ପୂଜା, ପାଠ, ଧର୍ମ, କର୍ମ କରୁଥିବା ବ୍ୟକ୍ତିଙ୍କୁ କାହିଁକି ଅଧିକ ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ ? Ajira Anuchinta

ବନ୍ଧୁଗଣ ଆମେ ସବୁବେଳେ ପୂଜା ପାଠ କରିଥାଉ ଆଉ ପ୍ରଭୁଙ୍କ ଭକ୍ତିରେ ଆମେ ଲୀନ ରହିଥାଉ । କିନ୍ତୁ ତଥାପି ଆମେ ଦୁଃଖରେ ରହିଥାଉ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସେହି ମାନେ ସୁଖରେ ରହିଥାନ୍ତି ଯେଉଁ ମାନେ କେବେ ପୂଜା ପାଠ କରନ୍ତି ନାହିଁଁ କି ଧର୍ମ କର୍ମ କରନ୍ତି ନାହିଁଁ । ଆମେ ସବୁବେଳେ ପୂଜା, ପାଠ, ଧର୍ମ ,କର୍ମ କରିବା ପରେ ବି ଆମ ମନରେ ପ୍ରଶ୍ନ ଆସିଥାଏ । ଏହା କେବଳ ଧାର୍ମିକ ବ୍ୟକ୍ତିଙ୍କ ମନରେ ଆସିଥାଏ । ତେବେ ଆସନ୍ତୁ ଜାଣିବା ପୂଜା ପାଠ, ଧର୍ମ, କର୍ମ କରିବା ପରେ ବି କାହିଁକି ଦୁଃଖ ଭୋଗିବାକୁ ପଡିଥାଏ ସେ ବିଷୟରେ ଜାଣିବା ।

ଏହା ପଛରେ ରହିଛି ଏକ ବଡ କାରଣ । ତେବେ କଥା ଅନୁଯାୟୀ ଜଣେ ଗୁରୁଜୀଙ୍କର ଦୁଇଟି ସନ୍ତାନ ଥିଲେ । ଦୁଇ ଜଣ ସନ୍ତାନ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଆଶା ବୁଦ୍ଧିମାନ ଥିଲେ । କିନ୍ତୁ ଜଣଙ୍କର ଅଭ୍ୟାସ ପୂରାପୂରି ଭାବେ ଖରାପ ହୋଇଯାଇଥିଲା । ପ୍ରଥମ ସନ୍ତାନଟି ସତସଙ୍ଗ କରିବା ସହ ନାମ କୀର୍ତ୍ତନ କରି ଭଗବାନଙ୍କ ଭକ୍ତିରେ ରହୁଥାଏ ।

ଅନ୍ୟ ସନ୍ତାନଟି ଖରାପ ଅଭ୍ୟାସ ରଖିଥିବା କାରଣରୁ ସେ ସବୁବେଳେ ଦେହଜୀବିର ଘରକୁ ଯାଇ ବେଶ୍ୟା ସହ ରହିବାକୁ ଯାଇଥାଏ । ସେ ଯେବେ ନାଚ ଦେଖିବାକୁ ଯାଉଥିଲା ଲୋକମାନେ ଭିଡ ଜମାଉଥିଲେ । ଦିନେ ଗୁରୁଜୀଙ୍କର ପ୍ରଥମ ସନ୍ତାନ ଯାଇଥାଏ ଭଗବାନଙ୍କ ପୂଜା କରିବାକୁ । ଅନ୍ୟ ସନ୍ତାନ ଯାଇଥାଏ ବେଶ୍ୟାର ନାଚ ଦେଖିବା ପାଇଁ । ବେଶ୍ୟା ଘରକୁ ଯାଇଥିବା ସନ୍ତାନକୁ ରାସ୍ତାରୁ ସୁନାର ମୁଣି ମିଳିଲା ।

ସୁନାର ମୁଣି ଦେଖି ଏହାକୁ ନେଇ ଘରକୁ ଖୁସିରେ ଫେରିଲା । ପ୍ରଥମ ସନ୍ତାନଟି ପୂଜା ସାରି ଘରକୁ ଫେରିବା ସମୟରେ ତା ପାଦରେ କଣ୍ଟା ପଶିଗଲା । ତେବେ ଏ ନେଇ ପ୍ରଥମ ସନ୍ତାନଟି ଗୁରୁଜୀଙ୍କି ପଚାରିଲା ମୁଁ ସତସଙ୍ଗ କରିବାକୁ ଯାଇ ମୋ ପାଦରେ କଣ୍ଟା ପଶିଗଲା ଆଉ ସେ ବେଶ୍ୟା ନାଚ ଦେଖିବାକୁ ଯାଇ ସୁନାର ମୁଣି ପାଇଲା ଏ କେମିତି ଭଗବାଙ୍କର ନ୍ୟାୟ ହୋଇପାରେ ।

ସେ ଭୁଲ କାମ କରୁଥିଲା ତା ପାଦରେ କଣ୍ଟା ପସିବାର ଥିଲା କିନ୍ତୁ ଭଗବାନ ମୋତେ କାହିଁକି କଷ୍ଟ ଦେଲେ । ଉତ୍ତରରେ ଗୁରୁଜୀ କହିଲେ ତୁମେ କେବଳ ବର୍ତ୍ତମାନ ଦେଖୁଛ କିନ୍ତୁ ଭଗବାନ ବର୍ତ୍ତମାନ ଓ ଭବିଷ୍ୟତ ଦେଖିଥାନ୍ତି । ଦ୍ଵିତୀୟ ସନ୍ତାନଟି ନିଜର କର୍ମ ଅନୁଯାୟୀ ଆଜିର ଦିନରେ ରାଜା ହେବାର ଥିଲା ସେଥିପାଇଁ ସେ ସୁନାର ମୁଣି ପାଇଲା । କାରଣ ପୂର୍ବ ଜନ୍ମରେ ସେ ଭଲ କର୍ମ କରିଥିଲା ।

ପ୍ରଥମ ସନ୍ତାନର ମୃତ୍ୟୁ ହେବାର ଥିଲା କିନ୍ତୁ ଭଗବାନଙ୍କ ସହ ଯୋଡି ହୋଇଥିବାରୁ ମୃତ୍ୟୁ ଟଳିଗଲା । ଭଗବାନ ତୁମକୁ ମୃତ୍ୟୁ ବଦଳରେ ଛୋଟିଆ କଣ୍ଟାରେ କଷ୍ଟ ଦେଲେ । ଯାହାକୁ ତୁମେ ବୁଝିପାରିଲ ନାହିଁଁ । ତେବେ ଏହି କଥାରୁ ଶିକ୍ଷା ଲାଭ ହେଲା କି ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ଭଗବାନଙ୍କ ସହ ଯୋଡି ହୋଇ ରହିଲେ ଆପଣଙ୍କ ଉପରେ ଯେତେ ବଡ ବିପଦ ଆସିଲେ ବି ତାହା ଛୋଟ ହୋଇଯାଏ । ତେଣୁ ଭଗବାନଙ୍କ ପୂଜା କରିବା ସହ ଆସ୍ଥା ରଖିବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *