ପିତୃପକ୍ଷରେ ଜନ୍ମ ନେଇଥିବା ବ୍ୟକ୍ତି କିପରି ହୋଇଥାନ୍ତି, ଏମାନଙ୍କ ଭାଗ୍ୟ କିପରି ରହିବ ଜାଣନ୍ତୁ- Pitru Paksha

ନମସ୍କାର ବନ୍ଧୁଗଣ, ଜନ୍ମ ସମୟରୁ ହିଁ ଗୋଟିଏ ପିଲାର ରାଶି ନକ୍ଷତ୍ର ନିରୂପଣ କରାଯାଏ । ତେଣୁ ଜନ୍ମ ସମୟ ଓ ଦିନ ବାର ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଅଟେ । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ବ୍ୟକ୍ତିଙ୍କ ଭାଗ୍ୟ କିପରି ରହିବ ଯେଉଁମାନେ ପିତୃପକ୍ଷ ଦିନ ଜନ୍ମ ଗ୍ରହଣ କରିଛନ୍ତି । ତେବେ ଆସନ୍ତୁ ଏବେ ଜାଣିବା କଣ ଘଟିବ ତାଙ୍କ ଜୀବନରେ । ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୁର୍ଣିମା ତିଥିରେ ପିତୃ ପକ୍ଷର ଆରମ୍ଭ ହୁଏ ।

ପିତୃପକ୍ଷ ଦିନ ସମସ୍ତ ପିତୃଗଣ ପିତୃଲୋକରୁ ପୃଥିବୀକୁ ଆସନ୍ତି ନିଜ ପ୍ରିୟଜନଙ୍କୁ ଭେଟିବା ପାଇଁ । ସମସ୍ତ ମନୁଷ୍ୟ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ କରନ୍ତି । ଯେଉଁମାନେ ପିତୃପକ୍ଷରେ ଜନ୍ମ ନେଇଥାନ୍ତି ତାଙ୍କ ଉପରେ ୩ଟି ଋଣ ରହିଥାଏ । ତାହା ହେଉଛି ଦେବ ଋଣ, ଋଷି ଋଣ ଓ ପିତୃ ଋଣ । ମନୁଷ୍ୟ ପୂଜା ପାଠ କରି ଦେବ ଋଣରୁ ମୁକ୍ତି ପାଇଯାଏ ଓ ଦାନ ଧର୍ମ ଏବଂ ଶାସ୍ତ୍ରର ଅଧୟନ କରି ଋଷି ଋଣରୁ ମଧ୍ୟ ମୁକ୍ତି ପାଇଯାଏ । ପିତୃପକ୍ଷ ଦିନ କର୍ମ କାଣ୍ଡ କରି ପିତୃପକ୍ଷ ଋଣରୁ ମଧ୍ୟ ମୁକ୍ତି ମିଳିଯାଏ ।

ଯେଉଁ ମନୁଷ୍ୟ ଏହି ୩ଟି ଋଣରୁ ମୁକ୍ତି ପାଇବାର କାର୍ଯ୍ୟ ନ କରନ୍ତି ସେମାନଙ୍କୁ ଭୟଙ୍କର ଦୁଖର ପ୍ରାପ୍ତି ହୁଏ । ପିତୃପକ୍ଷ ଦିନ ୩ ପୁରୁଷର ପିତୃଗଣ ଅବାସ ଥାଏ ସେହି ଦିନ ଯଦି ସେହିଦିନ ଗୋଟିଏ ଶିଶୁ ପୁତ୍ରର ଜନ୍ମ ହୁଏ ତେବେ ତାକୁ ସେମାନଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଥାଏ । ଏହି କାରଣରୁ ଏହି ଫୁଟର ଅତ୍ୟନ୍ତ ଭାଗ୍ୟବାନ ଓ ବୁଦ୍ଧିମାନ ହୋଇଥାନ୍ତି । ଏବଂ ପିତୃଶକ୍ତି ଜୀବନସାରା ସେହି ପିଲା ସହ ରହିଥାଏ ।

ନକରାତ୍ମକ ଓ ଖରପ ଦ୍ରୁଷ୍ଟି ସେମାନଙ୍କ ନୁପରେ କେବେ ପଡିପାରେ ନାହିଁ ।ଏହି ଲୋକ ଜୀବନରେ ଏମିତି କାମ କରିଦିଅନ୍ତି ଯେଉଁ କାମ ଅନ୍ୟ ସାଧାରଣ ଲୋକ କରିପାରନ୍ତି ନାହିଁ । ଏବଂ ତାଙ୍କ ଭିତରେ ସବୁବେଳେ ଲିଡର ହେବାର କ୍ଷମତା ରହିଥାଏ । ପିଲାବେଳୁ ହିଁ ସବୁ କାର୍ଯ୍ୟକୁ ଭାବି ଚିନ୍ତି କରିବାର ଅଭ୍ୟାସ ଏମାନଙ୍କର ଥାଏ । ଏଥିପାଇଁ ଲୋକ ଏମନଙ୍କର ବହୁତ ସମ୍ମାନ ମଧ୍ୟ କରିଥାନ୍ତି ।

ଯେଉଁ ସ୍ତ୍ରୀ ବା ପୁରୁଷଙ୍କ ଜନ୍ମ ପିତୃପକ୍ଷରେ ହୁଏ ସେମାନେ କେବେ ଜୀବନରେ ହାର ମାନନ୍ତି ନାହିଁ । ଯେତେବଡ କଠିନ ପରିସ୍ଥିତି ଆସିଲେ ମଧ୍ୟ ଏମାନେ ତାହାର ସାମ୍ନା କରିଥାନ୍ତି । ଏହା କରିବାର ସାହସ ତାଙ୍କ ଭିତରେ ଥିବା ପିତୃଶକ୍ତି ପାଇଁ ହିଁ ଆସିଥାଏ । ଏବଂ ପିତୃପକ୍ଷରେ ଜନ୍ମ ନେଇଥିବା ବ୍ୟକ୍ତି ପରଉପକାରୀ ହୋଇଥାନ୍ତି ।

ସବୁବେଳେ ଦାନ ଧର୍ମ କାର୍ଯ୍ୟ କରିଥାନ୍ତି । ଏମାନଙ୍କୁ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ବହୁତ ଭଲ ଲାଗିଥାଏ । ଏମାନେ ତାଙ୍କ ଦ୍ଵାରକୁ ଆସିଥିବା ସମସ୍ତ ପ୍ରାଣୀଙ୍କୁ ଭୋଜନ କରାଇଥାନ୍ତି । ଏହିସବୁ ଗୁଣ ପିତୃଙ୍କ କୃପାରୁ ହିଁ ରହିଥାଏ । ଯଦି ଆପଣମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *