ନମସ୍କାର ବନ୍ଧୁଗଣ, ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଅନେକ କିଛି ଉପାୟ ରହିଛି ଯାହା ଆମକୁ ଜଣାନାହିଁ । ଯେଉଁଥିପାଇଁ ଆମେ ଜୀବନରେ ଚାଲିଥିବା କଷ୍ଟ ଦରିଦ୍ରତାରୁ କେବେ ମଧ୍ୟ ମୁଳୁଳି ପାରୁନାହାନ୍ତି ଆଖିରୁ ଲୁହ ଝରିବା ବନ୍ଦ ହେଉନାହିଁ । ତେଣୁ ଆଜି ଆମେ ଏହି ସବୁରୁ ମୁକ୍ତି ପାଇବା ପାଇଁ ଆପଣ ମାନଙ୍କୁ ଏକ ଉପାୟ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।
ପ୍ରଥମ: ଆପଣ ଶୁକ୍ରବାର ଦିନ ରାତିରେ ଏକ ଲାଲ ରଙ୍ଗର କପଡା ନିଅନ୍ତୁ । ଏବଂ ସେଥିରେ ଗୋଟିଏ ଲବଙ୍ଗ ରଖନ୍ତୁ । ଏହାକୁ ବାନ୍ଧି ଆପଣ ମା ଲକ୍ଷ୍ମୀଙ୍କ ଚରଣ ପାଖରେ ରଖନ୍ତୁ । ଏହା କରିବା ଫଳରେ ଆପଣଙ୍କ ଧନକୁ କାହାର ନଜର ଲାଗିନଥାଏ । ଦିତୀୟ: ଶୁକ୍ରବାର ଦିନ ଆପଣ ଗୋଲାପର ପାଖୁଡା ଉପରେ ଦୁଇଟି ଲବଙ୍ଗ ରଖି ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ।
ପୂଜା ପରେ ଆପଣ ସେହି ଦୁଇଟି ଲବଙ୍ଗକୁ ପ୍ରସାଦ ରୂପରେ ସେବନ କରନ୍ତି । ଏହା କରିବାଦ୍ଵାରା ଆପଣଙ୍କ ଭାଗ୍ୟର ରାସ୍ତା ଖୋଲିଥାଏ । ଆପଣଙ୍କ ଜୀବନରେ ଅନେକ ଖୁସି ଆସିଥାଏ । ତୃତୀୟ: ଆପଣ ଏହିଦିନ ମାତା ଲକ୍ଷ୍ମୀଙ୍କୁ ଚାଉଳ ଅର୍ପଣ କରନ୍ତୁ । ଭାଙ୍ଗିଥିବା ଚାଉଳ ଅର୍ପଣ କରିବେ ନାହିଁ । ଅକ୍ଷତ ଚାଉଳ ହିଁ ଅର୍ପଣ କରିବେ । ଚତୁର୍ଥ: ଶୁକ୍ରବାର ଦିନ ଘରୁ ବାହାରକୁ ଯିବା ସମୟରେ ଦହି ଖାଇ ଯାଅନ୍ତୁ । ଆପଣଙ୍କ ସମସ୍ତ କାର୍ଯ୍ୟ ଏହାଦ୍ୱାରା ପୁରା ହୋଇଥାଏ ।
ପଞ୍ଚମ: ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ ବେଶି ଅସୁବିଧା ଦେଖା ଦେଉଥାଏ ତେବେ ଆପଣ ପରସ୍ପରଙ୍କୁ ଧଳା ମିଠା ଖୁଆନ୍ତୁ । ଯଦି ବେଶି କଷ୍ଟ ଆପଣ ପାଉଥାନ୍ତି ତେବେ ଶୁକ୍ରବାର ଦିନ ନିଜ ଶୋଇବା ଘରେ ଲୁଣକୁ ଏକ କାଚ ପାତ୍ରରେ ରଖିଦିଅନ୍ତୁ । ପ୍ରତି ସପ୍ତାହରେ ଆପଣଙ୍କୁ ଏହା ବଦଳାଇବା ଆବଶ୍ୟକ ।
ଆପଣ ପାରିବେ ତ ଦୁଇ ଚୋରୋଟି ଲବଙ୍ଗ ରଖି ଦିଅନ୍ତୁ । ଧ୍ୟାନରେ ରଖିବେ ଲୁଣକୁ ଘୋଡାଇବେ ନାହିଁ । ଏହା ଦ୍ଵାରା ଆପଣଙ୍କ ଘରୁ ନକରାତ୍ମକ ଶକ୍ତି ଶେଷ ହେବ ଏବଂ ଆପଣଙ୍କ ମଧ୍ୟରେ ପ୍ରେମ ବଢିବାକୁ ଲାଗିବ । ଷଷ୍ଠ: ଶୁକ୍ରବାର ଦିନ ଓସ୍ତ ଗଛର ପୂଜା କରନ୍ତୁ । ଏହିଦିନ ମା ଲକ୍ଷ୍ମୀ ଓସ୍ତ ଗଛରେ ନିବାସ କରିଥାନ୍ତି ।
ସପ୍ତମ: ଆପଣ ଶୁକ୍ରବାର ଦିନ ସନ୍ଧ୍ୟାରେ ଆପଣ 5ଟି ଲବଙ୍ଗ ନିଅନ୍ତୁ କର୍ପୁର, ଘିଅବତୀ ଏବଂ 3ଟି ଲବଙ୍ଗକୁ ଏକା ସାଙ୍ଗରେ ଜଳାଇ ଦିଅନ୍ତୁ । ଏହାକୁ ଜଳାଇ ସବୁ ଘରେ ବୁଲାନ୍ତୁ । ଏହାପରେ ଆପଣ ଏହାର ପାଉଁଶକୁ ଘର ମୁଖ୍ୟଦ୍ଵାରରେ ରଖିଦିଅନ୍ତୁ । ଏହା ଆପଣଙ୍କ ଘରେ ଥିବା ଧନ ସମସ୍ୟାକୁ ଦୂର କରିଥାଏ ଏବଂ ଜୀବନରେ ଅପାର ଧନର ଆଗମନ କରାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।