ରାକ୍ଷୀ ପୂର୍ଣ୍ଣିମା 2023 କେବେ ପାଳିତ ହେବ ? କେଉଁ ଦିନ ବାନ୍ଧିବେ ରାକ୍ଷୀ ଅଗଷ୍ଟ 30 ନା 31 ତାରିଖ ? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଭାଇ ଭଉଣୀ ର ସମ୍ପର୍କ ଠାରୁ ଆଉ କିଛି ବି ନାହିଁ । ଯେଉଁ ସମ୍ପର୍କ ଗୋଟେ ଡୋରୀ ରେ ବନ୍ଧା ହୋଇଛି ତାହା ହେଉଛି ରାକ୍ଷୀ ର ବନ୍ଧନ । ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା କାମନା କରେ । ଭାଇ ମଧ୍ୟ କଥା ଦିଏ ଭଉଣୀ ର ସବୁ ଦାୟିତ୍ଵ ନେବା ପାଇଁ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା କେବେ ପାଳିତ ହେବ, ଭଦ୍ରା କାଳର ସମୟ, ରାକ୍ଷୀ ବାନ୍ଧିବାର ସଂପୂର୍ଣ୍ଣ ବିବରଣୀ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଅଗଷ୍ଟ 30 ବୁଧବାର ଦିନ ପଡୁଛି ପୂର୍ଣ୍ଣିମା ପଡୁଛି ସକାଳ 10:58 ମିନିଟରୁ ଆରମ୍ଭ ହୋଇ 31 ଅଗଷ୍ଟ 7:46 ମିନିଟରେ ଶେଷ ହେବ । ଅଗଷ୍ଟ 30ରେ ରାକ୍ଷୀ ବାନ୍ଧିବା ପାଇଁ ଉପଯୁକ୍ତ ସମୟ ରହିଛି । ଭଦ୍ରା କାଳରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଲେ ଭୈରା ଅକାଳ ମୃତ୍ୟୁ ହୋଇଥାଏ ଏହା ପୁରାଣରେ ଉଲେଖ ରହିଛି । ଏଥର ଭଦ୍ରା କାଳ ପାତାଳ ଲୋକରେ ପାଳିତ ହେବ ପୃଥିବୀ ଲୋକରେ ନୁହେଁ ।

ଏଥର ଭଦ୍ରା କାଳ ସାରା ଦିନ ରହିବ । କିନ୍ତୁ ଏହି ଦିନ ଜାଣି ରଖନ୍ତୁ ଭଦ୍ରା କାଳ ପାତଳା ରୂପରେ ଲାଗି ରହିବ । ଆଉ ଭଦ୍ରା ଯେଉଁ ଲୋକରେ ବାସ କରେ ସେ ଲୋକରେ ଶୁଭ କାର୍ଯ୍ୟ ହୁଏ ନାହିଁ । ପାତାଳ ରୂପରେ ଭଦ୍ରା କାଳର ବାସ ହୋଇଥିବାରୁ ହିନ୍ଦୁ ଧର୍ମରେ ଭଦ୍ରା କାଳ ପାଳିତ ହେବ ନାହିଁ । ତେଣୁ ଅଗଷ୍ଟ 30 ରେ ରାକ୍ଷୀ ବାନ୍ଧିବା ଶୁଭଦାୟକ ହେବ ।

ରାକ୍ଷୀ ବାନ୍ଧିବାର ବିଶେଷ ନିୟମ ରହିଛି । ଭାଇ ଭଉଣୀ ର ଅତୁଟ ବନ୍ଧନ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନରେ କଳା ବସ୍ତ୍ର ପିନ୍ଧିବା ଅନୁଚିତ । ଦେଶୀ ଘିଅର ଦୀପ ଏହି ଦିନ ଜଳାଇବା ଶୁଭ ହୋଇଥାଏ । ଭାଇ କୁ ବନ୍ଦାପନା କରିବା ସମୟରେ ଭାଇର ମୁଖ ପୂର୍ବ ବା ଉତ୍ତରକୁ ହୋଇଥିବ ଏବଂ ଭଉଣୀର ମୁହଁ ପଶ୍ଚିମ ବା ଦକ୍ଷିଣ କୁ ହେବ ଉଚିତ ।

ପ୍ରଥମ ରାକ୍ଷୀ ଠାକୁର ବା ଗୋମାତାଙ୍କୁ ପିନ୍ଧାଇବା ଶୁଭ ହୋଇଥାଏ । ବୁଧବାର ଦିନ ରାକ୍ଷୀ ପୂର୍ଣ୍ଣିମା ପଡୁଥିବାରୁ ଭଗବାନ ଗଣେଶ ଙ୍କୁ ପ୍ରଥମେ ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଆମିଷ ଭୋଜନ କରିବା ଅନୁଚିତ । ସାତ୍ଵିକ ଆହାର ଖାଇବା ଉଚିତ । ଭାଇ ଭଉଣୀ ଏହି ଦିନ ଚପଲ, ଆଇନା, ରୁମାଲ ଭଉଣୀ କୁ ଉପହାର ଦିଅନ୍ତୁ ନାହିଁ ।

ଏହି ଦିନ ବୃନ୍ଦାବତୀ ଙ୍କୁ ନାଲି କପଡା ସହ ଶଙ୍ଖା ଅର୍ପଣ କରିଲେ ଗୃହର ମଙ୍ଗଳ ହୋଇଥାଏ । ଏହା ସହ ଭାଇ ଭଉଣୀ ର ସମ୍ପର୍କ ସୁଦୃଢ ରହିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *