ଆପଣଙ୍କ ରାଶିରୁ ଜାଣନ୍ତୁ କେଉଁ କଥାକୁ ଡରନ୍ତି ଆପଣ? Astrology

ମନୁଷ୍ୟର ରାଶି ତା ସମ୍ପର୍କରେ ବହୁତ କଥା କହିଥାଏ । ଏହା ଆପଣଙ୍କ ଜୀବନ ସହ ଜଡିତ ଭଲ ମନ୍ଦ କଥା କହିଥାଏ । ରାଶିରୁ ଜଣେ ବ୍ୟକ୍ତିର ଚରିତ୍ର, ସ୍ଵଭାବ ବା ଗୁଣ ଆଦି ଜାଣି ହୁଏ । ତାର ମୋନୋଭାବ, ଚିନ୍ତାଧାରା, କେଉଁ ବସ୍ତୁକୁ ନେଇ ତାର ଭାବନା କଣ ଏ ସବୁ ଅତି ସହଜରେ ଜଣାପଡିଥାଏ । ମନୁଷ୍ୟ ତା ଜୀବନରେ କୌଣସି ଏକ ଜିନିଷକୁ ନେଇ ସର୍ବଦା ଡରିଥାଏ, ତେବେ କେଉଁ ରାଶିର ବ୍ୟକ୍ତିଙ୍କର କଣ ରହିଛି ଡର ଆଜି ଆମେ ସେହି ବିଷୟରେ ଆପଣଙ୍କୁ କହିବୁ । କେଉଁ ରାଶିର ବ୍ୟକ୍ତିକୁ କେଉଁ ପ୍ରକାର ଡର ଲାଗିରୁହେ ।

ମେଷ- ମେଷ ରାଶିର ବ୍ୟକ୍ତିଙ୍କୁ ସର୍ବଦା ଚାଲିବା ବହୁତ ପସନ୍ଦ । ଏମାନେ ଗୋଟେ ଜାଗାରେ ବହୁତ ସମୟ ବସି ପାରନ୍ତି ନାହିଁ । ତେଣୁ ମେଷ ରାଶିର ବ୍ୟକ୍ତିଙ୍କୁ “କାଠୀସୋଫୋବିୟା” ଅର୍ଥାତ ଗୋଟେ ଜାଗାରେ ବସିରହିବାର ଡର ଲାଗିରୁହେ ।

ବୃଷ-ଏହି ରାଶିର ଲୋକ ନିଜ ସୁବିଧା କ୍ଷେତ୍ର ମଧ୍ୟରେ ରହିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ଆଖପାଖରେ ଥିବା ବସ୍ତୁ ବା ପରିବେଶରେ ପରିବର୍ତ୍ତନ ପସନ୍ଦ ନୁହେଁ । ସେ ଯେମିତି ଯେଉଁଠି ଅଛନ୍ତି ସେମିତି ହିଁ ରହିବାକୁ ପସନ୍ଦ କରନ୍ତି । କୌଣସି ପ୍ରକାରର ପରିବର୍ତ୍ତନ ଏମାନଙ୍କୁ ପସନ୍ଦ ନୁହେଁ । ଏହି ରାଶିର ବ୍ୟକ୍ତି ମାନଙ୍କୁ “ଟ୍ରୋପୋଫୋବିୟା” ଅର୍ଥାତ ଆଖପାଖରେ କୌଣସି ପରିବର୍ତ୍ତନ କୁ ନେଇ ଡର ଲାଗି ରୁହେ ।

ମିଥୁନ-ମିଥୁନ ରାଶିର ବ୍ୟକ୍ତି ନିର୍ଣ୍ଣୟ ନେବାରେ ନର୍ଭସ ହୋଇଥାନ୍ତି । “ଡିସାଇଡୋଫୋବିୟା” ଅର୍ଥାତ ନିର୍ଣ୍ଣୟ ନେବାରେ ଡରନ୍ତି । ନିଜର ଏହି ଡର କାରଣରୁ ସେ କୌଣସି ବଡ ନିର୍ଣ୍ଣୟ ନିଅନ୍ତି ନାହିଁ ।

କର୍କଟ-ଏହି ରାଶିର ଲୋକଙ୍କୁ ଘରେ ରହିବା ପସନ୍ଦ । ଘରେ ଏମାନେ ନିଜକୁ ବହୁତ ସୁରକ୍ଷିତ ଅନୁଭବ କରନ୍ତି । ସାଙ୍ଗ ଏବଂ ପରିବାର ହିଁ ଏମାନଙ୍କ ସଂସାର । ଏମାନଙ୍କଠୁ ଦୂରେଇ ଯିବାର ଭାବନା ତାଙ୍କୁ ବିଚଳିତ କରିଦିଏ । ଏହି ରାଶିର ଲୋକଙ୍କୁ “ଐଗୋରାଫୋବିୟା” ଅର୍ଥାତ ଗୋଟେ ସୁରକ୍ଷିତ ଜାଗାକୁ ଛାଡିବାର ଡର ସର୍ବଦା ଲାଗି ରହେ ।

ସିଂହ-ସିଂହ ରାଶିର ବ୍ୟକ୍ତିଙ୍କୁ ଲୋକ ପ୍ରସିଦ୍ଧିରେ ରହିବା ବହୁତ ପସନ୍ଦ । ଆଖ ପାଖ ଲୋକମାନେ ତାଙ୍କ ପରିଶ୍ରମ ପାଇଁ ତାଙ୍କୁ ସାବାସୀ ଦେଲେ ଏମାନଙ୍କୁ ବହୁତ ଭଲ ଲାଗେ । କିନ୍ତୁ ଯଦି କେହି ସେମିତି ନକରନ୍ତି ତେବେ ଏମାନେ ଚିନ୍ତିତ ହୋଇପଡନ୍ତି । ଏମାନଙ୍କୁ “ଐଥାଜଗୋରୋଫୋବିୟା” ଅର୍ଥାତ ଅବହେଳିତ ହେବାର ଡର ଲାଗିରୁହେ ।

କନ୍ୟା-କନ୍ୟା ରାଶିର ବ୍ୟକ୍ତିଙ୍କୁ ସବୁ ବସ୍ତୁ ସଠିକ ଭାବରେ ରଖିବା ବା ଅରଗେନାଇଜ୍ଡ ରହିବା ବହୁତ ପସନ୍ଦ । ଏମାନଙ୍କୁ ଖେଳେଇ ହୋଇ ରହିଥିବା ବା ଏପଟ ସେପଟ କରି ରଖିବା ଜିନିଷ ପସନ୍ଦ ନୁହେଁ । ଏମାନକୁ “ଏଟୈକ୍ସୋଫୋବିୟା” ଅର୍ଥାତ ଜିନିଷ ଅରଗେନାଇଜ୍ଡ ନଥିଲେ ଏମାନେ ବ୍ୟସ୍ତ ହୋଇପଡନ୍ତି ।

ତୁଳା-ତୁଳା ରାଶିର ବ୍ୟକ୍ତି ମିଳିମିଶି ରହିବାକୁ ଭଲ ପାଆନ୍ତି । ଏମାନେ ବହୁତ ରୋମାଂଟିକ ହୋଇଥାନ୍ତି ଓ ସମ୍ପର୍କରେ ରହିବାକୁ ପସନ୍ଦ କରନ୍ତି । ଏମାନେ ଏକା ହବାକୁ ଡରନ୍ତି । ଏମାନେ “ଅଟୋଫୋବିୟା” ଅର୍ଥାତ, ଏକା ହୋଇଯିବାର ଡର ସର୍ବଦା ଲାଗି ରୁହେ ।

ବିଛା-ଏହି ରାଶିର ବ୍ୟକ୍ତି ଅନ୍ୟକୁ ଆଶ୍ଚର୍ଯ୍ୟ କରିବାର କୌଣସି ମଉକା ହାତଛଡା କରନ୍ତି ନାହିଁ । ଏମାନେ ବହୁତ ଇମୋଶନାଲ, ଅଭିମାନୀ, ସଚ୍ଚୋଟ ଓ ଗମ୍ଭୀର ଚିନ୍ତାରେ ରହୁଥିବା ବ୍ୟକ୍ତି ଅଟନ୍ତି । ଏମାନେ “ପ୍ରୋଡୋଟିଓଫୋବିୟା” ଅର୍ଥାତ ଭଲପାଇବାରେ ଧୋକା ପାଇବାକୁ ଡରନ୍ତି ।

ଧନୁ-ଏହି ରାଶିର ବ୍ୟକ୍ତି ନିୟମକୁ ମାନି ଚଳିବାକୁ ପସନ୍ଦ କରନ୍ତି ନାହିଁ । ଗୋଟେ କାମ ବାରମ୍ବାର କରିବା ଦ୍ଵାରା ଏମାନେ ବିରକ୍ତ ହୋଇଯାଆନ୍ତି । ଏମାନଙ୍କୁ “କ୍ଲସ୍ଟ୍ରୋଫୋବିୟା” ଅର୍ଥାତ ଗୋଟେ ଜାଗାରେ ବନ୍ଦ ହୋଇରହିବାର ଡର ଲାଗିରହେ ।

ମକର-ଏହି ରାଶିର ବ୍ୟକ୍ତି ସବୁ କ୍ଷେତ୍ରରେ ପର୍ଫେକ୍ଟ ହବାକୁ ଚାହାଁନ୍ତି । ଏତେ ସହଜରେ ଆପଣ ଏମାନଙ୍କ ଭୁଲ ବାହାର କରିପାରିବେ ନାହିଁ । ଏମାନଙ୍କୁ “ଅଟିକୀଫୋବିୟା” ଅର୍ଥାତ ଜୀବନରେ ମିଳିବା ଅସଫଳତାକୁ ନେଇ ଡର ଲାଗିରହେ ।

କୁମ୍ଭ-ଏହି ରାଶିର ଲୋକଙ୍କୁ ବନ୍ଧନରେ ବାନ୍ଧି ହୋଇ ରହିବାର ଡର ଲାଗିରୁହେ । ଏମାନକୁ ସ୍ଵତନ୍ତ୍ରତା ବହୁତ ପସନ୍ଦ । ଏମାନଙ୍କୁ କେହି କୌଣସି କାର୍ଯ୍ୟ ପାଇଁ ମାନ କରିଲେ ଏମାନେ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ “ମେରିଂତୋଫୋବିୟା” ଅର୍ଥାତ ସ୍ଵାଧୀନତା ହରାଇବାର ଡର ଲାଗିରୁହେ ।

ମୀନ- ମୀନ ରାଶିର ବ୍ୟକ୍ତି ସବୁଠୁ ଅଧିକ ସଂବେଦନଶୀଳ ଓ ଇମୋଶନାଲ ଅଟନ୍ତି । ନିଜର ଲୋକଙ୍କୁ ହିଁ ନେଇ ଏମାନଙ୍କ ସଂସାର । ସବୁ ସମୟରେ କୌଣସି ନିଜର ଲୋକଙ୍କୁ ହରାଇବାର ଡର ଏମାନଙ୍କୁ ଲାଗିରୁହେ । ଏମାନଙ୍କୁ “ଥୈଂଟୋଫୋବିୟା” ଅର୍ଥାତ ନିଜର ଲୋକଙ୍କୁ ହରାଇବାର ଡର ସର୍ବଦା ଥାଏ ।

Leave a Reply

Your email address will not be published. Required fields are marked *