ସକାଳୁ ଉଠି ମରିଗଲେବି ଦେଖନ୍ତୁ ନାହିଁ ଏହି 5 ଟି ଜିନିଷ, ନଚେତ ହେବ ସର୍ବନାଶ

ବ୍ୟକ୍ତି ସକାଳେ ଉଠିବା ପରେ ଏମିତି କିଛି ଜିନିଷର ଦେଖିଲେ ଶୁଭ ହୋଇଥାଏ । ଆମ ଘରେ ବା ଘର ଆଖପାଖରେ ଏମିତି କିଛି ଜିନିଷ ରହିଛି ଯାହା ଦ୍ଵାରା ସକାରାତ୍ମକ ବା ନାକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଆମ ଶାସ୍ତ୍ରରେ ଏମିତି କିଛି ଜିନିଷ ବିଷୟରେ କୁହା ଯାଇଛି ଯାହାର ଦର୍ଶନ କରିବା ଦ୍ଵାରା ଶୁଭ ହୋଇଥାଏ । ଯେଉଁ ଜିନିଷ ଦେଖିଲେ ବ୍ୟକ୍ତି ଜୀବନରେ ସମସ୍ଯା ସୃଷ୍ଟି ହୁଏ ନାହି ତାହା ଦେଖିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ସକାଳେ ଉଠିବା ପରେ କେଉଁ ଜିନିଷ ଦେଖିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଆଇନା : ବ୍ୟକ୍ତି ସକାଳେ ଉଠିବା ପରେ ଆଇନା ଦେଖିବା ଅନୁଚିତ । ବାସ୍ତୁ ଅନୁସାରେ ସକାଳେ ଆଇନା ଦେଖିବା ଦ୍ଵାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ । ଜୀବନରେ ଉନ୍ନତି ଆସିବା ବଳରେ ଅଗ୍ରଗତି ଆସିଥାଏ । ସକାଳେ ଉଠିବା ପରେ ଆମ ନିଜ ଚେହେରା ଆଇନାରେ ଦେଖିଲେ ଏହାର ନାକାରାତ୍ମକ ପ୍ରଭାବ ପଡିଥାଏ ।

୨- ଛାଇ : ଶାସ୍ତ୍ର ଅନୁସାରେ ସକାଳୁ ନିଜର ଛାଇ ଦେଖିଲେ ଦୁର୍ଭାଗ୍ୟ ଆସିଥାଏ । କାରଣ ଛାଇ ମଣିଷ ଜୀବନରେ ଭ୍ରମ ଓ ଭୟ ସୃଷ୍ଟି କରିଥାଏ । ଏହା ସହ ଧନ ହାନି ହେବା ସହ ଜୀବନରେ ଉନ୍ନତି ହୋଇନଥାଏ ।

୩- ହାତର ପାପୁଲି : ବ୍ୟକ୍ତି ସକାଳୁ ଉଠିବା ପରେ ନିଜ ହାତର ପାପୁଲି ଦେଖିବା ଉଚିତ । କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ମା ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ପ୍ରଭୁ ଶ୍ରୀକୃଷ୍ଣ ବାସ କରିଥାନ୍ତି । ହାତର ପାପୁଲି ଦେଖିଲେ ଧନ ବୃଦ୍ଧି ହେବା ସହ ଜୀବନରେ ଉନ୍ନତି ଆସିଥାଏ । ବିଦ୍ୟାର୍ଥୀ ମାନେ ସକାଳେ ଉଠିବା ପରେ ହାତ ପାପୁଲି ଦର୍ଶନ କରି ପାଠ ପଢିବା ଉଚିତ ।

୪- ଗାଈ : ସକାଳେ ଉଠିବା ପରେ ଗାଇର ଦର୍ଶନ ହେଲେ ତାକୁ ନ ଘଉଡାଇ ଗାଈକୁ ରୋଟି ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ । ଆପଣଙ୍କର ଅଟକି ଥିବା କାମ ପୁରା ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।

୫- ତୁଳସୀ ଗଛ : ସକାଳୁ ଉଠିବା ପରେ ତୁଳସୀ ଗଛର ଦର୍ଶନ କରିବା ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କର ଦିନ ଭଲ ରହିଥାଏ । ଯଦି ତୁଳସୀ ଗଛ ଶୁଖିଯାଏ ତେବେ ଏହା କୌଣସି ବିପଦର ସଙ୍କେତ ଦେଇଥାଏ । ଏଥିପାଇଁ ମା ତୁଳସୀଙ୍କର ଦର୍ଶନ କରି ବାହାରକୁ ଯିବା ଉଚିତ ।

୬- ସୂର୍ଯ୍ୟଙ୍କୁ ଜଳ ଅର୍ପଣ : ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବତାଙ୍କୁ ସକାଳେ ଜଳ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ । ଏପରି କରିବା ଦ୍ଵାରା ବ୍ୟକ୍ତିକୁ ତାର ପରଜନ୍ମର ଫଳ ପ୍ରାପ୍ତି ହୋଇଥାଏ । ସକାଳୁ ଉଠି ସ୍ନାନ କରିବା ପରେ ତମ୍ବା ଢଳରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *