ପାରା ଆପଣଙ୍କ ଘରକୁ ଆସୁଛନ୍ତି କି? ଜାଣନ୍ତୁ ଭୟଙ୍କର କଥା- Shakuna Shastra

ନମସ୍କାର ବନ୍ଧୁଗଣ, ଅନେକ ପକ୍ଷୀ ରହିଛନ୍ତି ସଂସାରରେ । ସମସ୍ତଙ୍କ ମଧ୍ୟରୁ ପାରାକୁ ବହୁତ ଶାନ୍ତ ପକ୍ଷୀ ଭାବରେ ବିବେଚିତ କରାଯାଇଥାଏ । ପାରାକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ । କଣ ଆପଣ ମାନେ ଜାଣନ୍ତି ପାରା ଆପଣଙ୍କ ଘରକୁ ଆଗମନ କରିବାର ଅର୍ଥ କଣ ହୋଇଥାଏ ? ଏହାର କେଉଁ ପ୍ରଭାବ ଆପଣଙ୍କ ପଡିବାକୁ ଯାଉଛି ? ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ପାରା ଆପଣଙ୍କ ଘରକୁ ଆସିବା ପଛର ଭୟଙ୍କର ସତ ବିଷୟରେ ।

ପ୍ରାୟ ଲୋକ ସକାଳୁ ପାରା ମାନଙ୍କୁ ଖାଇବା ପାଇଁ ଦେଇଥାନ୍ତି । ସେମାନଙ୍କୁ ଦାନା ଖାଇବାକୁ ଦେବା ପାଇଁ ଆପଣ ମାନେ ଛାତ ଉପରେ ଦାନା ପକାଇଥାନ୍ତି । ଆପଣ ଘରର ଛାତ ଉପରେ ଦାନା ଦେବାର ଭୁଲ କରନ୍ତୁ ନାହିଁ । ପାରା ମାନଙ୍କୁ ଆପଣ ନିଜ ଘରର ଅଗଣା ସାମ୍ନାରେ ଦାନା ଦିଅନ୍ତୁ । ଜୋତିଶ ଶାସ୍ତ୍ର ଅନୁଯାୟୀ ଛାତକୁ ରାହୁ ଭାବରେ ବିବେଚିତ କରାଯାଏ ।

ଏବଂ ପାରାକୁ ବୁଧ ବୋଲି ବିବେଚିତ କରାଯାଏ । ଜୋତିଶଙ୍କ ଅନୁଯାୟୀ ରହୁ ଏବଂ ବୁଧଙ୍କ ମେଳ ଥିବା କୁଣ୍ଡଳୀର ବ୍ୟକ୍ତିଙ୍କ ସ୍ଥିତି ବହୁତ ଖରାପ ହୋଇଥାଏ । ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦି ଆପଣଙ୍କ ଜନ୍ମ କୁଣ୍ଡଳୀରେ ବୁଧ ଏବଂ ରାହୁଙ୍କ ମେଳ ଖରାପ ରହିଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ମାନଯାଇଥାଏ ।

କୁଣ୍ଡଳୀ ରେ ଏଭଳି ଦୋଷ ରହିଥିବା ବ୍ୟକ୍ତି ପାଗଳଙ୍କ ଭଳି ବ୍ୟବହାର କରିଥାଏ । ଘରକୁ ଧନ ଜନିତ ସମସ୍ୟା ଆସିଥାଏ । ତେଣୁ ସର୍ବଦା ଧ୍ୟାନ ରଖନ୍ତୁ କେବେ ମଧ୍ୟ ଘରର ଛାତ ଉପରେ ପାରାଙ୍କୁ ଦାନା ଦେବା ଉଚିତ ହୋଇନଥାଏ । କାରଣ ଏହି ଦୋଷ ଥିବା ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ବହୁତ ଖରାପ ପଡିଥାଏ । ସବୁବେଳେ ନିଜ ଘର ଅଗଣାରେ ହିଁ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ଭୁଲରେ ମଧ୍ୟ ପାରାକୁ ଆପଣଙ୍କ ଘରେ ବସା ବାନ୍ଧିବା ପାଇଁ ଦିଅନ୍ତୁ ନାହିଁ । ଏହାକୁ ଅଶୁଭ ମନାଯାଇଥାଏ । ଯଦି ଆପଣ ନିଜ ଘର ଆଖ ପାଖରେ ପାରାକୁ ଦେଖିବାକୁ ପାଉନାହାନ୍ତି ତେବେ ସବୁଦିନ କିଛି ଦାନା ଏବଂ ପାଣି ଏକ ଖାଲି ସ୍ଥାନରେ ରଖି ଦିଅନ୍ତୁ । ଯେମିତିକି ବାହାର ପକ୍ଷୀଙ୍କ ନଜର ସେହିଠାରେ ପଡୁଥିବ । ଏପରି କରିବା ପରେ କିଛି ଦିନ ପରେ ପାରା ମାନେ ଆପଣଙ୍କ ଘରକୁ ଆସିବାକୁ ଲାଗିଥାନ୍ତି ।

ପାରା ମାନଙ୍କୁ ଏଭଳି ଦାନା ଦେବା ଦ୍ଵାରା ମତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି । ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ରହିନଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଥିଲେ ପାରାଙ୍କୁ ନିହାତି ଦାନା ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *