମାନସିକ ଅଶାନ୍ତି ଦେଖିବାକୁ ମିଳିଥାୟ । ଏହି ବାସ୍ତୁ  ସମସ୍ଯାରୁ ମୁକ୍ତି ପାଇବା ପାଇଁ ୧୫ ଟି ସରଳ ଉପାୟ ଆପଣଙ୍କୁ ଆଜି ଆମେ ଜଣେଇବୁ । ୧. କରଜରୁ ମୁକ୍ତି ପାଇବା ପାଇଁ ଉତ୍ତର କିମ୍ବା ଦକ୍ଷିଣ ଦିଗରେ କାନ୍ଥ  ସିଧା ବନେଇବେ ।

୨. ଗୃହର ଉତ୍ତର ଦିଗରେ କାନ୍ଥ ସାମାନ୍ଯ ନିଚ୍ଚ କରିବେ । ୩. ଗୃହରେ ଭୁଲ ଦିଗରେ ଯଦି ଆପଣ ଦିଆଲ ନିର୍ମାଣ କରିଥିବେ ତା ହେଲେ ଆପଣଙ୍କର ଧନର ଅଭାବ ଦେଖିବାକୁ ମିଳିବ । ଯଦି ଆପଣଙ୍କର କରଜ ଅଧିକ ହୋଇ ଯାଇଛି ତା ହେଲେ ଆପଣ ଐଶାନ୍ୟ କୋଣର କାନ୍ଥ କୁ ୯୦ ଡିଗ୍ରୀରୁ କମ କରିବେ । ୪. ଉତ୍ତର ପୂର୍ବ ଦିଗରେ ଏକ ପୁଷ୍ପରିଣୀ କରିବେ । ଏହା କରିବା ଦ୍ଵାରା ଆପଣଙ୍କର ଆୟ ବଢିବ । ୫. ଉତ୍ତର ଓ ପୂର୍ବ ଦିଗର ଭୂମିକି ୨ରୁ ୩ ଫୁଟ ପର୍ଯ୍ଯନ୍ତ ଖୋଳିବେ । ୬. ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ କୋଣରେ କୌଣସି ନଳ କୂପ , ପୁଷ୍ପରିଣୀ , କୂପ ରଖନ୍ତୁ ନାହିଁ ଏହା ରହିବା ଦ୍ଵାରା ଆପଣ ଦରିଦ୍ର ହେବେ ।

୭. ଦୁଇଟି ଗୃହ ମଝିରେ ଗୃହ କିଣନ୍ତୁ ନାହିଁ । ଏହା କଲେ ଆପଣ ଦରିଦ୍ର ହୋଇଯିବେ । ୮. ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ଯଦି ଅପଣଙ୍କର ଜମି ଥିବା ତା ହେଲେ ଆପଣଙ୍କର ଧନ ବୃଦ୍ଧି ହେବ । ୧୦. ପୂର୍ବ କିମ୍ବା ଉତ୍ତର ଦିଗରେ କୌଣସି ଭାରି ପଦାର୍ଥ ରଖିବେ ନାହିଁ  ଏହା ରଖିବା ଦ୍ଵାରା ଆପଣଙ୍କର ଅଭାବ ଲାଗି ରହିବ । ୧୧. ଗୃହର ମଧ୍ୟ ଭାଗରେ କୌଣସି ଅଣ୍ଡରଗ୍ରାଉଣ୍ଡ ରଖନ୍ତୁ ନାହିଁ । ୧୨. ଗୃହର ମଧ୍ୟ ଭାଗ ସାମାନ୍ୟ ଉଚ୍ଚ ରଖିବେ ଏହା ରଖିବା ଦ୍ଵାରା ଆପଣଙ୍କର ଧନ ସମ୍ପତି ବୃଦ୍ଧି ହବ ।

୧୩. ଯଦି ଆପଣଙ୍କର ଉତ୍ତର ଦିଗରେ କାନ୍ଥ ଉଚ୍ଚ ଅଛି ତାହେଲେ ତାହାକୁ କମେଇ ଦକ୍ଷିଣ ଦିଗରେ ଦିଆଲ ବଢାନ୍ତୁ । ଏହା କଲେ ଆପଣଙ୍କର ଧନ ବୃଦ୍ଧି ହେବ । ୧୪. ଦକ୍ଷିଣ ଓ ପଶ୍ଚିମ ଦିଗର କୋଣରେ ପିତଳର ଏକ ପାତ୍ର ଲଗାନ୍ତୁ ଆପଣଙ୍କର ବାସ୍ତୁ ଦୋଷ ଥିଲେ ତାହା ଖଣ୍ଡନ ହୋଇଯିବ । ୧୫. ଉତ୍ତର ପୂର୍ବ ଦିଗର କୋଣରେ ଦର୍ପଣ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଧନ ବୃଦ୍ଧି ହେବ ଓ ପରିବାରରେ ସୁଖ ଶାନ୍ତି ଦେଖା ଦେବ। ଗୃହରେ ବାସ୍ତୁ ଦୋଷ ଲାଗି ରହିଥିଲେ ତାହା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *