ନିଜ ଜନ୍ମ ବାର ରୁ ନିଜ ଭବିଷ୍ୟତ ବିଷୟରେ ଜାଣନ୍ତୁ-Personality Test

ବନ୍ଧୁଗଣ ବ୍ୟକ୍ତିର ଜନ୍ମ ସମୟ ତାର ବ୍ୟକ୍ତିତ୍ବ ଉପରେ ଖାସ ପ୍ରଭାବ ପକାଇଥାଏ । ଜ୍ଯୋତିଷ ଶାସ୍ତ୍ର ସହରରେ ଆମେ ଆମର ଜନ୍ମ ତାରିଖ, ନାମ, ମାସ ଓ ବାର ମାଧ୍ୟମରେ ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଜାଣି ପାରିବା । ମଣିଷ ଯେଉଁ ବାରରେ ଜନ୍ମ ହୋଇଥାଏ ତାହା ତାର ବ୍ୟକ୍ତିତ୍ବ ଓ ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ । ଆଜି ଆମେ ଜାଣିବା ବାର ଅନୁଯାୟୀ ବ୍ୟକ୍ତି ର ସ୍ଵଭାବ ଓ ଭବିଷ୍ୟତ ବିଷୟରେ କିଛି ଖାସ କଥା ।

1- ସୋମବାର ରେ ଜାତ ହୋଇଥିବା ବ୍ୟକ୍ତି ଚନ୍ଦ୍ରମା ଗ୍ରହ ସହ ପ୍ରଭାବିତ ହୋଇଥାନ୍ତି । ଚନ୍ଦ୍ରମାଙ୍କ ରାଶି କର୍କଟ ହୋଇଥାଏ । ଏମାନେ ସଂବେଦନଶୀଳ, ଭାବୁକ ହୋଇଥାନ୍ତି । ଏମାନଙ୍କ ପାଇଁ ପରିବାର ସବୁ କିଛି ହୋଇଥାଏ । ଏମାନଙ୍କର ଭଲ ସ୍ଵଭାବ କାହାକୁ ଧୋକା ଦିଏ ନାହିଁ ।

2- ମଙ୍ଗଳବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସବୁବେଳେ ଜୋସରେ ରହିଥାନ୍ତି । କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି ଓ ଏମାନଙ୍କ ପାଖରେ ନିର୍ଣ୍ଣୟ ନେବାର କ୍ଷମା ଭଲ ଭାବେ ଥାଏ । ଏମାନେ ବୁଦ୍ଧିମାନ, ଆକର୍ଷକ ସ୍ଵଭାବର ହୋଇଥାନ୍ତି ।

3- ଯେଉଁ ବ୍ୟକ୍ତି ବୁଧବାରରେ ଜନ୍ମ ହୋଇଥାନ୍ତି ସବୁଠାରୁ ବଡ ଖାସିୟତ ହେଉଛି ନିଜ କଥା ଦ୍ଵାରା ସମସ୍ତଙ୍କ ମନ ଜିଣିଥାନ୍ତି । ଏମାନେ ନିଜ କଥା ଦ୍ଵାରା ଅନ୍ୟକୁ ଆକର୍ଷିତ କରିଥାନ୍ତି । ଏହି କାରଣରୁ ଏମାନେ ରାଜନୀତିରେ ସଫଳ ହୋଇଥାନ୍ତି ।

4- ଯଦି ଆପଣଙ୍କ ଜନ୍ମ ଗୁରୁବାରରେ ହୋଇଛି ଏମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଧନୀ ହେବା ସହ ପ୍ରତେକ ରୂପରେ ସକ୍ଷମ ହୋଇଥାନ୍ତି । ଏମାନଙ୍କୁ ଭଲ ଭବିଷ୍ୟତ ମିଳିଥାଏ । ଅନେକ ଥର ଏମାନେ ନିଜ ବିଷୟରେ ଚିନ୍ତା କରିଥାନ୍ତି । ସବୁ ସମସ୍ଯାର ସମାଧାନ ସହଜରେ କରିଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ।

5- ଶୁକ୍ରବାରରେ ଜନ୍ମ ଲାଭ କରିଥିବା ବ୍ୟକ୍ତି ଶୁକ୍ର ଗ୍ରହ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କୁ ଧଳା ରଙ୍ଗ ପସନ୍ଦ ହୋଇଥାଏ । କାରଣ ଏମାନଙ୍କ ସ୍ଵଭାବ ମଧ୍ୟ ଧଳା ରଙ୍ଗ ଭଳି ଶାନ୍ତ ଓ ସରଳ ହୋଇଥାଏ ।

6- ଶନିବାରରେ ଜନ୍ମଗ୍ରହ କରିଥିବା ଜାତକ ଶନି ଗ୍ରହ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଲାଇଫକୁ 2 ପ୍ରକାରରେ ଚଳାଇଥାନ୍ତି । ଏମାନେ ସବୁ କାମ ବୁଝି ବିଚାରୀ କରିଥାନ୍ତି । ଏମାନେ ଚାକିରି କରୁଥିଲେ ନିଜ ମାଲିକ ପାଇଁ ଭଲ କର୍ମଚାରୀ ହୋଇଥାନ୍ତି । ଏମାନେ ଭଲ ଲାଇଫ ପାର୍ଟନର ମଧ୍ୟ ହୋଇଥାନ୍ତି ।

7- ରବିବାର ରେ ଜାତ ବ୍ୟକ୍ତି ମାନେ ସୂର୍ଯ୍ୟ ଗ୍ରହ ଓ ସିଂହ ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏମାନେ ବୁଦ୍ଧିମାନ, ଲିଡର ଓ ପଜେଟିଭ ଭାବନାର ବ୍ୟକ୍ତି ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବା ଓ ମିଶିବା ଭଳି ହୋଇଥାନ୍ତି । ଏମାନେ ସ୍ଵଭାବ ରୁ ବହୁତ ଭଲ ହୋଇଥାନ୍ତି । ଏମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *