ନୂଆବର୍ଷ 2023, ଘରକୁ ଆଣନ୍ତୁ ଏହି 5ଟି ଜିନିଷ ହେବ ଧନର ବର୍ଷା

ବନ୍ଧୁଗଣ ନୂଆବର୍ଷ ୨୦୨୩ ଆରମ୍ଭ ହେବା ପାଇଁ ଆଉ ମାତ୍ର କିଛି ଦିନ ରହିଲା । ସମସ୍ତଙ୍କର ଇଚ୍ଛା ଥାଏ କି ନୂଆବର୍ଷଟି କିପରି ଭଲରେ ଓ ଶୁଭରେ ବ୍ଯତୀତ ହେବ । ଏମିତି କୁହାଯାଏ ନୂଆବର୍ଷର ଆରମ୍ଭ ଭଲରେ ହେଲେ ପୁରା ବର୍ଷ ଭଲରେ କଟିଥାଏ । ନୂଆବର୍ଷ ପୂର୍ବରୁ ୫ଟି ଜିନିଷ ଘରକୁ ଆଣିଲେ ଭାଗ୍ୟ ଚମକି ଉଠିବ । ଏହା ସହ ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ଲାଭ ହେବ ।

ଆଜି ଆମେ ଆପଣଙ୍କୁ କହିବୁ ନୂଆବର୍ଷ ପୂର୍ବରୁ ଘରକୁ କେଉଁ ଜିନିଷ ଆଣିଲେ ଶୁଭ ହେବା ସହ ଧନର ଅଭାବ ରୁହେ ନାହି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- କଇଁଛର ମୂର୍ତ୍ତି : କଇଁଛର ମୂର୍ତ୍ତିକୁ ସୁଖର ପ୍ରତୀକ ମାନା ଯାଇଥାଏ । ଏହାକୁ ନୂଆବର୍ଷ ପୂର୍ବରୁ ଘରକୁ ନେଇ ଆସନ୍ତୁ । ନୂଆବର୍ଷ ଦିନ ଏହାକୁ ଗଙ୍ଗାଜଳରେ ପବିତ୍ର କରି ପୂଜା କରି ସଠିକ ଜାଗାରେ ରଖି ଦିଅନ୍ତୁ । ଏହା ଭାଗ୍ୟ ଓ ସୌଭାଗ୍ଯକୁ ବଢାଇଥାଏ । ଏହା ନେଗେଟିଭ ଊର୍ଜାକୁ ଦୂର କରିଥାଏ ।

୨- ନଡିଆ : ନୂଆବର୍ଷର ଆରମ୍ଭ ଯଦି ନଡିଆ ଭାଙ୍ଗି କରାଯାଏ ତେବେ ଶୁଭ ହୋଇଥାଏ । ଏହା ଦ୍ଵାରା ସଫଳତାର ରାସ୍ତା ଖୋଲିଯାଏ । ଘରୁ ସବୁ ନାଗେଟିଭ ଊର୍ଜା ବାହାରିଯାଏ ଓ ପଜେଟିଭ ଊର୍ଜା ପ୍ରବେଶ କରିଥାଏ । ଘରେ କି ମନ୍ଦିର ରେ ନଡିଆ ଭାଙ୍ଗିବା ଶୁଭ ହୋଇଥାଏ ।

୩- ମୟୁର ପଙ୍ଖ : ଯଦି ଆପଣ ସବୁବେଳେ ଧନର ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି ତେବେ ମୟୁର ପର ନୂଆବର୍ଷରେ ଘରକୁ ନିଶ୍ଚୟ ଆଣନ୍ତୁ । ଧ୍ୟାନ ରଖିବେ ଏହା କିଣିବା ଆଗରୁ ଭଗବାନ କୃଷ୍ଣଙ୍କ ନାମ ନିଶ୍ଚୟ ନେବେ । ଏମିତି କରିଲେ କାର୍ଯ୍ୟରେ ସଫଳତା ମିଳିବା ସହ ସବୁ କାମ ଭଲରେ ହୋଇଥାଏ ।

୪- ଭଗବାନ ଗଣେଶଙ୍କ ମୂର୍ତ୍ତି : ଭଗବାନ ଗଣେଶଙ୍କୁ ବିଘ୍ନ କାରକ କୁହାଯାଏ ଯିଏ ସବୁ ଦୁଖ କଷ୍ଟକୁ ଦୂର କରିଥାନ୍ତି । ଯଦି ଆପଣ କେଉଁ ସମସ୍ୟାରେ ଫସିଛନ୍ତି ତେବେ ନୂଆବର୍ଷରେ ଭଗବାନ ଗଣେଶଙ୍କ ମୂର୍ତ୍ତି ନିଶ୍ଚୟ ଘରକୁ ଆଣନ୍ତୁ । ଏହା ଦ୍ଵାରା ଜୀବନରେ ଖୁସି ଲାଭ ହେବ ।

୫- ଫେନ୍ସୁଇ ଆଇଟମ : ଟଙ୍କା ପଇସା ସବୁ ମଣିଷ ଇଚ୍ଛା କରିଥାଏ । ଏହି ନୂଆବର୍ଷରେ ଯଦି ଘରକୁ ଲାଫିଙ୍ଗ ବୁଦ୍ଧ ଆପଣଙ୍କୁ ଏହି ଗିଫ୍ଟ ଦେଉଛନ୍ତି ତେବେ ବୁଝିବେ ଆପଣଙ୍କ ଭାଗ୍ୟ ବଦଳିଗଲା । ଲାଫିଙ୍ଗ ବୁଦ୍ଧ ସେତେବେଳେ କାମ କରନ୍ତି ଯେବେ କେହି ଗିଫ୍ଟ ଦେଇଥାନ୍ତି ।

୬- ବଜରଙ୍ଗବାଲିଙ୍କ ପ୍ରତିମା : ଶାସ୍ତ୍ର ଅନୁଯାୟୀ ପ୍ରଭୁ ହନୁମାଙ୍କ ଫୋଟୋ ଘରେ ରଖିବା ଉଚିତ । ନୁଆବର୍ଷରେ ବଜରଙ୍ଗବାଲି ଙ୍କ ପ୍ରତିମା ଆଣି ଘରର ମୁଖ୍ୟଦ୍ଵାରରେ ଲଗାଇଲେ ମଙ୍ଗଳ, ଶନି ଓ ଭୁତ ପ୍ରେତଙ୍କ ଦୋଷ ଲାଗେ ନାହି ।

୭- ମା ଲକ୍ଷ୍ମୀଙ୍କ ଚରଣ ପାଦୁକା : ନୂଆବର୍ଷରେ ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରକୁ କିଣି ଆଣନ୍ତୁ । ଏହାକୁ ଠାକୁର ଘରେ ରଖିବା ଦ୍ଵାରା ଘରକୁ ଧନ ଆସିବାର ମାର୍ଗ ଖୋଲିଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *