ସକାଳ 3 ରୁ 5 ମଧ୍ୟରେ ନିଦ ଭାଙ୍ଗିଲେ ମିଳିଥାଏ ଏହି ସବୁ ସଂକେତ… ଆପଣଙ୍କ ନିଦ ଏହି ସମୟରେ ଭାଙ୍ଗୁଥିଲେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ କିଛି ଲୋକଙ୍କର ନିଦ ସକାଳ 3ରୁ 5ଟା ମଧ୍ୟରେ ଖୋଲିଥାଏ । କିନ୍ତୁ ଏହା ସାଧାରଣ କଥା ନୁହେଁ । ଏହା ଏକ ପ୍ରକାରର ଭଗବାନଙ୍କ ସଂକେତ ମାନାଯାଏ । ଏହା ପଛରେ ବହୁତ ବଡ ରହସ୍ୟ ମଧ୍ୟ ରହିଛି । ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦ୍ରୁଷ୍ଟି କୋଣରେ ଏହି ସମୟରେ ନିଦ ଭାଙ୍ଗିଲେ ଅନେକ ଫାଇଦା ମିଳିଥାଏ । ଯାହା ଅନେକ ଲୋକ ଜାଣି ନ ଥାନ୍ତି । ଏହି ସମୟକୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମ ମୂହୁର୍ତ୍ତ କୁହାଯାଏ । ଆଜି ଆମେ ଜାଣିବା ସକଳ 3ରୁ 5ଟା ମଧ୍ୟରେ ନିଦ ଭାଙ୍ଗିବାର କେଉଁ କେଉଁ ସଂକେତ ମିଳିଥାଏ ।

ପ୍ରାଚୀନ କାଳ ରୁ ରୁଷୀ ମୁନି ଏହି ସମୟରେ ଜାଗୃତ ରହିଥିଲେ । ଭଗବାନ କୃଷ୍ଣ ମଧ୍ୟ ଏହି ସମୟକୁ ଜାଗୃତ ହେବାର ସବୁଠୁ ଶ୍ରେଷ୍ଠ ମୁହୁର୍ତ୍ତ ବୋଲି କହିଛନ୍ତି । ଏହି ସମୟରେ ଜାଗୃତ ହେଲେ ବ୍ୟକ୍ତି ସୁସ୍ଥ ହେବା ସହ ବିଶ୍ଵସନୀୟ ହୋଇଥାଏ । ପ୍ରତେକ କାମକୁ ଧ୍ୟାନ ସହକାରେ ବ୍ୟକ୍ତି କରିଥାଏ । ଏଭଳି ବ୍ୟକ୍ତି ବୁଦ୍ଧିମାନ ହେବା କାରଣରୁ ଲୋକେ ସମ୍ମାନ ଦେଇଥାନ୍ତି । ଏହି ସମୟରେ ଜାଗୃତ ବ୍ୟକ୍ତି ଅନ୍ୟ ସହ ଖରାପ ବ୍ୟବହାର କରନ୍ତି ନାହିଁ କି କଟୁ ଶବ୍ଦ କୁହନ୍ତିନି ।

ଏଭଳି ବ୍ୟକ୍ତି ପ୍ରତେକ କାମକୁ ନିୟମିତ ଭାବେ କରିଥାନ୍ତି ଓ ସ୍ତ୍ରୀ ଚରିତ୍ରବାନ ହୋଇଥାନ୍ତି । ଏମାନେ ମାତା ପିତାଙ୍କୁ ସମ୍ମାନ କରନ୍ତି । ଏଭଳି ସ୍ଵଭାବ ଥିବା ବ୍ୟକ୍ତି ଠାରେ ବ୍ରହ୍ମା ମୂହୁର୍ତ୍ତ ରେ ନିଦ ଖୋଲିଯାଏ । ଏଭଳି ବ୍ୟକ୍ତିଙ୍କ ଠାରେ ଅଲୌକିକ ଶକ୍ତି ରହିଥାଏ । ସୂର୍ଯ୍ୟ ଉଦୟ ପୂର୍ବରୁ ଯେଉଁ ବ୍ୟକ୍ତି କାମ ଆରମ୍ଭ କରିଥାଏ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଧିକ ଥାଏ ।

ଯେଉଁ ନାରୀ ସୂର୍ଯ୍ୟ ଉଦୟ ପୂର୍ବରୁ ଘରର ଅଗଣା ସଫା କରିଥାଏ ସେହି ଘରେ ମା ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ଏମିତି ଘରେ କେବେ ବି ଦୁଃଖ ଆସେନି । ସୂର୍ଯ୍ୟ କିରଣ ଯେଉଁ ବ୍ୟକ୍ତିଙ୍କ ଠାରେ ପ୍ରଥମେ ପଡିଥାଏ ତାର ଭାଗ୍ଯର ଉଦୟ ହୋଇଥାଏ । କୌଣସି ଦିନ ସକଳ 3ରୁ 5ଟା ମଧ୍ୟରେ ଖୋଲିଗଲେ ଜୀବନରେ କିଛି ପାଇର୍ବର୍ତ୍ତନ ହେବାର ସୂଚନା ମିଳିଥାଏ ।

ଖରାପ ସମୟ ସମାପ୍ତ ହୋଇ ଭଲ ସମୟର ଆଗମନ ହେବାକୁ ଯାଉଛି । ଦୁଃଖ କଷ୍ଟ ର ଅନ୍ତ ହୋଇ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ଯେଉଁ ବ୍ୟକ୍ତିଙ୍କ ଘରେ ସକାଳୁ ଗୋମାତା ଆସିଥାନ୍ତି, ଗୋବର ଦର୍ଶନ ହୋଇଥାଏ ଏ ଭାଗ୍ୟଶାଳୀ ହୋଇଥାନ୍ତି । ବ୍ରହ୍ମ ମୂହୁର୍ତ୍ତ ରେ ଜାଗୃତ ହେବା ଇଶ୍ଵରଙ୍କର ନିକଟତର ହେବାର ସୂଚନା ଦେଇଥାଏ ।

ଏହି ସମୟରେ ନିଦ ଭାଙ୍ଗି ଗଲେ ଦିବ୍ୟ ଶକ୍ତି ସାଥିରେ ଅଛନ୍ତି ବୋଲି ସୂଚନା ମିଳିଥାଏ । ଏହି ସମୟରେ ଆରାଧନା କରାଗଲେ ଏହା ଈଶ୍ବରଙ୍କ ନିକଟକୁ ଯାଇଥାଏ । ଏହି ସମୟରେ ଜାଗୃତ ବ୍ୟକ୍ତି ପ୍ରାମାଣିକ ଓ ଭଲ ବ୍ୟକ୍ତି ଅଟନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *