ପିତୃପକ୍ଷରେ ଏହି 3ଟି ବୃକ୍ଷ ଲଗାଇଲେ ଦୂର ହେବ ଦରିଦ୍ରତା, Sri Krishna Vani

ନମସ୍କାର ବନ୍ଧୁଗଣ, ସମସ୍ତେ ଚାହିଁଥାନ୍ତି ଗୁରୁଜନଙ୍କ ଆଶ୍ରିବାଦ ସେମାନଙ୍କ ଉପରେ ସର୍ବଦା ରହୁ । ହେଲେ ହଠାତ ଏମିତି ଘଟଣା ଘଟେ ଏବଂ ସେ ଆମକୁ ଅଧା ବାଟରେ ଛାଡି ଚାଲିଯାନ୍ତି । କିନ୍ତୁ ଅପଣ ମାନେ ପିତୃପକ୍ଷ ଦିନ ଏଭଳି ୩ଟି ବୃକ୍ଷ ରୋପଣ କଲେ ଆପଣଙ୍କୁ ପିତୃଗଣଙ୍କ ଆଶ୍ରିବାଦ ସର୍ବଦା ମିଳିଥାଏ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ସେହି ବୃକ୍ଷ ଗୁଡିକ କଣ କଣ ଏବଂ ଲଗାଇଲେ କଣ ପ୍ରାପ୍ତ ହେବ ।

ଭଦ୍ରପଦ ମାସର ଶୁକ୍ଳ ପକ୍ଷରେ ପୁର୍ଣିମା ତିଥିରେ ପିତୃପକ୍ଷ ଅରମ୍ଭ ହୋଇଥାଏ । ସର୍ବ ପ୍ରଥମ ବୃକ୍ଷ ହେଉଛି, ଅଶ୍ଵତଥ ବୃକ୍ଷ: ଏହି ବୃକ୍ଷ ଅତ୍ୟନ୍ତ ପବିତ୍ର ଅଟେ । ଏଥିରେ ସମସ୍ତ ଦେବି ଦେବତା ବାସ କରନ୍ତି । ଏହି ବୃକ୍ଷର ଚେରରେ ବିଷ୍ଣୁ, ଦେହରେ କେଶବ, ଶାଖାରେ ନାରାୟଣ ଏବଂ ପତ୍ରରେ ଭଗବାନ ହରି ଓ ଫଳରେ ସମସ୍ତ ଦେବତା ବାସ କରନ୍ତି । ଏହି ବୃକ୍ଷକୁ ପାଣି ଦେଲେ ବ୍ୟକ୍ତି ଜନ୍ମଜନ୍ମର ପାପରୁ ମୁକ୍ତି ପାଇଯାଏ ।

ଏହା ମନାଯାଏ କି ପିତୃପକ୍ଷ ଦିନ ସମସ୍ତ ପିତୃଗଣ ଏହି ବୃକ୍ଷ ସାହାଯ୍ୟରେ ପୃଥିବୀକୁ ଅସନ୍ତି । ତେଣୁ ପିତୃପକ୍ଷ ଦିନ ଅନ୍ନ ଜଳ ଚଢାଇଲେ ପିତୃଗଣ ଗ୍ରହଣ କରନ୍ତି ଏବଂ ଆପଣଙ୍କୁ ଆଶ୍ରିବାଦ ଦିଅନ୍ତି । ମା ଲକ୍ଷ୍ମୀଙ୍କ ବାସ ଏହି ବୃକ୍ଷରୁ ଥିବାରୁ ଯିଏ ଏହି ବୃକ୍ଷ ରୋପଣ କରନ୍ତି ତାଙ୍କୁ ଧନ ପ୍ରାପ୍ତି ହୁଏ । ଦିତୀୟ ବୃକ୍ଷଟି ହେଉଛି, ବେଲ ଗଛ: ମହାଦେବଙ୍କ ପ୍ରିୟ ଗଛ ଅଟେ ଏହା । ଏହି ବୃକ୍ଷ ଯେଉଁଠାରେ ଥାଏ ସେଠାରୁ ଦୃଷ୍ଟ ଶକ୍ତି ଦୁରେଇ ରୁହନ୍ତି ।

ପିତୃପକ୍ଷ ଦିନ ଏହି ବୃକ୍ଷକୁ ଘର ଅଗଣାରେ ଲଗାଇଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏବଂ ପିତୃଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ତ୍ରିତୀୟଟି ହେଉଛି, ତୁଳସୀ ଗଛ: ତୁଳସୀ ସବୁଠାରୁ ପବିତ୍ର ବୃକ୍ଷ ଅଟେ । ଭଗବାନ ବିଷ୍ଣୁ ତୁଳସୀ ପତ୍ର ବିନା ଭୋଗ ସ୍ଵୀକାର କରନ୍ତି ନାହିଁ । ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ ସେହି ସ୍ଥାନରେ ମା ଲକ୍ଷ୍ମୀ ନିବାସ କରନ୍ତି ।

ଶ୍ରୀ କୃଷ୍ଣଙ୍କ ଅନୁସାରେ ମରିବାକୁ ଯାଉଥିବା ବ୍ୟକ୍ତିଙ୍କ ମୁଖରେ ତୁଳସୀ ପତ୍ର ଦେଲେ ସେହି ବ୍ୟକ୍ତିର ସମସ୍ତ ପାପ ନଷ୍ଟ ହୋଇଯାଏ । ଏବଂ ତାଙ୍କୁ ମୋକ୍ଷ ପ୍ରାପ୍ତି ହୁଏ । ଏହି କାରଣରୁ ପିତୃପକ୍ଷରେ ତୁଲସୀର ବହୁତ ମହତ୍ଵ ରହିଛି । ପିତୃପକ୍ଷରେ ପିତାଙ୍କ ପାଇଁ ତୁଲସୀର ବୃକ୍ଷ ରୋପଣ ଅବଶ୍ୟ କରନ୍ତୁ । ଏହା ପାଇଁ ମୃତ ଆତ୍ମାର କେବେ ଦୁର୍ଗତି ହୁଏ ନାହିଁ ।

ସେ ଯେଉଁ ସ୍ଥାନରେ ଥିଲେ ମଧ୍ୟ ତାଙ୍କୁ ସଦଗତି ପ୍ରାପ୍ତ ହୁଏ । ଏବଂ ନିମ୍ବ ବୃକ୍ଷ ଲଗାଇଲେ ମଧ୍ୟ ପିତୃଦେବ ସନ୍ତୁଷ୍ଟ ହୁଅନ୍ତି । ସାମି ବୃକ୍ଷ ଲଗାଇବା ମଧ୍ୟ ଶୁଭ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *