ଥଣ୍ଡା, ଜ୍ୱର, କାଶ, ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର- Healthy Tips

ବନ୍ଧୁଗଣ ବର୍ତ୍ତମାନ ଋତୁ ବଦଳୁଛି । ଯଦି ଥରେ ଥଣ୍ଡା କି କାଶ ଆରମ୍ଭ ହୋଇଯାଏ ତେବେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯାହା ପାଇଁ ଆପଣ ବିଭିନ୍ନ ପ୍ରକାରର ଏଲୋପାତି ମେଡ଼ିସିନ ର ବ୍ଯବହର କରିଥାନ୍ତି । ଏହା ବ୍ୟବହାର କରିବା ପୂର୍ବରୁ ଯଦି ଆପଣ ଘରୋଇ ଉପଚାରର ପ୍ରୟୋଗ କରିବେ ତେବେ ଥଣ୍ଡା,କାଶ, କଫ ଭଳି ସମସ୍ଯା ଦୂର ହୋଇଯିବ । ଏବେ ଆସନ୍ତୁ ଜାଣିବା ସେହି ହୋମ ରେମେଡି କେମିତି ତିଆରି କରିବା ଓ ଏହାକୁ କିପରି ସେବନ କରିବାକୁ ହେବ ।

ପ୍ରଥମ ରେମେଡି ତିଆରି କରିବା ପାଇଁ 3 ଗ୍ଳାସ ପାଣି ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଅଧା ଚାମଚ ଗୋଲମରୀଚ, ଜୀରା, ଛୋଟ ଖଣ୍ଡ ଅଦା କୁ ଅଳ୍ପ ଦର ଛେଚା କରି ବାଟି ଦିଅନ୍ତୁ । ପାଣି ଭଲରେ ଫୁଟିବା ପରେ ଏହି 3ଟି ସାମଗ୍ରୀକୁ ପକାଇ ଦିଅନ୍ତୁ । ଏହାକୁ 10 ମିନିଟ ଯାଏଁ ଫୁଟାଇବା ପରେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣିଇ ନିଅନ୍ତୁ । ଏହାପରେ ଏଥିରେ ଲେମ୍ବୁ ର ପ୍ରୟୋଗ ନିହାତି କରନ୍ତୁ । ଲେମ୍ବୁରେ ଥିବା ଭିଟାମିନ ଥଣ୍ଡା, କାଶ, କଫ ଭଳି ସମସ୍ଯା ଦୂର କରିବାରେ ସାହାର୍ଯ୍ୟ କରିବ । ଦିନକୁ 2 ଥର ଏହାର ସେବନ କରନ୍ତୁ ।

ଦ୍ଵିତୀୟ ରେମେଡି ବନାଇବା ପାଇଁ ପ୍ରଥମ ସାମଗ୍ରୀ ହେଉଛି ଅଧା ମଚମ ମହୁ, ଦ୍ଵିତୀୟ ଟି ଲେମ୍ବୁ ରସ ଓ ଶେଷରେ ଅଳ୍ପ ଡାଲଚିନି ଗୁଣ୍ଡ । ଏବେ ଏହି 3ଟି ସାମଗ୍ରୀକୁ ଭଲ ଭାବେ ମିଶ୍ର କରନ୍ତୁ । ଦିନକୁ 2 ଥର ଏହାକୁ ବନାଇ ଏହାର ସେବନ କରନ୍ତୁ । ଯଦି ଆପଣଙ୍କୁ ବହୁତ ଅଧିକ ଥଣ୍ଡା ସମସ୍ଯା ଅଛି ତେବେ ଏକ ଚାମଚ ଏହାର ସେବନ କରନ୍ତୁ । ଏହା ସଂପୂର୍ଣ୍ଣ ନ୍ଯାଚୁରାଲ ଓ ପ୍ରାକୃତିକ କଫ ଶିରଫ ଅଟେ ଯାହା ଆପଣଙ୍କର ଥଣ୍ଡା କାଶ ସମସ୍ଯା ତୁରନ୍ତ ଦୂର କରିଥାଏ ।

ତୃତୀୟ ରେମେଡି ପାଇଁ ଆବଶ୍ୟକ ରହିଛି ଏକ ପାଖୁଡା ରସୁଣ । ଏହାର ଚୋପା କାଢି ନିଅନ୍ତୁ । ରସୁଣ ଆପଣଙ୍କର ଥଣ୍ଡା, କାଶ, କଫ ସମସ୍ଯା କୁ ଦୂର କରିବାକୁ ସହାୟକ ହୋଇଥାଏ । ରସୁଣ କୁ ଦୁଇ ଭାଗ କରି ଏହାକୁ ଧୀରେ ଧୀରେ କରି ଚୋବାଇ ଖାଆନ୍ତୁ । ମନେ ରଖିବେ ରସୁଣ ଟି ଖାଇବାକୁ ଯେମିତି 10ରୁ 15 ମିନିଟ ଲାଗିବ ।

ଦେଖିବେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ଥଣ୍ଡା, କାଶ ଓ କଫ ସମସ୍ଯା ରୁ । ତେବେ ଏହି 3 ପ୍ରକାରର ହୋମ ରେମେଡି ବନାଇବା ବହୁତ ସହଜ ଅଟେ । ଏଥିରେ ବ୍ୟବହାର କରା ଯାଉଥିବା ସବୁ ସାମଗ୍ରୀ ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ଛଡା ଆପଣଙ୍କୁ ଯଦି ସପୁରୀ ମିଳେ ତେବେ ଏହାର ଜୁସ କରି ସେବନ କରନ୍ତୁ । ସପୁରି ରେ ଏମିତି ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଥଣ୍ଡା, କଫ ଦୂର କରିବା ପାଇଁ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *