ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅ କୁ ମିଳିବ କେମିତି ଜୀବନ ସାଥି- Astro Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଝିଅ ଙ୍କ ବିବାହ କୁ ନେଇ ଅନେକ କିଛି ସ୍ବପ୍ନ ରହିଥାଏ ଏବଂ ସେ ତାଙ୍କ ଜୀବନସାଥୀ ଙ୍କୁ ନେଇ ମଧ୍ୟ ଅନେକ ସ୍ବପ୍ନ ଦେଖିଥାନ୍ତି । ସେମାନେ ଚାହାନ୍ତି ଯେ, ତାଙ୍କ ଜୀବନସାଥୀ ତାଙ୍କୁ ବହୁତ ଭଲ ପାଇବା ଦେଉ, ଦୁନିଆ ର ଛୋଟ ଛୋଟ ଖୁସି ତାଙ୍କୁ ପ୍ରଦାନ କରୁ ଏବଂ ଏହା ମଧ୍ୟ ଚାହାନ୍ତି ଯେ ।

ସେ ଯେପରି ନିଜର ସମ୍ପୂର୍ଣ୍ଣ ଜୀବନ ନିଜ ଜୀବନସାଥି ଙ୍କ ସହିତ ଖୁସି ରେ ଅତିବାହିତ କରନ୍ତୁ । ପିତାମାତା ମଧ୍ୟ ନିଜ ଝିଅ ପାଇଁ ଯୋଗ୍ୟ ବର ଖୋଜିଥାନ୍ତି ଏବଂ ଏଥିପାଇଁ ସେମାନେ ଜ୍ୟୋତିଷ ଶାସ୍ତ୍ର ର ସାହାଯ୍ୟ ନେଇଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରତ୍ୟେକ ଝିଅ ଙ୍କୁ ରାଶି ଅନୁସାରେ କେଉଁ ଭଳି ଜୀବନସାଥୀ ମିଳିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ଏହି ରାଶି ଥିବା ଝିଅ ମାନଙ୍କୁ ଅତ୍ୟନ୍ତ ସୁନ୍ଦର ଓ ଶିକ୍ଷିତ ଜୀବନ ସାଥି ପ୍ରାପ୍ତ ହୋଇଥାଏ । ଏହା ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖ ରହିଛି । ଏହା ମଧ୍ୟ କୁହାଯାଏ ଯେ ଏମାନଙ୍କ ଜୀବନସାଥୀ ଅତ୍ୟନ୍ତ ଧାର୍ମିକ ସ୍ୱଭାବ ର ହୋଇଥାନ୍ତି ।

୨. ବୃଷ ରାଶି- ଏହି ରାଶି ଥିବା ଝିଅ ମାନଙ୍କୁ ଅପେକ୍ଷାକୃତ କମ ଶିକ୍ଷିତ ଜୀବନସାଥୀ ମିଳିଥାଏ ଏବଂ ତାଙ୍କୁ ଜୀବନ ରେ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ ।

୩. ମିଥୁନ ରାଶି- ଏହି ରାଶି ଥିବା ଝିଅ ମାନଙ୍କୁ ଅହଙ୍କାରୀ ଜୀବନସାଥୀ ମିଳିଥାଏ । ସେମାନେ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି ଏବଂ କଥା କଥାରେ ରାଗୀ ଯାଆନ୍ତି ।

୪. କର୍କଟ ରାଶି-ଏହି ରାଶିର ଝିଅ ମାନଙ୍କ ଜୀବନ ସାଥି ତାଙ୍କୁ ଖୁବ ସମ୍ମାନ ପ୍ରଦାନ କରିଥାନ୍ତି । ଏହା ସହିତ ସେମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ ନ କରିଲେ କ୍ରୋଧିତ ମଧ୍ୟ ହୋଇଥାନ୍ତି ।

୫.ସିଂହ ରାଶି- ଏହି ରାଶିର ଝିଅ ଙ୍କୁ ସମ୍ମାନ ଦେଉଥିବା ଜୀବନସାଥୀ ମିଳିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଏମାନଙ୍କ ସନ୍ତାନ ଜୀବନରେ ଖୁବ ଆଗକୁ ବଢ଼ିଥାନ୍ତି ।

୬. କନ୍ୟା ରାଶି- ଏହି ରାଶିର ଝିଅ ମାନଙ୍କୁ ଚଞ୍ଚଳ ସ୍ୱଭାବ ର ଜୀବନସାଥୀ ମିଳିଥାଏ । ଏମାନେ ଖୁବ ଆକର୍ଷଣୀୟ ହୋଇଥାନ୍ତି । ତେଣୁ କିଛି ସ୍ଥାନରେ ଏମାନେ ଅନ୍ୟ ଝିଅ ମାନଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିଥାନ୍ତି ।

୭. ତୁଳା ରାଶି- ଏହି ରାଶି ର ଝିଅ ଙ୍କ ଜୀବନସାଥୀ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି । କିନ୍ତୁ ଏମାନେ ନିଜ ବୈବାହିକ ଜୀବନକୁ ନେଇ ଅତ୍ୟନ୍ତ ଗଭୀର ଅଟନ୍ତି ଏବଂ ଏମାନେ ପରିବାର ର ସମସ୍ତ ସଦସ୍ୟ କୁ ଖୁସି ରେ ରଖନ୍ତି ।

୮. ବିଚ୍ଛା ରାଶି- ଏହି ରାଶିର ଝିଅ ଙ୍କ ଜୀବନସାଥୀ ବହୁତ ଭଲ ଭଲ କଥା କହିବା ଜାଣିଥାନ୍ତି ଏବଂ ଏମାନେ ବହୁତ ରୋମାଣ୍ଟିକ ସ୍ୱଭାବ ର ହୋଇଥାନ୍ତି । ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ବ୍ୟତୀତ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖ କରାଯାଇଛି ।

୯. ଧନୁ ରାଶି- ଏହି ରାଶିର ଝିଅ ମାନଙ୍କୁ ଭାଗ୍ୟଶାଳୀ ଜୀବନସାଥୀ ମିଳିଥାନ୍ତି । ଏହା ସହିତ ଏମାନେ ସର୍ବଦା ନିଜ ପତ୍ନୀ ଙ୍କ କଥାକୁ ମାନିଥାନ୍ତି ।

୧୦. ମକର ରାଶି- ଏହି ରାଶିର ଝିଅ ମାନଙ୍କୁ ମଧୁରତ୍ୱ ପୂର୍ଣ୍ଣ ଜୀବନସାଥୀ ମିଳିଥାଏ । ଏମାନଙ୍କ ପାଖରେ ଖରାପ ପରିସ୍ଥିତି ର ସାମ୍ନା କରିବାର ମଧ୍ୟ କ୍ଷମତା ରହିଥାଏ ।

୧୧. କୁମ୍ଭ ରାଶି- ଏହି ରାଶିର ଝିଅ ଙ୍କ ଜୀବନସାଥୀ ଅତ୍ୟନ୍ତ ନରମ ସ୍ୱଭାବ ର ବ୍ୟକ୍ତିତ୍ବ ହୋଇଥାନ୍ତି । ଏମାନେ ପ୍ରାୟତଃ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି ।

୧୨. ମୀନ ରାଶି- ଏହି ରାଶି ର ଝିଅ ମାନଙ୍କୁ ସୁନ୍ଦର ଓ ନରମ ସ୍ୱଭାବ ର ଜୀବନସାଥୀ ମିଳିଥାଏ । ଏମାନଙ୍କ ଜୀବନରେ କେବେବି ଆର୍ଥିକ ସମସ୍ୟା ଉପୁଜି ନଥାଏ । ଏମାନେ ସର୍ବଦା ହସଖୁସିରେ ନିଜର ଜୀବନ ଅତିବାହିତ କରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *