ସକାଳୁ ଉଠି ଅଧୂଆ ମୁହଁରେ କଣ ଦେଖିଲେ ଦିନଟି ଶୁଭ ହୋଇଥାଏ? Ajira Anuchinta

ନମସ୍କାର ବନ୍ଧୁଗଣ, ଅନେକ ନୀତି ନିୟମ ରହିଛି ସଂସାରରେ । ସବୁ ନୀତି ନିୟମକୁ ତ ସମସ୍ତେ ପାଳନ କରିପାରନ୍ତି ନାହି । କିନ୍ତୁ କିଛି ଏମିତି ନୀତି ନିୟମ ରହିଛି ଯାହାକୁ ଆମେ ପ୍ରତିଦିନ ପାଳନ କରି ନିଜ ଜୀବନକୁ ହସ ଖୁସିରେ ବିତାଇପାରିବା । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ପ୍ରଥମେ ସକାଳୁ ଉଠି ଅଧୂଆ ମୁହଁର୍ରେ କଣ କରିବା ଉଚିତ ଏବଂ କଣ ଦେଖିବା ଦ୍ଵାରା ଶୁଭଫଳ ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ଗୁରୁତ୍ଵ କଥା ବିଷୟରେ ।

ପ୍ରଥମ: ଆପଣଙ୍କ ନିଦ୍ରା ଯେତେବେଳେ ସକାଳେ ଭାଙ୍ଗିଥାଏ ଆପଣ ସେଜ ଉପରେ ବସି ପ୍ରଥମେ ଆପଣଙ୍କ ଦୁଇ ହାତକୁ ଯୋଡି ଆପଣଙ୍କ ହାତର ରେଖାକୁ ଦେଖନ୍ତୁ । ଏହାପରେ ଦୁଇ ହାତକୁ ଘଷି ଆପଣଙ୍କ ଆଖିକୁ ସ୍ପର୍ଶ କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ପ୍ରତିଦିନ କାର୍ଯ୍ୟରେ ସଫଳତା ମିଳିଥାଏ । ଦିତୀୟ: ସକାଳୁ ସେଜରୁ ଉଠିବା ପରେ ଭୂମିରେ ପାଦ ରଖିବା ପୂର୍ବରୁ ପ୍ରଥମେ ଭୂମିକୁ ମୁଣ୍ଡିଆ ମାରି କ୍ଷମା ମାଗନ୍ତୁ ।

କ୍ଷମା ମାଗିଲା ବେଳେ କୁହନ୍ତୁ ହେ ମା ଧରିତ୍ରୀ ଦିନ ଆରମ୍ଭ କରିବି ତୋ ଉପରେ ପାଦ ରଖି । ତେଣୁ ଯଦି ମୋ ଜାଣତରେ ବା ଅଜାଣତରେ କିଛି ଭୁଲ କରିଥାଏ ତେବେ ମତେ କ୍ଷମା କରିବୁ ଧରିତ୍ରୀ ମା ଏହା କହି ଭୂମିକୁ ଛୁଇଁ ପ୍ରଣାମ କରନ୍ତୁ । କାରଣ ଆମ ଦିନ ସେହିଠାରୁ ଆରମ୍ଭ ହୋଇଥାଏ । ଏହାପରେ ଆମେମାନେ ଭୂମି ଉପରେ କେତେ ଘାତ କରି ଦିନସାରା ନିଜ କାର୍ଯ୍ୟ କରୁଅଛେ ଏଥି ନିମନ୍ତେ କ୍ଷମା ମାଗିନେବା ଉଚିତ ।

ଏହା କରିସାରିବା ପରେ ନିଜ ମୁହଁକୁ ଆପଣ ଦର୍ପଣରେ ଦେଖନ୍ତୁ । ମୁହଁ ଧୋଇବା ପୂର୍ବରୁ ଦର୍ପଣରେ ନିଜ ମୁହଁକୁ ଦେଖିଲେ ଦିନଟି ଶୁଭମୟ ହୋଇଥାଏ । ଶଙ୍ଖ, ସୁନା, ଦର୍ପଣ, ମୃଦଙ୍ଗ ଓ ମଣି ଇତ୍ୟାଦି ବହୁତ ଶୁଭ ହୋଇଥାଏ । ଏହା ଯଦି ଆପଣଙ୍କ ଘରେ ଥାଏ ତେବେ ସକାଳୁ ଉଠି ଅଧୂଆ ମୁହଁରେ ଏହାର ଦର୍ଶନ କରି ପ୍ରଣାମ କରିବା ବହୁତ ଶୁଭ ହୋଇଥାଏ ।

ତୃତୀୟ: ସକାଳୁ ଉଠି ଗୁରୁ, ଅଗ୍ନି, ଏବଂ ସୂର୍ଯ୍ୟଙ୍କୁ ପ୍ରଣାମ କରିବା ପାଇଁ କେବେ ଭୁଲନ୍ତୁ ନାହିଁ । ସକାଳୁ ଉଠିବା ପରେ ତ୍ୟ ଗୁରୁ ଆପଣଙ୍କ ପାଖରେ ନଥିବେ । ତେଣୁ ଆପଣମାନେ ନିଜ ମନରେ ଗୁରୁଙ୍କୁ ସ୍ମରଣ କରି ଗୁରୁ ବ୍ରହ୍ମା ମହେଶ୍ଵର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ କହି ପ୍ରଣାମ କରନ୍ତୁ ।

ଏହା ପରେ ଆପଣ ଯାଇ ସୂର୍ଯ୍ୟ ଭଗବାନଙ୍କୁ ପ୍ରଣାମ କରନ୍ତୁ । ଆପଣ ଏହି 3ଟି କାମକୁ ସକାଳୁ ଉଠିବା ପରେ ନିଶ୍ଚୟ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *