ପୂଜା କରିବା ସମୟରେ ହାଇ ଆସିବା, ପୂଜା ଫୁଲ ତଳେ ପଡିଯିବା, ଦୀପ ଲିଭିଯିବା ଏହାର ଅର୍ଥ କଣ ହୋଇଥାଏ ?

ବନ୍ଧୁଗଣ ପୂଜା ପାଠ କରିବା ଦ୍ଵାରା ଆମ ମନକୁ ଅଦଭୁତ ଶାନ୍ତି ମିଳିଥାଏ । ମନର ଅଶାନ୍ତିକୁ ଦୂର କରିଉବାକୁ ଧ୍ୟାନ ଓ ପୂଜା କରିଥାଉ । ଯାହା ଦ୍ଵାରା ଆମ ଜୀବନରେ ସୁଖ ଶାନ୍ତି ଆସିଥାଏ । ଆପଣ ମାନେ ଅନେକ ଥର ଅନୁଭବ କରିଥିବେ କି ପୂଜା କରିବା ସମୟରେ ଆଳସ୍ୟ ଆସିଥାଏ, ଫୁଲ ତଳେ ପଡିଯାଏ । ପୂଜା ସମୟ ଦୀପ ଲିଭିଯାଏ, ଧୂପକାଠି ର ଧୂଆଁ ଓ ଦୀପର ନିଆଁ ଆବଶ୍ୟକତା ଠାରୁ ଉପରକୁ ଅଧିକ ଉଠିଥାଏ । ତେବେ ଏହା କେଉଁ ସଂକେତ ଦେଇଥାଏ ଓ ଜୀବନରେ କଣ ପ୍ରଭାବ ପକାଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

1- ପୂଜା କରିବା ସମୟରେ ଯଦି ଆଖି ରୁ ଲୁହ ଆସିଥାଏ ତେବେ ଭଗବାନ କିଛି ଦିବ୍ୟ ସଂକେତ ଦେଇଥାନ୍ତି । ପୂଜା ସମୟରେ ଭଗବାନଙ୍କ ସହ ଯଦି ସଂଯୋଗ ହୁଏ ତେବେ ଆଖି ରୁ ଲୁହ ଆସିଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ପୂଜା ଓ ପ୍ରାର୍ଥନା ଭଗବାନଙ୍କ ନିକଟରେ ପହଞ୍ଚିଛି । ଆପଣଙ୍କ ପୂଜା ସଫଳ ହୋଇଛି । ବେଳେବେଳେ ଆଖି ରୁ ଲୁହ ଆସିବାର ଅର୍ଥ ଆମ ଶରୀରରେ ଥିବା ନେଗେଟିଭ ଶକ୍ତି ହୋଇଥାଏ ।

2- ଅନେକ ସମୟରେ ନିଦ ପୁରା ନ ହେବାରୁ ସକାଳୁ ଆଳସ୍ୟ ଆସିଥାଏ । ଆଉ ଆଳସ୍ୟ କାରଣରୁ ହାଇ ଆସିଥାଏ । ବ୍ୟସ୍ତ ବିବ୍ରତରେ ପୂଜା କରିଲେ ହାଇ ଆସିବାର ସମ୍ଭାବନା ଥାଏ । ପୂଜା କରିବା ସମୟରେ ଯଦି ଆଳସ୍ୟ ଆସିଥାଏ ତେବେ ଚାରିପାଖରେ ଥିବା ନେଗେଟିଭ ଶକ୍ତିର ପ୍ରଭାବ ଆମ ଉପରେ ରହିଥାଏ । ଆମ ଚାରିପାଖରେ ଥିବା ଦୁଃଖ କାରଣରୁ ମନରେ ଭାବନା ଆସେ ନାହିଁ । ଏହି ସମୟରେ ପୂଜା କରିବା ଉଚିତ ନୁହେଁ ।

3- ପୂଜା କରିବା ସମୟରେ ଛିଙ୍କିବା ଉଚିତ ନୁହେଁ । କାରଣ ଏହା ଅଶୁଦ୍ଧ କରିଦିଏ । ଯଦି ଏମିତି ହୁଏ ତେବେ ତୁରନ୍ତ ହାତ ଗୋଡ ଧୋଇ ପୂଜା କରିବା ଉଚିତ ।

4- ଭଗବାନଙ୍କୁ ପୂଜା କରିବା ସମୟରେ ବେଳେବେଳେ ଫୁଲ ତଳକୁ ପଡିଯାଏ ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ଫୁଲ ପଡିବାର ଅର୍ଥ ହେଉଛି ଭଗବାନ ଆପଣଙ୍କୁ ଶୁଭ ସଂକେତ ଦେଉହାନ୍ତି ।

5- ଶାସ୍ତ୍ର ଅନୁଯାୟୀ ପୂଜା କରିବା ସମୟରେ ଦୀପ ଲିଭିଯିବା ଅଶୁଭ ହୋଇଥାଏ । ବିଶ୍ଵାସ ରହିଛି କି ଯଦି ଏମିତି ହୁଏ ତେବେ ଯେଉଁ କାର୍ଯ୍ୟ କରୁଥିବେ ସେଥିରେ କିଛି ବାଧା ରହିଛି ।

6- ଆଳତି କରିବା ସମୟରେ ଦୀପ ଯଦି ଲିଭିଯାଏ ତେବେ ଭଗବାନଙ୍କୁ କ୍ଷମା ମାଗି ପୁଣି ଥରେ ଆଳତି କରିବା ଉଚିତ । ଯଦି ଦୀପର ଶିଖା ଅଧିକ ଉପରକୁ ଉଠିଥାଏ ତେବେ ଏହାର ଅର୍ଥ ଭଗବାନଙ୍କ ନିକଟରେ ଆପଣଙ୍କର ପ୍ରାର୍ଥନା ପହଞ୍ଚିଛି ।

7- ଧୂପକାଠି ରୁ ବାହରୁଥିବା ନିଆଁ ଭଗବାନ ଙ୍କ ମୁଖ ଆଡକୁ ଯାଏ ବା ଓମ ପ୍ରକାରର ଚିତ୍ର ସୃଷ୍ଟି ହୁଏ ତେବେ ଭଗବାନଙ୍କ କୃପା ପାଇବାର ସଂକେତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *