ପ୍ରତିଦିନ ସକାଳୁ ହଳଦୀ ପାଣି ସେବନ କରିଲେ କେଉଁ କେଉଁ ଫାଇଦା ମିଳିଥାଏ ? ହଳଦୀ ପାଣି ର ଉପକାରିତା ଜାଣନ୍ତୁ ।

ବନ୍ଧୁଗଣ ହଳଦୀ କୁ ଆମେ ମସାଲା ଭାବେ ବ୍ୟବହାର କରିଥାଉ । ଏହାକୁ ବହୁତ ପୁରାତନ କାଳ ରୁ ବିଭିନ୍ନ ପ୍ରକାରର ପୁରୁଣା ରୋଗର ଚିକିତ୍ସା ପାଇଁ ବ୍ୟବହାର କରା ଯାଉଛି । ଆଜି ଆମେ ଆପଣଙ୍କୁ ହଳଦୀ ର ଏମିତି କିଛି ଆଶ୍ଚର୍ଯ୍ୟକର ଫାଇଦା ବିଷୟରେ କହିବାକୁ ଯାଉଛୁ । 1- ହଳଦୀ ରେ ଳିପୋପଲିସାକାରାଇଡ୍ସ ଥାଏ । ଯାହା ଇମ୍ୟୁନିଟି ସିଷ୍ଟମ କୁ ବଢାଇଥାଏ । ଏଣୁ ଥଣ୍ଡା କାଶ ହେବା ଭଳି ସମସ୍ଯା କୁ କମ ହଳଦୀ ବହୁ ମାତ୍ରାରେ ହ୍ରାସ କରାଇଥାଏ । ହଳଦୀ ପାଣିର ସେବନ କରିଲେ କୌଣସି ପ୍ରକାରର ଭାଇରାଲ ଇନଫେକସନ ହେବାର ସମ୍ଭାବନାକୁ ହ୍ରାସ କରିଥାଏ ।

2- ହଳଦୀ ରେ ଜଲ୍ଦି କ୍ଷତ ଭରିବାର ଗୁଣ ରହିଥାଏ । ହଳଦୀ ପାଣିର ସବନ କରିଲେ ଶରୀରରେ କୌଣସି କ୍ଷତ ହୋଇଥିଲେ ତାହା ଜଲ୍ଦି ଠିକ ହୋଇଯାଏ ।

3- ହଳଦୀ ରେ ଥିବା ଆଣ୍ଟି ଇମଫ୍ଲାମେଟରୀ ଗୁଣ କାରଣରୁ ଏହା ଶରୀରର ଆଁଠୁ ଗଣ୍ଠି ଫୁଲିବାକୁ ରୋକୀ ଦେଇଥାଏ ।

4- ହଳଦୀ ଏକ ଆଣ୍ଟି କ୍ୟାନ୍ସର ଉପାଦାନ ଅଟେ । ହଳଦୀ ରେ ଥିବା ଆଣ୍ଟି କ୍ୟାନ୍ସର ଗୁଣ କାରଣରୁ ଏହା କ୍ୟାନ୍ସର କୋଷ ସୃଷ୍ଟି ହେବାକୁ ଦେଇ ନ ଥାଏ । ପ୍ରତିଦିନ ହଳଦୀ ପାଣିର ସେବନ କରିଲେ କ୍ୟାନସର ଜନିତ ଟ୍ଯୁମର ବଢିବାକୁ ଦେଇ ନ ଥାଏ ।

5- ହଳଦୀ ପାଣିର ସେବନ କରିଲେ ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲ କୁ କମ କରିଥାଏ ଓ ରକ୍ତ କୁ ଗାଢା ହେବାକୁ ଦିଏ ନାହିଁ । ହଳଦୀର ସେବନ କରିଲେ ରକ୍ତନଳୀ ରେ କୋଲେଷ୍ଟ୍ରୋଲ ଜମି ନ ଥାଏ ।

6- ହଳଦୀ ର ଆଉ ଏକ ଭଲ ଗୁଣ ହେଉଛି ଏହା ଶରୀରରେ ପିତ ସୃଷ୍ଟି ପ୍ରକ୍ରିୟାକୁ ତ୍ବରାନିତ କରିଥାଏ । ଏଣୁ ଯାହା ଖାଦ୍ୟ ଖାଇଥିବେ ତାହା ସହଜରେ ହଜମ ହୋଇଯାଏ । ଓ ଶରୀରରେ ଫ୍ୟାଟ ଜମା ବାନ୍ଧି ନ ଥାଏ ।

7- ହଳଦୀ ର ଆଉ ଏକ ଚମତ୍କାରୀ ଫାଇଦା ହେଉଛି ଏହା ଲିଭର ର କାର୍ଯ୍ୟ କରିବାର ପ୍ରକ୍ରିୟାକୁ ତ୍ବରାନିତ କରିଥାଏ । ଲିଭାରରେ ଥିବା ବିଷାକ୍ତ ପଦାର୍ଥ କୁ ହଳଦୀ ପାଣି ଦୂର କରିଥାଏ । ଏଣୁ ପ୍ରତିଦିନ ହଳଦୀ ପାଣିର ସେବନ କରିଲେ ଲିଭର ସମସ୍ଯା ହୁଏ ନାହିଁ ।

8- ହଳଦୀ ମସ୍ତିସ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ସକାଳୁ ଉଷୁମ ପାଣିରେ ହଳଦୀ ମିଶାଇ ଏହାର ସେବନ କରିଲେ ଏହା ମସ୍ତିସ୍କର ବିକାଶରେ ବହୁତ ସହାୟକ ହୋଇଟ ହାଏ ।

9- ହଳଦୀ ଗୁଣ୍ଡ ଓ ମହୁ ମିଶାଇ ଏହାର ସେବନ କରିଲେ ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ । ଏହି ମିଶ୍ରଣର ସେବନ ପ୍ରତିଦିନ ସେବନ କରିଲେ ଶରୀରରେ ବୟସ ଜନିତ ଲକ୍ଷଣ କମ ଦେଖା ଯାଇଥାଏ । ହଳଦୀ ପାଣି ତିଆରି କରିବା ପାଇଁ ଗୋଟେ ଗ୍ଳାସ ଉଷୁମ ପାଣିରେ ଅଧ ଚାମଚ ହଳଦୀ ମିଶାଇ ଏହାର ସେବନ କରିହେବ । ଏଥିରେ ମହୁ ମଧ୍ୟ ଆଡ କରିହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *