P ନାମର ବ୍ୟକ୍ତି ଆପଣଙ୍କ ପାଖରେ ଅଛନ୍ତି ତାହେଲେ ନିଶ୍ଚୟ ଜାଣନ୍ତୁ, ଏମିତି ହୋଇଥାନ୍ତି P ନାମର ଲୋକ

ଜୀବନରେ ବିଭିନ୍ନ ପ୍ରକାରର ଲୋକ ଆମ ଜୀବନରେ ଆସନ୍ତି, ସେଥି ମଧ୍ୟରୁ କେତେକ ଲୋକ ଆମ ସହିତ ରୁହନ୍ତି ଓ କେତେକ ଲୋକ ଆମ ଠାରୁ ଦୂରେଇ ଯାନ୍ତି । ସବୁଠାରୁ ଜରୁରୀ କଥା ଏହା କି ଯେଉଁ ଲୋକ ଆମ ସହିତ ରୁହନ୍ତି ତାଙ୍କର ସ୍ଵଭାବ କିପରି ତାହା ଆମର ଜାଣିବା ଦରକାର, ଯାହା ଆମ ପାଇଁ ଆବଶ୍ୟକ ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ନାମର ପ୍ରଥମ ଆକ୍ଷାରରୁ ତା’ ବିଷୟରେ ସବୁ କିଛି ଜାଣି ହୁଏ କି ତା’ର ସ୍ଵଭାବ ଓ ବ୍ୟବହାର କିପରି ଅଟେ । ତେବେ ଚାଲନ୍ତୁ ଜାଣିବା P ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ କେମିତି ହୋଇଥାଏ ।

P ଅକ୍ଷରର ଲୋକଙ୍କ ମନରେ କେତେକ ପ୍ରକାରର ଦ୍ଵନ୍ଦ ଚାଲିଥାଏ । ଏମିତି ଜାତକ ଭିତରେ ଭିତରେ ବହୁତ ଅଶାନ୍ତ ରହିଥାନ୍ତି ,କିନ୍ତୁ ସେମାନେ ବାହାରକୁ ନିଜକୁ ଶାନ୍ତ ଦେଖାଇ ଥାନ୍ତି । ଆନ୍ତରିକ ସ୍ଥିତି ବିଷୟରେ କାହା ସହିତ କଥା ହେବା ପାଇଁ ପସନ୍ଦ କରନ୍ତି ନାହିଁ ।

ଏମାନଙ୍କ ମନର ସ୍ଥିତି ଯେମିତି ବି ହେଉ ,କିନ୍ତୁ ଅନ୍ୟକୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏମାନଙ୍କ ବିଚାରରେ ପବିତ୍ରତା ରହିଥାଏ ଏବଂ ଭଗବାନଙ୍କ ଉପରେ ଆସ୍ଥା ରଖିଥାନ୍ତି । ଏହି ଲୋକମାନେ ସର୍ବଦା ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି ।

P ଅକ୍ଷର ଥିବା ଲୋକଙ୍କ ଜାତକର ଭବିଷ୍ୟତ: ଭବିଷ୍ୟତ ଦୃଷ୍ଟିରୁ ଏହି ଲୋକ ଟିକେ ପଛରେ ଥାଆନ୍ତି । ଏମାନଙ୍କ ସାମ୍ନାକୁ ସେମିତି ତ ବହୁତ ପ୍ରକାରର ବିକଳ୍ପ ଆସିଥାଏ ,କିନ୍ତୁ ଏମାନେ ଭୁଲ ବିକଳ୍ପକୁ ବାଛି ଆଗକୁ ବଢିଥାନ୍ତି ଏବଂ ପରେ ପଶ୍ଚାତାପ କରିଥାନ୍ତି । ଏହି ଲୋକମାନେ କାମକୁ କଠିନ ପରିଶ୍ରମ ଦ୍ଵାରା କରିଥିଲେ ମଧ୍ୟ ଏମାନଙ୍କୁ ସଫଳତା ମିଳିନଥାଏ । ଏମାନଙ୍କୁ ତାଙ୍କ କାର୍ଯ୍ୟ କ୍ଷେତ୍ରରେ ବାରମ୍ବାର ଠୋକର ଖାଇବାକୁ ପଡିଥାଏ ,କିନ୍ତୁ ଏହି ଜାତକ ଏଥିରେ ନିରାଶ ହୁଅନ୍ତି ନାହିଁ । ଏମାନଙ୍କୁ ସଫଳ ହେବାପାଇଁ ସମୟ ଲାଗିଥାଏ କିନ୍ତୁ ଏହି ଲୋକମାନେ ନିହାତି ସଫଳ ହୋଇଥାନ୍ତି ।

P ଅକ୍ଷର ଥିବା ଲୋକଙ୍କର ଭଲପାଇବା: ଏହି ଲୋକମାନେ ଅଧିକ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି । ଏହି ଲୋକ ଭଲ ତ ପାଇଥାନ୍ତି ,କିନ୍ତୁ ଏମାନଙ୍କୁ ଭଲପାଇବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ଲୋକ ଯାହାକୁ ଭଲ ପାଇଥାନ୍ତି ତାକୁ ହୃଦୟର ସହିତ ଭଲ ପାଇଥାନ୍ତି ଓ ଜୀବନ ସାରା ତାଙ୍କର ସାଥ ଦେଇଥାନ୍ତି ।

P ଅକ୍ଷର ଥିବା ଲୋକଙ୍କ ଗୁଣ: ଏହି ଲୋକମାନେ ସାଧାରଣତଃ ପରୋପକାରୀ ,ଦୟାଳୁ ,ଧାର୍ମିକ ଏବଂ କୋମଳ ହୃଦୟର ହୋଇଥାନ୍ତି । ଏମାନେ ଅନ୍ୟକୁ ଅସୁବିଧାରେ ପଡିବାର ଦେଖି ପାରନ୍ତି ନାହିଁ । ଏମିତି ଲୋକ ସବୁବେଳେ ଶାନ୍ତ ଏବଂ ପ୍ରାକୃତିକ ସବୁଜିମାକୁ ପସନ୍ଦ କରିଥାନ୍ତି ।

ଏହି ଲୋକମାନେ କେତେ ବି ଦୁଖଃରେ ଥିଲେ ମଧ୍ୟ ନିଜକୁ ଖୁସି ଓ ସନ୍ତୁଷ୍ଟ ଥିବା ଭଳି ଦେଖାଇଥାନ୍ତି । ମାନଙ୍କ ଜୀବନରେ ସବୁବେଳେ ସୁଖ ଓ ଦୁଖଃ ଲାଗି ରହିଥାଏ । ଏମାନଙ୍କ ଜୀବନରେ ଅଧିକ ଦୁଃଖ ଏବଂ କମ ସୁଖ ହୋଇଥାଏ । ଏଥିପାଇଁ ଏମାନେ ଅନ୍ୟର ଦୁଃଖକୁ ଭଲଭାବେ ବୁଝିଥାନ୍ତି ।

ଏମାନେ ନିଜ ପରିବାରର ସମସ୍ତଙ୍କର ଧ୍ୟାନ ରଖିଥାନ୍ତି । ଏମାନଙ୍କ ପାଇଁ ନିଜର ମାନ ସମ୍ମାନ ହିଁ ସବୁଠୁ ବଡ ହୋଇଥାଏ । ଏମାନଙ୍କ ଭିତରେ ଗୋଟିଏ କମି ଥାଏ ,ସେହି କମି ଏହା କି ଏମାନେ ନିଜର ଭାବନାକୁ ଲୋକଙ୍କ ଆଗର ଜାହିର କରିଥାନ୍ତି ଏଥିପାଇଁ ତାଙ୍କୁ ସବୁବେଳେ ନିଜ ଘରେ ବିଦ୍ରୋହର ସାମ୍ନା କରିବାକୁ ପଡିଥାଏ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ । ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *