ପ୍ରଥମାଷ୍ଟମୀ ଓ ସଂକ୍ରାନ୍ତି ଆଜିଠାରୁ 1 ମାସ ପର୍ଯ୍ୟନ୍ତ 5ଟି ରାଶି ରୁହନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ, ଆଜି ହେଉଛି ପ୍ରଥମାଷ୍ଟମୀ ଓ ବିଛା ସଂକ୍ରାନ୍ତିର ମିଳିତ ସଂଯୋଗର ଦିନ । ଆପଣ ମାନେ ତ ନିଶ୍ଚିନ୍ତ ଜାଣିଥିବେ ଏହିଦନ ବଡ ସନ୍ତାନ ମାନଙ୍କର ଦିନ । ନୂତନ ପୋଷାକ ପିନ୍ଧିବା ସହ ମୁଖ୍ୟ ଏଣ୍ଡୁରି ପିଠାର ଖିଆ ପ୍ରଥମାଷ୍ଟମୀର ମୁଖ୍ୟ ବିଧି ଅଟେ । ତେବେ ଏହି ଅଷ୍ଟମୀ ଦିନ ହେଉଥିବା ସଂଯୋଗ କିଛି ରାଶି ଉପରେ ପ୍ରଭାବ ପକାଇବା ଆରମ୍ଭ କରିସାରିଲେଣି । ଆଉ ଡେରି ନକରି ଆସନ୍ତୁ ଜାଣିବା ୬ଗୋଟି ରାଶିରେ ଆଗାମୀ ସମୟ ଭଲ ସମୟ ଆସିବାକୁ ଯାଉଛି ନା ଖରାପ ।

ଏହିଦିନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରି ବିଛା ରାଶିକୁ ପ୍ରବେଶ କରିଛନ୍ତି । ଏହାର ପ୍ରଭାବ ରାଶି ଚକ୍ରର ୧୨ଟି ରାଶି ଉପରେ ପଡିଥାଏ । ତେବେ ଆମେ ସେଥି ମଧ୍ୟରୁ ୬ଟି ରାଶି ବିଷୟରେ ଚାଲନ୍ତୁ ଜାଣିବା । ମେଷ ରାଶି: ଆପଣ ନିଜ ବ୍ୟବସାୟରେ ଉପରକୁ ଯିବେ ଖୁବ ଲାଭ କମାଇବେ । ନିଜର ପ୍ରଚେଷ୍ଟା ବଳରେ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ସମାଜରେ ନିଜର ନାମକୁ ଉଚ୍ଚରେ ପ୍ରତିଷ୍ଠା କରିବେ ।

ବନ୍ଧୁମାନଙ୍କ ସହଯୋଗ ଆପଣ ମାନଙ୍କ ପାଇଁ ଏହି ସମୟରେ ବରଦାନ ସାବ୍ୟସ୍ତ ହେବ । ବୃଷ ରାଶି: ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବାର ଅନେକ ଅବସର ମିଳିବ । କିନ୍ତୁ ଆପଣଙ୍କୁ ନିଜ ତରଫରୁ ଟିକିଏ କଷ୍ଟ କରିବାକୁ ପଡିବ । ପରିବାରରେ ସୁଖ ଶାନ୍ତିର ଆଗମନ ଆଜିଠାରୁ ହୋଇସାରିଛି । ଆପଣ କରିଥିବ ଯୋଜନାରେ ଆର୍ଥିକ ଲାଭ ହେବାର ଯୋଗ ରହିଛି । ନିଜର ମାନସିକ ଶାନ୍ତି ବଢିବ ।

ମିଥୁନ ରାଶି: ଆପଣଙ୍କ ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ନିଜ କାର୍ଯ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଆପଣଙ୍କୁ । ଆପଣ ଯେତିକି ଆୟ କରୁଛନ୍ତି ତାହାଠାରୁ ବେଶି ବ୍ୟୟ ଆପଣଙ୍କର ହେବ । ପରିବାରରେ ଅଶାନ୍ତି ବଢିବ ଆପଣଙ୍କ ପାଇଁ ଏହି ସଂଯୋଗଟି ଖରାପ ସମୟ ନେଇ ଆସିଅଛି ।

କର୍କଟ ରାଶି: ଚାକିରି କରୁଥିବା ବ୍ୟକ୍ତି ଉଚ୍ଚ ପଦବୀକୁ ସ୍ତାନାନ୍ତରଣ ହେବାର ଯୋଗ ରହିଛି । ଆର୍ଥିକ ଲାଭ ହେବ । ଆପଣଙ୍କର ନୂଆ ବ୍ୟବସାୟ ଆରମ୍ଭ ହେବାକୁ ଯାଉଛି । ମହିଳାମାନେ ସୁଖରେ ଜୀବନ କାଟିବେ । ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଲାଭ ପାଇଁ ସକ୍ଷମ ହେବେ ।

ସିଂହ ରାଶି: ଆପଣ ଆପଣଙ୍କ ବନ୍ଧୁମାନଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଯୋଗ ରହିଛି । ଶତ୍ରୁମାନେ ଆପଣଙ୍କ କ୍ଷତି କରିବା ପାଇଁ ଚିନ୍ତା କରିବେ । ଆପଣଙ୍କ ମାନସିକ ଚିନ୍ତା ବଢିବାକୁ ଲାଗିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଆପଣ ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟଟି ଖରାପ ରହିବାକୁ ଯାଉଛି । ଯଦି ଆପଣ ମାନଙ୍କୁ  ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *