ଶୋଇବା ସମୟରେ ଏହି 3ଟି ଭୁଲ କରିବା ଦ୍ଵାରା ଘରକୁ ମାଡିଆସେ ଦାରିଦ୍ରତା

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ସବୁଠାରୁ ଶାନ୍ତିର ସମୟ ଯଦି କେଉଁଟି ହୋଇଥାଏ ତେବେ ତାହା ହେଉଛି ଶୋଇବା ସମୟ । ଶୋଇବା ସମୟରେ ହିଁ ମଣିଷ ନିଜର ଦୁଃଖ ଚିନ୍ତା ଠାରୁ ଦୂରରେ ଥାଏ । କିନ୍ତୁ ଏହି ଆରାମ ସମୟରେ ମଣିଷ ବେଳେ ବେଳେ ଅଜାଣତରେ କିଛି ଭୁଲ କରିଦେଇଥାଏ । ଯାହା ଫଳରେ ଜୀବନରେ ଦାରିଦ୍ରତା ପ୍ରବେଶ କରିଥାଏ । ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ ୩ଟି ଭୁଲ କରିବା ଫଳରେ ଘରକୁ ଗରିବି ଆସିଥାଏ ।

ପ୍ରଥମ: ଆପଣ ଧ୍ୟାନ ରଖିବେ ଶୋଇବା ସମୟରେ କେବେ ମଧ୍ୟ ଉତ୍ତର ଦିଗକୁ ମୁଣ୍ଡ ରାଖୀ ଶୋଇବା ଉଚିତ ହୋଇନଥାଏ । କାରଣ ଏହା କରିବା ଫଳରେ ଆପଣଙ୍କ ବିଦ୍ୟାର ନାଶ ହୋଇଥାଏ । ଏବଂ ଆପଣଙ୍କ ଆୟୁଷ କ୍ଷୟ ହୋଇଥାଏ । ଆପଣଙ୍କ ଚିନ୍ତା କରିବା ଶକ୍ତି ମଧ୍ୟ ହ୍ରାସ ହୋଇଥାଏ । ଯେଉଁ ପରିସ୍ଥିତି ପଡୁ ନା କାହିଁକି ଆପଣ କେବେ ମଧ୍ୟ ଉତ୍ତର ଦିଗକୁ ମୁଣ୍ଡ ରଖି ସୁଅନ୍ତୁ ନାହିଁ ।

ପଶ୍ଚିମ ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇବା ଅନୁଚିତ । ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଫଳରେ ଆପଣଙ୍କ ଜୀବନରେ ଦୁଶ୍ଚିନ୍ତା ବଢିଥାଏ । ଆପଣଙ୍କୁ ନାନା ପ୍ରକାର ଅଶୁଭ ସ୍ଵପ୍ନ ମଧ୍ୟ ଆସିଥାଏ । ପୂର୍ବ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ଵାରା ଆପଣଙ୍କ ବିଦ୍ୟା ଧନ ଏବଂ ଆୟୁଷରେ ମଧ୍ୟ ବୃଦ୍ଧି ହୋଇଥାଏ । ତେଣୁ ଆପଣ ପୂର୍ବ ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ ।

ଦିତୀୟ: ସମସ୍ତ ଦୃଷ୍ଟିରୁ ଦେଖିବାକୁ ଗଲେ ଦକ୍ଷିଣ ଦିଗରୁ ମୁଣ୍ଡ ରଖି ଶୋଇବା ଠିକ ହୋଇଥାଏ । ଏହା ଫଳରେ ଆପଣଙ୍କ ଶାରୀରିକ ବଳରେ ବୃଦ୍ଧି ହେବା ସହ ମାନସିକ ବୃଦ୍ଧି ମଧ୍ୟ ହୋଇଥାଏ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଚାହୁଁଥିଲେ ସ୍ତ୍ରୀଙ୍କୁ ନିଜ ସ୍ଵାମୀଙ୍କ ବାମ ପାର୍ଶ୍ଵରେ ଶୋଇବା ଆବଶ୍ୟକ ।

ଆପଣ ଶୋଉଥିବା ସ୍ଥାନ ସମ୍ମୁଖରେ କେବେ ବି ଆଇନା ରଖନ୍ତୁ ନାହିଁ । ଏହାକୁ ଏକ ବଡ ବାସ୍ତୁ ଦୋଷ ଭାବରେ ବିବେଚନା କରାଯାଏ । ରାତିରେ ଭଲ ନିଦ୍ରା ଚାହୁଁଥିଲେ ସବୁବେଳେ ନିଜର ବାମ କର  ମାଡି ସୁଅନ୍ତୁ । ସବୁବେଳେ ନୀରବ ସ୍ଵାଭାବର ରହିବାକୁ ଚାହୁଁଥିଲେ ଶୋଇବା ପୂର୍ବରୁ ନିଜର ହାତ ଏବଂ ପାଦ ଧୋଇ ସୁଅନ୍ତୁ ।

ତୃତୀୟ : ଯଦି ରାତିରେ ଆପଣ ଶାନ୍ତିରେ ଶୋଇ ପାରୁନାହାନ୍ତି ବା ଆପଣଙ୍କୁ ଭଲ ନିଦ ହେଉନାହିଁ ତେବେ ଆପଣ ଶୋଇବା ପୂର୍ବରୁ ଭଲ ଭାବରେ ୧୫ ମିନିଟ ପର୍ଯ୍ୟନ୍ତ ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ଛାଡନ୍ତୁ । ଏହା କରିବା ଫଳରେ ଆପଣ ରାତିରେ କୌଣସି ଖରାପ ସ୍ଵପ୍ନ ଦେଖିବେ ନାହିଁ କିମ୍ବା ଆପଣଙ୍କ ନିଦ ଭାଙ୍ଗିବ ନାହିଁ । ଯାହାଫଳରେ ଆପଣ ଶାନ୍ତିରେ ଶୋଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *