ସକାଳୁ ଉଠି କବାଟ ଖୋଲିବା ପୂର୍ବରୁ କରନ୍ତୁ ଏହି 1 କାମ, ରୋଡ଼ପତି ବି ହେବେ କରୋଡପତି 

ନମସ୍କାର ବନ୍ଧୁଗଣ, ଧନର ଅଭାବକୁ ପୁରା କରିବା ପାଇଁ ସରା ସଂସାରର ଲୋକ ନିଜର ଘର ପରିବାର ଛାଡି ସ୍ନେହ ମମତା ଠାରୁ ଦୂରରେ ରହି ରୋଜଗାର କ୍ଷମ ହେବାରେ ଚେଷ୍ଟାରତ ଅଛନ୍ତି । ଆପଣ ଚେଷ୍ଟା କରିବା ସହ ସକାଳୁ ଉଠିବା ପୂର୍ବରୁ ଏହି ଗୋଟିଏ କାମ କରନ୍ତୁ ଯାହା ଆପଣଙ୍କ ଭାଗ୍ୟ ବଦଳାଇଦେବ । ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ଫଳରେ ଧନର ଆଗମନ ହୋଇଥାଏ ।

ପ୍ରଥମ: ଆପଣ ନିଜ ମୁଖ୍ୟ କବାଟର ଦୁଇ ପଟରେ ସ୍ଵସ୍ତିକ ଚିହ୍ନ ନିହାତି ତିଆରି କରନ୍ତୁ । ବେଶି ବଡ କରିବେ ନାହିଁ । ଆପଣ ଏହାକୁ ତିଆରି କରିବା ପାଇଁ ସୋରିଷ ତେଲରେ ସିନ୍ଦୁର ମିଶାଇ କରିପାରିବେ । ଏବଂ ଘିଅରେ ମଧ୍ୟ ସିନ୍ଦୁର ମିଶାଇ ଆପଣ ସ୍ଵସ୍ତିକ ଚିହ୍ନ ଆଙ୍କିପାରିବେ । ସ୍ଵସ୍ତିକ ଚିହ୍ନର ଦୁଇପଟେ ସିଧା ଗାର ଦୁଇଟି ନିଶ୍ଚୟ ପକାନ୍ତୁ । ଏହା ମାତା ଲକ୍ଷ୍ମୀଙ୍କୁ ବାନ୍ଧି ରଖିଥାଏ ଆପଣଙ୍କ ଘରେ । ଯଦି ଆପଣ ସ୍ଵସ୍ତିକ ସେମିତି ଖାଲି ଆଙ୍କିଦେବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବେ  ରୁହନ୍ତୁ ନାହିଁ ।

ଦିତୀୟ: ଆପଣ ଅକ୍ଷତ ଚାଉଳକୁ ପାଣିରେ ଅଧ ଘଣ୍ଟା ଭିଜାଇ ଦିଅନ୍ତୁ । ଏହାପରେ ଆପଣ ସେହି ଭିଜା ଚାଉଳକୁ ବାଟି ଦିଅନ୍ତୁ । ଏବଂ ସେଥିରେ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ । ଏହି ମିଶ୍ରଣରେ ମୁଖ୍ୟ କବାଟର ଦୁଆର ବନ୍ଧର ଠିକ ମଝିରେ ଓମ ଲେଖିଦିଅନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ।

ତୃତୀୟ: ଯଦି ଆପଣଙ୍କ ଘର କବାଟ ପାଖରେ ଫାଙ୍କା ଜାଗା ରହିଛି ତେବେ ସେହି ଜାଗାରେ ତୁଳସୀ ଗଛଟିଏ ନିଶ୍ଚୟ ଲଗାନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରକୁ ରୋଗ ପ୍ରବେଶ କରିପାରେ ନାହିଁ । ସବୁବେଳେ ମୁଖ୍ୟ ଦ୍ଵାରକୁ ସଫା ସୁତୁରା ରଖିବା ପାଇଁ ଚେଷ୍ଟା କରନ୍ତୁ । ଚତୁର୍ଥ: ସାମି ଗଛକୁ କେବେ ଘର ଭିତରେ ଲଗାଇବା ଉଚିତ ନୁହେଁ ।

ଯଦି ଲଗାଉଛନ୍ତି ତେବେ ଘରର ମୁଖ୍ୟ ଦ୍ଵାର ବାହାରେ ବାମ ପଟରେ ଲଗାନ୍ତୁ । ନିୟମିତ ଭାବରେ ସୋରିଷ ତେଲର ଦୀପ ନିଶ୍ଚୟ ଜଳାନ୍ତୁ । ପଞ୍ଚମ: ଘରର ମହିଳା ମାନେ ସକାଳୁ ଉଠିବା ମାତ୍ରେ କବାଟ ଖୋଲିବା ପରେ ପ୍ରଥମେ କବାଟର ଦୁଇ ପଟରେ ଅଳ୍ପ ଅଳ୍ପ ଜଳ ଢାଳନ୍ତୁ ।

ଆପଣ ରାତିରେ ଠାକୁରା ପୂଜା ଢାଳରେ କିଛି ଶୁଦ୍ଧ ପାଣି ରଖି ସୁଅନ୍ତୁ ଏବଂ ଏହାକୁ ସକାଳୁ ଉଠି କବାର ଦୁଇ ପଟରେ ଢାଳନ୍ତୁ । ଯଦି ଆପଣ ଗଙ୍ଗା ଜଳ ଢାଳିବେ ତେବେ ଏହା ଆହୁରି ଫଳଦାୟୀ ରହିବ ଆପଣଙ୍କ ପାଇଁ । ଏହା କରିବା ଦ୍ଵାରା ଧନର ଅଭାବ ଘରେ ରହିବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟତି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *