ପୂଜା କରିବା ସମୟରେ ଆଖିରୁ ଲୁହ ଏବଂ ହାଇ ଆସିଲେ ମିଳେ ଏହି ସଂକେତ….

ନମସ୍କାର ବନ୍ଧୁଗଣ, ଘରେ ଘରେ ସମସ୍ତେ ଭଗବାନଙ୍କର ପ୍ରତିଦିନ ପୂଜା କରିଥାନ୍ତି । ଏବଂ ଭଗବାନଙ୍କ ପୂଜାରେ ସମ୍ପୂର୍ଣ ରୂପେ ଲୀନ କରିଦେଇଥାନ୍ତି । କିଛି ଲୋକ ଏତେ ଭାବୁକ ହୋଇଯାଇଥାନ୍ତି ପୂଜାରେ କି ତାଙ୍କ ଆଖିରୁ ଲୁହ ଝରିଆସେ । ଆଉ କିଛି ଲୋକ ପୂଜା ସମୟରେ ହାଇ ମଧ୍ୟ ମାରିଥାନ୍ତି । ତେବେ ଏହି ସବୁର ମଧ୍ୟ କିଛି ଅର୍ଥ ରହିଛି । କାରଣ ଭଗବାନଙ୍କ ସୃଷ୍ଟିରେ ବୀନା ଅର୍ଥରେ କିଛି ଘଟିନଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହାର ଅର୍ଥ କଣ ହୋଇଥାଏ ।

ଯଦି ପୂଜା ପାଠ କରୁଥିବା ସମୟରେ ଆଖିରୁ ଲୁହ ଝରିଆସେ ତେବେ ବୁଝିଯିବେ କି କୌଣସି ଇଶ୍ଵର ଶକ୍ତି ଆପଣଙ୍କୁ କିଛି ସଙ୍କେତ ଦେବା ପାଇଁ ଚାହୁଁଛନ୍ତି । ଯେତେବେଳେ ଆପଣ ଭଗବାନଙ୍କ ପୂଜା ଲୀନ ହୋଇଯାନ୍ତି ଏହାର ଅର୍ଥ ହୋଇଥାଏ କି ଆପଣ ଭଗବାନଙ୍କ ନିଜର ଏକ ଏକ ଡୋରୀ ବାନ୍ଧି ସାରିଲେଣି । ଏହା ମଧ୍ୟ କୁହଯାଇପାରିବ କି ଆପଣଙ୍କ ପୂଜା ସଫଳ ହେବାକୁ ଯାଉଛି । ଏହି ସଫଳ ହେବାର ଖୁସିର ସଙ୍କେତ ଭଗବାନ ଆପଣଙ୍କ ଲୁହ ଦ୍ଵାରା ସଙ୍କେତ ଦେଇଥାନ୍ତି ।

ଶାସ୍ତ୍ରରେ କୁହାଯାଇଛି ନିର୍ମଲ ହୃଦୟରୁ କରାଯାଇଥିବା ପୂଜାକୁ ସବୁବେଳେ ଭଗବାନ ଗ୍ରହଣ କରିଥାନ୍ତି । ଯଦି ପୂଜା କରୁଥିବା ସମୟରେ କୌଣସି ବ୍ୟକ୍ତିଙ୍କୁ ନିଦ ଲାଗିଥାଏ ତେବେ ଏହାର ଅର୍ଥ ହେଉଛି କି ସେହି ବ୍ୟକ୍ତିଙ୍କ ମନରେ ବହୁତ କିଛି ବିଚାର ଚାଲିଅଛି ।  ଏହାଦ୍ୱାରା ସେ ପୂଜାରେ ନିଜ ମନକୁ ଏକତ୍ର ଲୀନ କରିପାରିନଥାନ୍ତି ।

ତେଣୁ ଯଦି ଆପଣ କୌଣସି ଚିନ୍ତାକୁ ନିଜ ମନରେ ଭାବି ଭାବି ପୂଜା କରିବା ପାଇଁ ବସନ୍ତି ତେବେ ଆପଣଙ୍କୁ ନିଦ ଲାଗିଥାଏ । ପ୍ରାୟତଃ ଆଖିରୁ ଆସୁଥିବା ଲୁହ ଓ ହାଇ ମାରିବା ନକରାତ୍ମକର ମଧ୍ୟ ସଙ୍କେତ ଦେଇଥାଏ । ଯେତେବେଳେ ଆମ ମନ କୌଣସି ଧାର୍ମିକ କାର୍ଯ୍ୟରେ ନ ଲାଗେ ଏବଂ ଶରୀର ଭାରି ହେବାକୁ ଲାଗେ ସେତେବେଳେ ଆପଣ ବୁଝିଯିବେ କି ଆପଣଙ୍କ ଚାରିପାଖରେ କିଛି ନା କିଛି ନକରାତ୍ମକ ଶକ୍ତି ବାସ କରୁଅଛି ।

ପୂଜା ସମୟରେ ଆଖିରୁ ଲୁହ ଆସିବାର ଆଉ ଏକ ଅର୍ଥ ହେଉଛି କି ଆପଣଙ୍କ ଅନ୍ତର ଆତ୍ମା ଧୀରେ ଧୀରେ ଶୁଦ୍ଧ ହେଉଅଛି । ଅର୍ଥାତ ଆପଣଙ୍କ ମନରୁ ସମସ୍ତ ଖରାପ ଚିନ୍ତା ଧାରା ଦୂର ହେବାର ଏହା ସଙ୍କେତ ହୋଇଥାଏ । ଲୁହ ବା ହାଇ ଆସିବାର ଅନ୍ୟ ଅର୍ଥ ହେଉଛି ଆପଣଙ୍କ ମନରେ ରହିଥିବା କିଛି ଦୁଃଖ ଭଗବାନଙ୍କ ନିକଟରେ ପହଞ୍ଚିଥାଏ  ଯାହାକୁ ଆପଣ ଅନ୍ୟ କାହା ସହ ବାଣ୍ଟିବାକୁ ଚାହାନ୍ତି ନାହି ।

ଏହି କଥାର ଭାବ ଆପଣଙ୍କ ଆଖିରେ ଲୁହ ନେଇ ଆସିଥାଏ । ଏହା ଥିଲା ପୂଜା ସମୟରେ ହାଇ ଓ ଆଖିରେ ଲୁହ ଆସିବାର କିଛି ଅର୍ଥ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *