କିଏ କେତେ ବି ଧାର ମାଗୁ ଭୁଲରେ ବି ଦିଅନ୍ତୁ ନାହିଁ 4ଟି ଜିନିଷ, ନଚେତ ଲକ୍ଷ୍ମୀଛଡା ହୋଇଯିବେ 

ନମସ୍କାର ବନ୍ଧୁଗଣ, ବାସ୍ତୁ ଅନୁଯାୟୀ ଅନେକ ଜିନିଷର ମହତ୍ଵ ରହିଛି ଆମ ଜୀବନରେ । ତେଣୁ ବାସ୍ତୁର ସମସ୍ତ ନିୟମକୁ ଆମକୁ ମାନିବା ଦରକାର ନଚେତ ଜୀବନରେ ବହୁତ କିଛି ବିପଦ ଆସିଯାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ କି କେଉଁ ଜିନିଷ କେବେ ମଧ୍ୟ ଭୁଲରେ କାହାକୁ ଧାର ଦେବା ଉଚିତ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ଗୁଡିକ ବିଷୟରେ ।

ପ୍ରଥମ: ସନ୍ଧ୍ୟା ସମୟରେ କେବେ କାହାକୁ ପିଆଜ ଧାର ଦିଅନ୍ତୁ ନାହିଁ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଘରର ଶାନ୍ତି ଭଙ୍ଗ ହୋଇଥାଏ ତେଣୁ କାହାକୁ ସନ୍ଧ୍ୟାରେ ପିଆଜ ଧାର ଦିଅନ୍ତୁ ନାହିଁ । ଦିତୀୟ: ସୂର୍ଯ୍ୟ ଅସ୍ତ ପରେ ନିଜ ଘରୁ କାହାକୁ ଦହି ଦେବା ଅନୁଚିତ । ଯଦି କେହି ଆପଣଙ୍କୁ ଆସି ମାଗନ୍ତି ତେବେ ସିଧା ସିଧା ମନା କରିଦିଅନ୍ତୁ ।

ତୃତୀୟ: ନିଜ ରୁମାଲକୁ କେବେ ମଧ୍ୟ ଅନ୍ୟକାହାକୁ ବ୍ୟବହାର ପାଇଁ ବା ରଖିବା ପାଇଁ ଦିଅନ୍ତୁ ନାହିଁ । ଏହାହେବା ଦ୍ଵାରା ଆପଣଙ୍କ ପରସ୍ପର ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ଚତୁର୍ଥ: ସନ୍ଧ୍ୟା ସମୟରେ କେହି ଯଦି ଟଙ୍କା ପଇସା ଧାର ମାଗନ୍ତି ତେବେ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ । ଏହାଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘର ତ୍ୟାଗ କରିଥାନ୍ତି ।

ପଞ୍ଚମ: ଆପଣ ନିଜ ଗହଣା ଅନ୍ୟକାହାକୁ କିଛି ସମୟ ପାଇଁ ଧାର ଦେବା ବା ପିନ୍ଧିବା ପାଇଁ ଦେବାଦ୍ବାରା ଏହାର ଖରାପ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହା ଆପଣଙ୍କ ଘରେ ଚୋରୀ ହେବାର ମଧ୍ୟ ଏକ କାରଣ ହୋଇଯାଏ । ଏବଂ ଆପଣଙ୍କ ଘରର ମୁଖ୍ୟ ସଦସ୍ୟଙ୍କୁ ବିପଦରେ ପକାଇଥାଏ । ଷଷ୍ଠ: ସନ୍ଧ୍ୟା ସମୟରେ ଯଦି କେହି ଲୁଣ ମାଗିବା ପାଇଁ ଆସନ୍ତି ତେବେ ତାଙ୍କୁ ମନା କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରୁ ସୁଖ ଶାନ୍ତି ଚାଲିଯାଇଥାଏ ।

ସପ୍ତମ: ଯଦି ଆପଣ ଅନ୍ୟ କାହାଠାରୁ କଲମ ଆଣିଛନ୍ତି ବ୍ୟବହାର ପାଇଁ ତେବେ ନିଜ କାମ ସାରି ତାଙ୍କୁ ଫେରାଇ ଦେବାରେ ହିଁ ଆପଣଙ୍କ ଭଲ ହୋଇଥାଏ । ନଚେତ ଏହା ଆର୍ଥିକ ସଙ୍କଟକୁ ଡାକି ଆଣିଥାଏ । ଏହା ମାନ ସମ୍ମାନ ହାନିର ମଧ୍ୟ କାରଣ ପାଲଟିଯାଏ । କିମ୍ବା ଯଦି ଆପଣ କାହାକୁ ନିଜ କଲମ ଦେଇଥାନ୍ତି ତେବେ ତୁରନ୍ତ ମାଗି ଆଣିବା ପାଇଁ ଭୁଲନ୍ତୁ ନାହି ।

ଅଷ୍ଟମ: ସ୍ତ୍ରୀ ମାନେ ନିଜର ଷୋଳ ଶିଂଗାରର କୌଣସି ଜିନିଷ ଅନ୍ୟ କୌଣସି ବିବାହିତା ନାରୀକୁ ଦିଅନ୍ତୁ ନାହି । ଏହା ଫଳରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା କମିଯାଇଥାଏ । ଏବଂ ଆପଣଙ୍କ ସ୍ଵାମୀ ଆପଣ ଯାହାକୁ ନିଜ ଜିନିଷ ଦେଇଥାନ୍ତି ତାଙ୍କ ପ୍ରତି ବେଶି ଆକର୍ଷିତ ହୋଇଯାନ୍ତି । ପୋଷ୍ଟଟି ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ସାଙ୍ଗମାନେ ।

Leave a Reply

Your email address will not be published. Required fields are marked *