ପର୍ସ ରେ ରଖନ୍ତୁ ଏହି ସବୁ ଜିନିଷ, ଧନର ବୃଦ୍ଧି ହେବ- Money Vastu

ବନ୍ଧୁଗଣ ଆଜିର ସମୟରେ ସମସ୍ତେ ପର୍ସ ର ବ୍ୟବହାର କରିଥାନ୍ତି । ସେ ପୁଅ ହେଉ କି ଝିଅ ସମସ୍ତେ ପର୍ସ ର ବ୍ୟବହାର କରିଥାନ୍ତି । ତେବେ ପର୍ସ ବ୍ୟବହାର କରିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । ନହେଲେ ଆପଣ ଯେତେ ରୋଜଗାର କରିଲେ ବି ତାହା ଖର୍ଚ୍ଚ ହୋଇଯିବ । ଅନ୍ୟ ପଟେ ସକାଳୁ ଯାଇ ସନ୍ଧ୍ୟାରେ ଘରକୁ ଫେରିବା ପରେ ମଧ୍ୟ ଟଙ୍କା ପାଖରେ ରହିବ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ପର୍ସରେ କେଉଁ କେଉଁ ଜିନିଷ ରଖିଲେ ଧନର ବୃଦ୍ଧି ହୋଇଥାଏ ।

୧- ଯଦି ଆପଣ ପର୍ସଟି କିଣିକି ଆଣୁଛନ୍ତି ତା ହେଲେ ଭଲ । ଯଦି କେହି ପର୍ସ ଗିଫ୍ଟ ଆକାରରେ ଦେଉଛନ୍ତି ଶୁଭଦାୟକ ହୋଇଥାଏ ।

୨- ଯେଉଁ ପର୍ସ ଆପଣ ବ୍ୟବହାର କରୁଛନ୍ତି ତା ଭଲ କି ଖରାପ ଥାଉ ତାହାକୁ ବଦଳାଇ ଦିଅନ୍ତୁ । ପର୍ସ କୁ ଲକି ଭାବି କେବେ ନିଜ ପାଖରେ ରଖନ୍ତୁ ନାହିଁ ।

୩- ଯଦି ମଝିରେ ପର୍ସଟି ଫାଟିଯାଏ ତେବେ ତୁରନ୍ତ ପର୍ସ ବଦଳାଇ ଦିଅନ୍ତୁ । ଏହା ଦ୍ଵାରା ଅଯଥା ଖର୍ଚ୍ଚ ହୁଏ । ନୂଆ ପର୍ସ ନେବା ସମୟରେ ପୁରୁଣା ପର୍ସକୁ ପିଙ୍ଗନ୍ତୁ ନାହିଁ କି କାହାକୁ ଦିଅନ୍ତୁ ନାହିଁ । ତାହାକୁ ଗଛ ମୂଳରେ ରଖନ୍ତୁ ।

୪- ଆଜିକାଲି ସବୁ ଅନଲାଇନ ପେମେଣ୍ଟ ହୋଇଗଲାଣି । କିନ୍ତୁ ମାସର ପ୍ରଥମ ଦରମା ପାଇବା ପରେ ସେଥିରୁ କିଛି ପଇସା ନିଜ ପର୍ସରେ ରଖିବା ସହ ଘରର ସ୍ତ୍ରୀଙ୍କୁ ଦିଅନ୍ତୁ । ଏହା ଛଡା ଘରର ଠାକୁର ଘରେ କିଛି ପଇସା ରଖିକି ଠାକୁରଙ୍କ କାର୍ଯ୍ୟରେ ଲଗାନ୍ତୁ । ଏହାଦ୍ବାରା ଧନର ବୃଦ୍ଧି ହୋଇଥାଏ ।

୫- ପର୍ସରେ ନୋଟ ସବୁ ସଜାଡି ରଖିବା ଉଚିତ । କେବେ ବି ମୋଡି କି ଟଙ୍କା ରଖିବା ଅନୁଚିତ । ନୋଟ ଓ କଏନ କୁ ଅଲଗା କରି ରଖନ୍ତୁ । ପର୍ସ ଭିତରେ କାହାର ବି ଫୋଟୋ କି ଭିଜିଟିଙ୍ଗ କାର୍ଡ, ପୁରୁଣା ବିଲ ରଖନ୍ତୁ ନାହିଁ ।

୬- ପର୍ସକୁ ସବୁବେଳେ ପରିଷ୍କାର ରଖିବା ଉଚିତ । କାରଣ ମା ଲକ୍ଷ୍ମୀ ପରିଷ୍କାର ଜାଗାରେ ରହିବାକୁ ପସନ୍ଦ କରନ୍ତି । କର୍ମକୁ ଫେରିବା ପରେ ପର୍ସକୁ ଯେ କୌଣସି ସ୍ତ୍ରୀ ଲୋକଙ୍କୁ ଦିଅନ୍ତୁ ଓ ସ୍ଵତନ୍ତ୍ର ସ୍ଥାନରେ ରଖନ୍ତୁ ।

୭- ପର୍ସରେ ରୂପା କଏନକୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରିଲେ ଉନ୍ନତି ହେବ । କଉଡି, ଗୋମତିଚକ୍ର ମଧ୍ୟ ପର୍ସରେ ରଖିପାରିବେ । ଏହାଦ୍ବାରା ଉନ୍ନତି ହେବ ।

୮- ଅରୁଆ ଚାଉଳ ନେଇ ମା ଲକ୍ଷ୍ମୀଙ୍କୁ ଲାଗି କରାଇ ୨୧ଟି ଅରୁଆ ଚାଉଳ ନାଲି ବା ହଳଦିଆ କାଗଜରେ ବାନ୍ଧି ପର୍ସରେ ରଖନ୍ତୁ । ଦେଖିବେ ଧନର ବୃଦ୍ଧି ହେବ ।

୯- ସକାଳୁ ଉଠି ସ୍ନାନ କରିବା ପରେ ଓସ୍ତ ପତ୍ର ଆଣି ଗଙ୍ଗା ପାଣିରେ ଧୋଇ କୁଙ୍କୁମରେ ଶ୍ରୀ ଲେଖି ମା ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ । ତାପରେ ନିଜ ପର୍ସରେ ରଖନ୍ତୁ । ପତ୍ରଟି ଶୁଖିଗଲା ପରେ ଆଉ ଏକ ନୂଆ ପତ୍ର ଆଣି ରଖିଲେ ଭଲ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *