ପ୍ରତିଦିନ କରନ୍ତୁ ଏହି ୬ ଟି କାମ, ବହୁତ ଶୀଘ୍ର ହେଇଯିବେ କୋଟିପତି – Chanakya Niti

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖମୟ ଜୀବନ ଯାପନ କରିବା ପାଇଁ ଇଛା କରିଥାଏ । ଯେଉଁଥି ପାଇଁ ଟଙ୍କାର ବହୁତ ଆବଶ୍ୟକାତା ରହିଥାଏ । ଟଙ୍କା ଅର୍ଜନ କରିବା ପାଇଁ ମଣିଷ ରାତି ଦିନ କଷ୍ଟ କରିଥାଏ ।

ହେଲେ ହିନ୍ଦୁ ଶାସ୍ତ୍ରରେ ଏପରି କିଛି ତଥ୍ୟର ବର୍ଣ୍ଣନା ହୋଇଛି ଯାହା ଦ୍ଵାରା ମାନବ ଜୀବନକୁ ସୁଖମୟ କରାଯାଇ ପାରିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କାମ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣ ସୁଖୀ, ସମୃଦ୍ଧି ଓ ସଫଳତା ହାସଲ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାମ ବିଷୟରେ ।

୧. ବନ୍ଧୁଗଣ ଆପଣଙ୍କ ପ୍ରଥମ କାମ ହେଉଛି ସବୁଦିନ ଆପଣ ନିଜ ଘରେ ଭଗବାନଙ୍କର ପୂଜା ପାଠ ଓ ଭଜନ ଆଦି ନିଶ୍ଚୟ କରନ୍ତୁ । ବନ୍ଧୁଗଣ ସବୁବେଳେ ନିଜ ମନକୁ ସଫା ରଖି ଭଗବାନଙ୍କର ପୂଜା କରନ୍ତୁ ଏବଂ ସେହି ସମୟରେ ଘରେ ଏକ ଘିଅର ଦୀପ ନିଶ୍ଚୟ ଲଗାନ୍ତୁ ।

୨. ଆମର ଦ୍ଵିତୀୟ ନିୟମ ରହିଛି ବନ୍ଧୁଗଣ କେବେ ହେଲେ ଘରକୁ ଅନ୍ଧାର କରି ରଖିବେ ନାହିଁ । ଘରର ସମସ୍ତ ଅଂଶରେ କିଛି ଆଲୁଅ ପ୍ରକାଶ ହେଉଥିବା ନିହାତି ଆବଶ୍ୟକ । ଏହା ଦ୍ଵାରା ଆପଣଙ୍କ ଘରେ ନକରାତ୍ମକ ଊର୍ଜାର ପ୍ରବେଶ ହୋଇପାରିବ ନାହିଁ ।

୩. ବନ୍ଧୁଗଣ ଆମର ତୃତୀୟ କାମ ହେଉଛି ଆପଣ ସବୁଦିନ ସଖାଳ ଓ ସନ୍ଧ୍ୟା ସମୟରେ ଏକ ଶୁଖିଲା ଗାଈ ଗୋବର ଖଣ୍ଡ ଆଣି ସେଥିରେ ଅଳ୍ପ ଚାଉଳ ଓ ଘିଅ ପକାଇ ନିଶ୍ଚୟ ଏହାକୁ ଜଳାନ୍ତୁ । ଏହି କାମ କରିବା ଦ୍ଵାରା ଘର ମଧ୍ୟରେ ଥିବା ଅଧିକାଂଶ ସମସ୍ଯା ଦୂର ହୋଇଥାଏ ଓ ଘରର ଉନ୍ନତି ହୋଇଥାଏ ।


୪. ଆମର ତୃତୀୟ କାମ ହେଉଛି ଆପଣଙ୍କ ଘରେ ନିହାତି ତୁଳସୀ ଗଛ ରହିବା ଆବଶ୍ୟକ । ତୁଳସୀ ଗଛ ହେଉଛି ପବିତ୍ରତାର ପ୍ରତୀକ । ଆପଣ ଏହି ଗଛର ପୂଜା ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ କରନ୍ତୁ । ଏହା ଦ୍ଵାରା ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଘରର ସଦସ୍ୟ ମାନେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ନିଶ୍ଚୟ ପାଇବେ ।

୫. ବନ୍ଧୁଗଣ ଆମର ପଞ୍ଚମ କାମ ହେଉଛି ଯେତେବେଳେ ଆପଣଙ୍କ ଘରେ କୌଣସି ଖାଦ୍ୟ ହେଉଛି ସେତେବେଳେ ପ୍ରଥମେ ଆପଣ ଖାଦ୍ୟକୁ ଅଳ୍ପ ଅଳ୍ପ ନେଇ ବାସ୍ତୁ ଦେବତାଙ୍କୁ ସମର୍ପଣ କରନ୍ତୁ ଓ ଏହା ପରେ ଘରର ଅନ୍ୟ ସଦସ୍ୟ ମାନଙ୍କୁ ପରସନ୍ତୁ । ଏହା କରିବା ଦ୍ଵାରା ବାସ୍ତୁଦେବତା ସବୁବେଳେ ଆପଣଙ୍କ ଘର ଉପରେ ପ୍ରସନ୍ନ ରହିବେ । ବାସ୍ତୁ ଦେବତାଙ୍କୁ ସମର୍ପଣ କରିବାର କିଛି ସମୟ ପରେ ସେହି ଖାଦ୍ୟକୁ ଗାଈକୁ ଖୁଆଇ ଦିଅନ୍ତୁ ।

୬. ଆମର ଶେଷ କାମ ହେଉଛି ଘର ମଧ୍ୟରେ କେବେ ହେଲେ ଭୁଲ ସେ ମଧ୍ୟ ଭଙ୍ଗା କାଚ କିମ୍ବା ଜିନିଷକୁ ରଖିବା ଉଚିତ ନୁହେଁ । ଏହା ଘରେ ନକରାତ୍ମକ ଊର୍ଜାକୁ ବଢାଇ ଥାଏ । ଯାହା ଫଳରେ ଘରେ ସବୁବେଳେ ଅଶାନ୍ତି ଓ ବିଶୃଙ୍ଖଳା ହୋଇଥାଏ । ତେଣୁ ଏହି ଭଙ୍ଗା ଜିନିଷକୁ ତୁରନ୍ତ ନିଜ ଘରୁ ବାହାର କରନ୍ତୁ । ବନ୍ଧୁଗଣ ଏହି ୬ ଗୋଟି କାମକୁ କରନ୍ତୁ । ଦେଖିବେ ଆପଣ ନିଶ୍ଚୟ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ବଞ୍ଚିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *