ସିନ୍ଦୁର କେଉଁ ଜାଗାରେ ଲଗାଇଲେ ସ୍ଵାମୀର ଆୟୁଷ ବୃଦ୍ଧି ହୋଇଥାଏ, ମହିଳା ମାନେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ସଧବା ନାରୀର ପରିଚୟ ଦେଇଥାଏ ସିନ୍ଦୁର । ସିନ୍ଦୁର ନାରୀ ପାଇଁ ବିବାହିତ ହେବାର ଏକ ସୂଚକ ଅଟେ । ଶାସ୍ତ୍ର ଅନୁଯାୟୀ ସ୍ଵାମୀ ପାଇଁ ସ୍ତ୍ରୀ ମାନେ ନିଜ ମଥାରେ ସାରା ଜୀବନ ସିନ୍ଦୁର ଲଗାଇଥାନ୍ତି । ସିନ୍ଦୁର ଲଗାଇବାର କିଛି ଉଚିତ ସ୍ଥାନ ରହିଛି ଯେଉଁଠାରେ ଆପଣ ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ ଏବଂ ପିଲା ତଥା ଶାଶୁ ଶଶୁରଙ୍କର ମଧ୍ୟ ଆୟୁଷ ବୃଦ୍ଧି ହୋଇଥାଏ ।  ତେବେ ଆସନ୍ତୁ ଜାଣିବା କେଉଁ ଜାଗାରେ ସ୍ତ୍ରୀମାନେ ସିନ୍ଦୁର ଲଗାଇଲେ ବଢିଥାଏ ସ୍ଵାମୀର ଆୟୁଷ ।

ସାଧବା ନାରୀ ମାନଙ୍କୁ ଚାରୋଟି ଜାଗାରେ ସିନ୍ଦୁର ଲଗାଇବାର ଶାସ୍ତ୍ର ପ୍ରମାଣ ରହିଛି । ସିନ୍ଥି, ଲଲାଟ, ଗଳା ଏବଂ ହସ୍ତର ମଧ୍ୟ ଭାଗ ବା ମଣିବନ୍ଧରେ ସିନ୍ଦୁର ସଧବା ନାରୀ ମାନଙ୍କୁ ଲଗାଇବା ନିହାତି ଦରକାର । ସିନ୍ଥିରେ ଯେଉଁ ସିନ୍ଦୁର ନାରୀ ଧାରଣ କରିଥାଏ ତାହା ମାତା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ହୋଇଥାଏ । ଏହାଦ୍ଵାରା ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି । ତେଣୁ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ମାତା ଲକ୍ଷ୍ମୀଙ୍କ ନାମ ନେଇ ନିଜ ସ୍ଵାମୀଙ୍କ ଆୟୁ ବୃଦ୍ଧି ନିମନ୍ତେ ସିନ୍ଥିରେ ମହିଳା ମାନେ ସିନ୍ଦୁର ଲଗାଇବା ଉଚିତ ।

ନାରୀ ମାନେ କଣ୍ଠରେ ମା ସରସ୍ଵତୀଙ୍କ ନିମନ୍ତେ ସିନ୍ଦୁର ଧାରଣ କରିଥାନ୍ତି । ଏବଂ ସନ୍ତାନ ମାନଙ୍କ ଉଦ୍ଦେଶ୍ୟରେ ଲଗାଇଥାନ୍ତି ନାରୀମାନେ । ସନ୍ତାନର ଦୀର୍ଘାୟୁ କାମନା କରି ସରସ୍ଵାତୀଙ୍କ ନାମ ନେଇ ଗଳାରେ ସିନ୍ଦୁର ଧାରଣ କରନ୍ତି । ଲଲାଟ ତଥା ମଥାରେ ଯେତେବେଳେ ସିନ୍ଦୁର ଧାରଣ କରିଥାନ୍ତି ନାରୀମାନେ ତାହା ମା ସାବିତ୍ରୀଙ୍କ ଉଦେଶ୍ୟରେ ସିନ୍ଦୁର ଧାରଣ କରନ୍ତି ।

ମଥାରେ ସିନ୍ଦୁର ଲଗାଇବା ସମୟରେ ଶାଶୁ ଶଶୁରଙ୍କ ଦୀର୍ଘାୟୁ କାମନା କରି ସୁସ୍ଥ ଜୀବନ ଜାପନ କାମନା କରି ସାବିତ୍ରୀଙ୍କ ଉଦେଶ୍ୟରେ ମଥାରେ ସିନ୍ଦୁର ଧାରଣ କରନ୍ତି । ହସ୍ତର ମଣିବନ୍ଧରେ ମାଆ ପାର୍ବତୀଙ୍କ ଉଦେଶ୍ୟରେ ନାରୀମାନେ ସିନ୍ଦୁର ଲଗାଇଥାନ୍ତି । ଏଠାରେ ସିନ୍ଦୁର ଲଗାଇବା ଦ୍ଵାରା ମାଆ ନାରୀ ମାନନ୍ତୁ ସତୀତ୍ଵ ପ୍ରଦାନ କରିଥାନ୍ତି ।

ତେଣୁ ମାତା ପାର୍ବତୀଙ୍କ ନାମରେ ମଣିବନ୍ଧରେ ସଧବା ନାରୀମାନେ ସିନ୍ଦୁର ଲଗାଇବା ଉଚିତ । ତେଣୁ ଆପଣ ଏହି ଚାରୋଟି ସ୍ଥାନରେ ନିହାତି ଭାବରେ ସିନ୍ଦୁର ଲଗାନ୍ତୁ । ସଧବା ନାରୀ ସିନ୍ଥିରେ ସିନ୍ଦୁର ଲଗାଇବା ପଛର ଉଦେଶ୍ୟ ରହିଥାଏ ଅହିସୁଲକ୍ଷଣୀ ହୋଇ ଦୁନିଆ ଛାଡିବା ପାଇଁ । ତେଣୁ ସିନ୍ଥିରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ତ୍ରୀର ଆୟୁଷ କମିଥାଏ ଏବଂ ତାହା  ସ୍ଵାମୀକୁ ମିଳିଥାଏ ।

ଯାହାଫଳରେ ସ୍ଵାମୀର ଆୟୁଷ ବଢିଯାଇଥାଏ । ମହିଳା ମାନେ ନିଜର ମଣିବନ୍ଧରେ ଭାଗ୍ୟବତୀ ହେବା ପାଇଁ ଲଗାଇଥାନ୍ତି । ନାରୀ ଚାରି ଜାଗାରେ ସିନ୍ଦୁର ଲଗାଇବା ଦ୍ଵାରା ନାରୀକୁ ମିଳିଥାଏ ସତୀତ୍ଵ, ମୁକ୍ତି, ଭକ୍ତି ଏବଂ ଶକ୍ତି । ସିନ୍ଦୁର ଲଗାଇବାର ଏହା ହୋଇଥାଏ ପ୍ରକୃତ ଅର୍ଥ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *