ପୂଜା ଘରେ ଏହି ସବୁ ମୂର୍ତ୍ତି ଏକା ସହ ରଖନ୍ତୁ ନାହିଁ, ଲାଗିଥାଏ ମହାପାପ- Vaastu Shastra

ବାସ୍ତୁ ଅନୁଯାୟୀ ପ୍ରତେକ ଭାବନାରେ ମନ୍ଦିର ରହିବା ଉଚିତ । ଭବନରେ ମନ୍ଦିର କରିବାର ପର୍ଯ୍ୟାପ୍ତ ସ୍ଥାପନ ନ ଥିଲେ ଛୋଟ ପୂଜା ସ୍ଥଳ ଅବଶ୍ୟ କରିବା ଉଚିତ । କିନ୍ତୁ ଏହା କରିବା ସମୟରେ ଏହାର ଦିଶା ଦିଗରେ ଧ୍ୟାନ ଦେବା ଆଉଚିତ । ବାସ୍ତୁ ଅନୁଯାୟୀ ମନ୍ଦିର ଐଶାନ୍ୟ କୋଣରେ ହେବା ଉଚିତ । ଏହା ଦ୍ୱ୍ରା ଲାଭଦୟକ ଓ ମଙ୍ଗଳକାରୀ ହୋଇଥାନ୍ତି । ବାସ୍ତୁ ଅନୁଯାୟୀ ପୂଜା ସ୍ଥଳରେ ଦେବିଦେବତାଙ୍କ କେତେ ମୂର୍ତ୍ତି ରହିବା, କେଉଁ ଦେବିଦେତାଙ୍କ ମୂର୍ତ୍ତି ଏକ ସହ ରଖିବା ଅନୁଚିତ ଓ କେଉଁ ଦେବିଦେବତାଙ୍କ ମୂର୍ତ୍ତି ରହିବା ଅନୁଚିତ ତାହା କୁହାଯାଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

୧- ପୂଜା ଘରେ କେବେ ରୋଷେଇ ଘର ପାଖରେ କରିବା ଅନୁଚିତ । ଏହାର ଶାସ୍ତ୍ରୀୟ କାରଣ ଏଉଛି ରୋଷେଇ ଘରେ ବ୍ୟବହାର ହେଉଥିବା ପିଆଜ, ରସୁଣ, ଲଙ୍କା ଭଳି ମସାଲା ମଙ୍ଗଳ ଗ୍ରହର ପ୍ରତୀକ ହୋଇଥାଏ । ପୂଜା ଘରେ ମା କାଳୀ, ଭୈରବ ଓ ଶନିଦେବଙ୍କ ମୂର୍ତ୍ତି ଏକା ସହ ସ୍ଥାପନ କରିବା ଅନୁଚିତ ।

୨- ପୂଜା ଘରେ ମୂର୍ତ୍ତିର ସ୍ଥାପାନ ଏମିତି କରିବା ଉଚିତ ଯେମିତି ବ୍ଯକ୍ତିର ମୁଖ ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ ହେବ ଉଚିତ ।

୩- ପୂଜା ଘରରେ ସଫା ସୁତୁରା ମୂର୍ତ୍ତି ବା ଯନ୍ତ୍ର ରଖିବା ଉଚିତ । ମୂର୍ତ୍ତି ସର୍ବଦା ଧାତୁ, ମାଟି, ପଥର ର ହେବା ଉଚିତ । ମାଟିର ମୂର୍ତ୍ତି ସବୁଠାରୁ ପ୍ରଭାବଶାଳି ହୋଇଥାଏ ।

୪- ଘରେ ପୂଜାରେ ବ୍ଯବହୃତ ହେଉଥିବା ମୂର୍ତି ବସିଥିବା ଦରକାର । କୌଣସି ଦେବିଦେବତାଙ୍କ ମୂର୍ତ୍ତି ଠିଆ ହୋଇଥିବା ଆଣିବା ଅନୁଚିତ । ସବୁ ଦେବିଦେବତା ବିରାଜମାନ ଅବସ୍ଥାରେ ରହିବା ଉଚିତ ।

୫- ଦେବିଦେବତାଙ୍କ ପୂଜାରୁ ବାହାରିଥିବା ଫୁଲ, ଧୁପକାଠି, ସଫାରୁ ବାହାରିଥିବା ଅପରିଷ୍କାର ଜଳ, ନଡିଆର ଖଣ୍ଡ, ପୁରୁଣା କପଡା କୁ ଏଣେତେଣେ ନ ଫିଙ୍ଗି ନଦୀରେ ପ୍ରବାହିତ କରିବା ଉଚିତ ।

୬- ଭଗବାନ ବିଶୁଣୁଙ୍କ ମୂର୍ତ୍ତି ପାଖରେ ଶିବଲିଙ୍ଗ ରଖିବା ଅନୁଚିତ । ଘରେ ଭଗବାନ ହନୁମାନଙ୍କ ଫୋଟୋ ଲଗାଇବା ସମୟରେ ଭଗବାନ ରାମଚନ୍ଦ୍ର ତାଙ୍କ ସହ ରହିଥିବା ଦରାକର ।

୭- ପଞ୍ଚଦେବ ଯଥା ସୂର୍ଯ୍ୟ, ଗଣେଶ, ଦୂର୍ଗା, ଶିବ ଓ ବିଶୁଣୁଙ୍କ ପୂଜା ସର୍ବ ପ୍ରଥମେ କରିବା ଉଚିତ । ପୂଜା ଘରେ ସୂର୍ଯ୍ୟ, ଇନ୍ଦ୍ରଦେବ, ଶିବ, କାର୍ତ୍ତିକଙ୍କୁ ଏଭଳି ଭାବେ ପ୍ରତିଷ୍ଠା କରିବା ଦରକାର ଆରାଧନା କରିବା ସମୟରେ ମଣିଷର ମୁଖ ପୂର୍ବ ବା ପଶ୍ଚିମ ଦିଗରେ ହେବ ଉଚିତ ।

୮- ଦେବିଦେବତାଙ୍କ ପ୍ରତିମା ଉତ୍ତର କାନ୍ଥର ଦିଶରେ କେବେ ଲଗାଇବା ଉଚିତ ନୁହେଁ । କୁବେରଙ୍କ ସ୍ଥାନ ଉତ୍ତର, ମା ଲକ୍ଷ୍ମୀଙ୍କ ଉତ୍ତର-ପୂର୍ବ, ମା ସରସ୍ଵତୀ ପଶ୍ଚିମ ଦିଗରେ ବାସ କରିଥାନ୍ତି । ଦେବୀ ଲକ୍ଷ୍ମୀଙ୍କ ପୂଜା ପୂର୍ବ ବା ପଶ୍ଚିମ ଦିଗକୁ ମୁଖ କରିବା ଉଚିତ ।

୯- ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ ଦକ୍ଷିଣ ଦିଗକୁ କରିବା ଉଚିତ । ଘରର ମନ୍ଦିରରେ ୨ଟି ଶିବଲିଙ୍ଗ, ୩ଟି ଗଣେଶ, ୨ଟି ଶଙ୍ଖ, ୨ଟି ସୂର୍ଯ୍ୟ, ୩ଟି ଗୋମତିଚକ୍ର ପୂଜା କରିବା ଅନୁଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *