ଶରୀରର କେଉଁ ଅଙ୍ଗରେ କଳାଜାଇ ରହିଲେ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ?

ହିନ୍ଦୁ ଧର୍ମରେ ବ୍ୟକ୍ତିର ଅଙ୍ଗର ବିଶେଷ ମହତ୍ଵ ରହିଛି । ବ୍ୟକ୍ତିର ଅଙ୍ଗ ଦ୍ଵାରା ତାର ସ୍ବଭାବ, ଚରିତ୍ର ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ପ୍ରାଚୀନ ରୁଷି ମାନଙ୍କ ମତରେ ମଣିଷର ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ଶରୀରର ଅଙ୍ଗରେ କଳାଜାଇର ନିର୍ମାଣ ହୋଇଥାଏ । ବ୍ୟକ୍ତିର ମୁହଁରେ ଥିବା କଳାଜାଇ ଦ୍ଵାରା ତାର ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ବ୍ୟକ୍ତି ଶରୀରରେ ଥିବା କଳାଜାଇ ଦ୍ଵାରା ବ୍ୟକ୍ତିର ଚରିତ୍ର । ସ୍ଵଭାବ ଓ ତାର ଗତିବିଧି ବିଷୟରେ ଅନୁମାନ ଲଗା ଯାଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ବ୍ୟକ୍ତି ଶରୀରରେ ଥିବା କଳାଯାଇର ମହତ୍ଵ କଣ ରହଛି ସେହି ବିଷୟରେ କହିବାକୁ ଯାଉଛୁ । ୧- ମଥାରେ ତିଳ : ଶାସ୍ତ୍ର ଅନୁସାରେ ମଥାରେ କଳାଜାଇ ଥିଲେ ଶୁଭ ହୋଇଥାଏ । ଏହିଭଳି ବ୍ୟକ୍ତି ବୁଦ୍ଧିମାନ ହେବ ସହ ଜୀବନରେ ସଫଳତା ହାସଲ କରିଥାନ୍ତି । ଯଦି ମୁଣ୍ଡର ବାମ ପଟେ କଳାଜାଇ ରହେ ତେବେ ବୟସ ଅନୁସାରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହା ସହ ଆପଣ ଦୂର ଜାଗାକୁ ଯାତ୍ରା କରିବାର ସୁଯୋଗ ପାଇବେ ।

୨- ଯଦି ଆପଣଙ୍କ ମୁଣ୍ଡର ବାମ ପଟେ କଳାଜାଇ ରହେ ତେବେ ଆପଣ ଲୋଭୀ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । କିନ୍ତୁ ଆପଣ ଧନ କମାଇବା ସହ ଭଲ ଜୀବନ ସାଥିଟି ପାଇଥାନ୍ତି । ଯିଏ ଆପଣଙ୍କ ଜୀବନ ସାରା ସାଥ ଦେଇଥାନ୍ତି ।

୩- ଯେଉଁ ମହିଳା ମାନଙ୍କର ମୁଣ୍ଡର ମଧ୍ୟ ଭାଗରେ କଳାଜାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ଏମାନେ ଯେଉଁ ଘରେ ବିବାହ କରି ଯାଇଥାନ୍ତି ସେହି ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ସହ ସେହି ଘରେ ଧନର ଅଭାବ ରହେ ନାହି ।

୪- ଯଦି ବ୍ୟକ୍ତିର ଆଖିପତାର ଡାହାଣ ଓ ବାମ ପଟେ କଳାଜାଇ ରହିଥାଏ ତେବେ ବିବାହ ପୂର୍ବରୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । କିନ୍ତୁ ବିବାହ ପରେ ଏମାନଙ୍କର ଭାଗ୍ୟ ବଦଳିଯାଏ । ଆକସ୍ମିକ ଭାବେ ଏମାନଙ୍କର ଧନ ଲାଭ ହୋଇଥାଏ ।

୫- ଯଦି ଡାହାଣ ଆଖିର ଆଖିପତା ଉପରେ କଳାଜାଇ ଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଭବିଷ୍ୟତରେ ବହୁତ ନାଁ କମାଇବା ସହ ଅମିର ହୋଇଥାନ୍ତି ।

୬- ଯଦି ଆଖି ତଳେ କଳାଜାଇ ଥାଏ ତେବେ ଏମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏମାନଙ୍କ ପାଖରେ କେବେ ବି ଧନ ରୁହେ ନାହି । ଏମାନେ ନିଜ ଜୀବନରେ ଟଙ୍କା ସଞ୍ଚୟ କରି ପାରନ୍ତି ନାହି ।

୭- ଯେଉଁ ମହିଳା ମାନଙ୍କର ଛାତିରେ କଳାଜାଇ ଥାଏ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସରକାରୀ ଚାକିରି ପ୍ରାପ୍ତ କରିଥାନ୍ତି । ପୁରୁଷ ମାନଙ୍କର ଛାତିରେ କଳାଜାଇ ଥିଲେ ସେମାନେ ବହୁତ ମେହନତୀ ହେବ ସହ ଟଙ୍କା ରୋଜଗାର କରିଥାନ୍ତି ।

୮- କାନରେ କଳାଜାଇ ଥିଲେ ବହୁତ ବୁଦ୍ଧିମାନ ହେବା ସହ ଧନର ଅଭାବ ରହେ ନାହି । ଏମାନେ ଟଙ୍କାର ସଦୁପୋଯୋଗ କରିଥାନ୍ତି ଯାହା ଭବିଷ୍ୟତ ପାଇଁ ଫାଇଦା ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *