ସକାଳୁ ଉଠି କରିନ୍ତୁ ଏହି 6ଟି କାମ, ଭାଗ୍ୟର ସବୁ ଦ୍ଵାର ଖୋଲିଯିବ- Vaastu Shastra

ବାସ୍ତୁ ଶାସ୍ତ୍ର ରେ ଅଦଭୂତ ଓ ଅନୋଖା ବିଚାର ବିଷୟରେ କୁହା ଯାଇଛି ଯାହା ମଣିଷ ଜୀବନରେ କାମରେ ଆସିଥାଏ । ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି ଯଦି ଆପଣ ନିଜର ଭାଗ୍ୟକୁ ଖୋଲିବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠିବ ପରେ କିଛି କାମ କରିବା ଉଚିତ । ଘରର ଗୁରୁଜନ ମାନେ କିଛି ନା କିଛି ଶିକ୍ଷା ଦେଇଥାନ୍ତି । ଯାହା ଦ୍ଵାରା ଜୀବନରେ କିଛି ସମସ୍ଯା ହୁଏ ନାହି । ଏ ସବୁ କାମ କେବଳ ଭଲ ପାଇଁ ନୁହେଁ ବରଂ କାମ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଧନର ଆଗମନ ହେବା ସହ ଭାଗ୍ୟ ଉପଦାୟ ହୋଇଥାଏ ।

୧- ଶାସ୍ତ୍ର ଅନୁଯାୟୀ ସକାଳୁ ଉଠିବା ପରେ ନିଜର ହାତ ପାପୁଲି ର ଦର୍ଶନ କରିବା ଉଚିତ । ତଳେ ପାଦ ରଖିବା ପୂର୍ବରୁ ପ୍ରଥମେ ଧରିତ୍ରି ମା ଙ୍କୁ କ୍ଷମା ଯାଚନ ଅକରିବା ଉଚିତ । ଶାସ୍ତ୍ର ଅନୁଯାୟୀ ଧରିତ୍ରୀ ମା ଯିଏ ଆମ ବୋଝ ଉଠାଇଥାନ୍ତି । ଏହା ଦ୍ଵାରା ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।

୨- ବାସ୍ତୁ ଅନୁଯାୟୀ ସକାଳୁ ଉଠିବ ପରେ ସ୍ନାନ କରିବା ଉଚିତ । ଏହା ସହ ସ୍ନାନ କରିବା ସମୟରେ ସବୁ ତୀର୍ଥ ସ୍ଥଳ ଓ ପବିତ୍ର ସ୍ଥାନର ନାମ ସ୍ମରଣ କରିବା ଉଚିତ । ଏମିତି କରିବା ଦ୍ଵାରା ସବୁ ତୀର୍ଥ ସ୍ଥାନ ଗୁଡିକର ପୂଣ୍ୟ ପ୍ରାପ୍ତ ହୋଇଥାଏ । ଯଦି ସମ୍ଭବ ହୁଏ ତେବେ ସ୍ନାନ କରିବା ସମୟରେ ଗଙ୍ଗା ଜଳ ପାଣିରେ ମିଶାଇବା ଉଚିତ । ଏହା ପରେ ତମ୍ବା ପାତ୍ର ରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଦିନର ଆରମ୍ଭ ଭଲ ହୋଇଥାଏ । ଏହ ସହ ସୂର୍ଯ୍ୟଙ୍କର କୁଣ୍ଡଳୀରେ ଶୁଭ ପ୍ରଭାବ ପଡିଥାଏ ।

୩- ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରେ ତୁଳସୀ ଗଛରେ ଜଳ ଦେବା ଉଚିତ । ଏହା ପରେ ଘରେ ଠାକୁର ପୂଜା କରିବା ନିହାତି ଜରୁରୀ ଅଟେ । ଯଦି ସମ୍ଭବ ହୁଏ ତେବେ ଗାଈ କୁ ରୋଟି ଖାଇବାକୁ ଦେବା ଦ୍ଵାରା ପୂଣ୍ୟ ପ୍ରାପ୍ତ ହୋଇଥାଏ । ଧନର ଅଭାବ ହୁଏ ନାହି ।

୪- ସକାଳୁ ଉଠିବା ପରେ ଜରୁରୀ କାମ ବା ଅଫିସ ଯିବା ସମୟରେ ମାତା ପିତା ଙ୍କ ଆଶୀର୍ବାଦ ନେବା ଉଚିତ । ଏହା ସହ ଭଗବାନ ନାମ ସ୍ମରଣ କରିବା ଉଚିତ । ଏମିତି କି ପିଲା ମାନେ ମଧ୍ୟ ମାତା ପିତା ଙ୍କ ଆଶୀର୍ବାଦ ନେବା ଉଚିତ । ଘରେ ବାହାରିବା ସମୟରେ ନାସିକା ରେ ଯେଉଁ ସ୍ଵର ଚାଲିଥିବ ସେହି ପାଦ ସର୍ବ ପ୍ରଥମେ ବାହାର କରିବା ଉଚିତ ।

ତେବେ ଏହା ଥିଲା ସେହି ସବୁ କାମ ଯାହା ସକାଳୁ ଉଠିବ ପରେ ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି । ଏହା କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ସହ ଧନ ଲାଭ ହୋଇଥାଏ । ଏହା ସହ ଭାଗ୍ୟ ଦ୍ଵାରା ମଧ୍ୟ ଖୋଲିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *