ସନ୍ଧ୍ୟା ସମୟରେ ଘରର ଏହି ଜାଗାରେ ଜାଳି ଦିଅନ୍ତୁ ଗୋଟେ ଦୀପ, ଯାହା ବି ସମସ୍ଯା ଥିବ ସବୁ ଦୂର ହୋଇଯିବ ।

ବନ୍ଧୁଗଣ ଦୀପ ଜାଳିବା ଶୁଭ ହୋଇଥାଏ । ପୂଜା ସମୟରେ ହେଉ ବା ଅନ୍ୟ ଯେ କୌଣସି ସମୟରେ ହେଉ ଘରେ ଦୀପ ଜାଳିବା ଶୁଭ ଭାବେ ବିଚାର କରା ଯାଇଥାଏ । ଦୀପ ଜାଳିବା ଦ୍ଵାରା ଅନ୍ଧାର ଦୂର ହୁଏ ଓ ଆଲୋକ ର ଛାୟା ଖେଳିଯାଏ । ଦୀପ ମଣିଷକୁ ପଥ ଦେଖାଇ ଥାଏ । ଦୀପ ଜାଳିବା ଦ୍ଵାରା ଘରେ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଦୀପ ଘରର ଉଜ୍ବଳତା କୁ ମଧ୍ୟ ବୃଦ୍ଧି କରିଥାଏ ।

ଦୀପ ଦାନ କରିବା ର ମଧ୍ୟ ବିଶେଷ ବିଧି ବିଧାନ ରହିଛି । ଆଜି ଆମେ ଜଣାଇବା ସନ୍ଧ୍ଯା ସମୟରେ କିପରି ଗୋଟେ ଦୀପ ଜାଳିବା ଦ୍ଵାରା ସବୁ ସମସ୍ୟାର ସମଧାନ ହୋଇ ପାରିବ । କେଉଁ ଭଳି ଦୀପ କେଉଁ ଜାଗାରେ ଗୃହରେ ଲଗାଇବା ଦ୍ଵାରା ସମସ୍ଯା ଦୂର ହୋଇଥାଏ ।ଅନେକ ଥର ପଇସା ଟଙ୍କା ଅଭାବ କାରଣରୁ ଘରେ ଅଭାବ ଅନଟନ ଦେଖାଯାଏ । ଏହି ସମୟରେ ସୂର୍ଯ୍ୟାସ୍ତ ପରେ ଧନର ଦେବୀ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ଉପାୟ କରିବାକୁ ପଡିଥାଏ ।

ସୂର୍ଯ୍ୟାସ୍ତ ପରେ ଘରର ମୁଖ୍ୟ ଦ୍ଵାର ରେ ଡାହାଣ ଓ ବାମ ର ଉତ୍ତର ଦିଗରେ ଘିଅର ଦୀପ ଜଳାଇବା ଉଚିତ । ଏହା ଦ୍ଵାରା ଗୃହକୁ ପଜେଟିଭ ଊର୍ଜା ର ସଂଚାର ହୋଇଥାଏ । ଓ ଗୃହକୁ ମା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ । ଏହା ସହ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ସୋରିଷ ତେଲ ର ଦୀପ ଜଳାଇବା ଶୁଭ ହୋଇଥାଏ ।

ଏହା ଦ୍ଵାରା ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ କୃପା ପ୍ରାପ୍ତ ହୁଏ । ଘରୁ ନେଗେଟିଭ ଊର୍ଜା ଓ ଅନ୍ଧାର ଦୂର କରିବା ପାଇଁ ତିଳ ତେଲ ରେ ଦୀପ ଜାଳିବା ଉଚିତ ସନ୍ଧ୍ୟା ସମୟରେ । ଏହି ଦୀପ ଘରର ଛାତ ଉପରେ ଜାଳିବା ଉଚିତ । ଶନି, ରାହୁ, କେତୁ ଙ୍କ ପ୍ରଭାବ ବଳ ରହିବା ପାଇଁ ଘର ପାଖରେ ଓସ୍ତ ଗଛ ଥିଲେ ଦୀପ ଟି ଜାଳିବା ଉଚିତ । କିନ୍ତୁ ଧ୍ୟାନ ରଖିବେ ଏହି ଦୀପ ରବିବାର ଦିନ ଜାଳିବା ଉଚିତ ନୁହେଁ ।

କାରଣ ରବିବାର ଦିନ ଓସ୍ତ ଗଛର ପୂଜା କରିବା ଉଚିତ ନୁହେଁ । ତେବେ ଗୃହ ରେ ସନ୍ଧ୍ଯା ସମୟରେ ଏହି ଭଳି ଦୀପ ଜାଳିବା ଦ୍ଵାରା ଘର ର ସୁଖ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ । ଓ ଘରେ ଯେତେ ବି ସମସ୍ଯା ଥାଏ ତାହା ମଧ୍ୟ ଦୂର ହୋଇଥାଏ । ଦୀପ ଜାଳିବାର ଏହା ଥିଲା କିଛି ବିଶେଷ ନିୟମ । ଯାହାକୁ ଉଭୟ ପୁରୁଷ ଓ ନାରୀ ମାନେ ପାଳନ କରିବା ଉଚିତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *