ନବରାତ୍ରିରେ ନିଜ ପର୍ସରେ ରଖନ୍ତୁ ଏହି 1 ଜିନିଷ ସରାଜୀବନ ପଇସାର ଅଭାବ ହେବ ନାହିଁ

ନବରାତ୍ରି ମା ଦୂର୍ଗାଙ୍କ ନଅ ରୂପର ପୂଜା ଆରାଧନାର ସମୟ ରହିଥାଏ । ଏହି ନବରାତ୍ରିରେ ମା ଦୂର୍ଗା ନଅ ରୂପରେ ପ୍ରକଟ ହୋଇ ଭକ୍ତ ମାନଙ୍କ ଉପରେ କୃପା କରିଥାନ୍ତି । ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ବିଶେଷ ମହତ୍ଵ ରହିଛି । ଏହି ଦିନ ମାନଙ୍କରେ ଲୋକ ମାନେ ବ୍ରତ ମଧ୍ୟ କରିଥାନ୍ତି । ଏହା ଛଡା ପ୍ରକୃତିରେ ଏମିତି କିଛି କଥା ରହିଛି ଯାହା ଦ୍ଵାରା ଆମ ଦୂର୍ଗାଙ୍କର ବସ ରହିଛି ବୋଲି ସଂକେତ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ମା ଦୂର୍ଗାଙ୍କର କୃପା ଲାଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ତୁଳସୀ ଗଛ : ହିନ୍ଦୁ ଧର୍ମରେ ତୁଳସୀ ପତ୍ରର ବିଶେଷ ମହତ୍ଵ ରହିଛି । ଏହା ଦ୍ଵାରା ଅନେକ ରୋଗ ଭଲ ହେବା ସହ ଖରାପ ଶକ୍ତିର ବିନାଶ ହୋଇଥାଏ । ଯଦି ଆପଣ ଦୁର୍ଗାପୂଜାରେ ତୁଳସୀ ଗଛ ଘରକୁ ଆଣିବେ ତେବେ ଆପଣଙ୍କ ଜୀବନରେ ସବୁ ସମସ୍ୟାର ନିବାରଣ ହୋଇ ପାରିବ ।

୨- କଦଳୀ ଗଛ : ଯଦି ଆପଣ ନବରାତ୍ରିରେ କଦଳୀ ଗଛ ଆଣିବେ ତେବେ ଏହା ଶୁଭ ହୋଇଥାଏ । ଗୁରୁବାର ଦିନ ଏହି ଗଛ ଲଗାଇ କ୍ଷୀର ଅର୍ପଣ କରିଲେ ଭଗବାନ ବିଶୁଣୁଙ୍କର କୃପା ଲାଭ ହୋଇଥାଏ ।

୩- ଶ୍ରୀଙ୍ଗାର ଜିନିଷ : ଯଦି ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଛି ତେବେ ଏହି ଦଶହରାରେ ମା ଦୂର୍ଗାଙ୍କର ଷୋହଳ ଶ୍ରୀଙ୍ଗାର କିଣିବା ଉଚିତ । ଏପରି କରିବା ଦ୍ଵାରା ଦାମ୍ପତ୍ୟ ଜୀବନରେ ପ୍ରେମ ଓ ବିଶ୍ଵାସ ବଢିଥାଏ । ମା ଦୂର୍ଗାଙ୍କୁ ଏହି ଷୋହଳ ଶ୍ରୀଙ୍ଗାର ଚଢାଇବା ଦ୍ଵାରା ସେହି ବ୍ୟକ୍ତିକୁ କୃପା ଲାଭ ହୋଇଥାଏ । ଏହା ସହ ଦାଂପତ୍ଯ ଜୀବନ ମଜବୁତ ହୋଇଥାଏ ।

୪- ସୁନା ଓ ରୂପା ଜିନିଷ : ଏହି ନବରାତ୍ରି ରେ ଯଦି ସୁନା ବା ଚାନ୍ଦି ଜିନିଷ ଘରକୁ ଅଣାଯାଏ ତେବେ ଏହା ବହୁତ ଶୁଭ ହୋଇଥାଏ । ଯଦି ଚାନ୍ଦି ଶିକାରେ ପ୍ରଭୁ ଗେନଶା ଓ ମା ଲକ୍ଷ୍ମୀଙ୍କର ଚିତ୍ର ରହିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ରହିବା ସହ ଧନ ବର୍ଷା ହୋଇଥାଏ ।

୫- ମୟୁର ପଙ୍ଖ : ଶାସ୍ତ୍ର ଅନୁସାରେ ମୟୁର ପରର ବିଶେଷ ମହତ୍ଵ ରହିଛି । ଏହି ଦୂର୍ଗାପୂଜାରେ ଯଦି ଆପଣ ମୟୁର ପର ଘରେ ଆଣି ପୂଜା କରାଯାଏ ତେବେ ଏହା ଶୁଭ ହୋଇଥାଏ । ଛାତ୍ର ମାନେ ମୟୁର ପର ନିଜ ପାଠ ପଢା ସ୍ଥାନରେ ରଖିଲେ ବିଦ୍ୟା ପ୍ରାପ୍ତ ହୋଇଥାଏ । ଏହା ସହ ଧାନ ରଖୁଥିବା ସ୍ଥାନରେ ମୟୁର ପର ରଖିଲେ ଧନ ଆଗମନର ସଂକେତ ମିଳିଥାଏ । ଆପଣଙ୍କ ଘରେ ଧନର ଅଭାବ ରହିବ ନାହି ।

ବନ୍ଧୁଗଣ ଏହା ଥିଲା ସେହି ସବୁ ଜିନିଷ ଯାହା ନବରାତ୍ରିରେ ଘରକୁ ଆଣିବା ଦ୍ଵାରା ମା ଦୂର୍ଗାଙ୍କର କୃପା ଲାଭ ହେବା ସହ ଅପାର ଧନ ପ୍ରାପ୍ତ ହୋଇଥାଏ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *