ଶୋଇବା ସମୟରେ ନିଜ ପାଖରେ ଭୁଲରେ ବି ରଖନ୍ତୁ ଏହି ସବୁ ଜିନିଷ ଆସିଥାଏ ଦାରିଦ୍ର୍ୟତା… Vaastu Shastra

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ବ୍ୟକ୍ତି ସକାଳୁ ଜାଗୃତ ହେବାର ସମୟ ହେଉଛି ବ୍ରହ୍ମ ମୂହୁର୍ତ୍ତ । ଏହି ସମୟରେ ଜାଗୃତ ହେଉଥିବା ବ୍ୟକ୍ତିଙ୍କ ହାତରେ କେବେ ବି ନିରାଶା ଲାଗେନି । ଏମିତି ବ୍ୟକ୍ତିଙ୍କ ଉପରେ ଭଗବାନ କୃଷ୍ଣ ଙ୍କ କୃପା ସର୍ବଦା ରହିଥାଏ । ଆମ ଶାସ୍ତ୍ର ରେ ସକାଳୁ ଉଠିବା ଠାରୁ ରାତି ରେ ଶୋଇବା ଯାଏଁ ସବୁ କାର୍ଯ୍ୟ ବିଷୟରେ ମହତ୍ବପୂର୍ଣ୍ଣ ଜ୍ଞାନ ଦିଆ ଯାଇଛି ।

ଯାହା ପ୍ରାଚୀନ ମୁନି ରୁଷି ମାନେ 1000 ହଜାର ବର୍ଷ ପୂର୍ବରୁ କହି ଯାଇଛନ୍ତି । ଶାସ୍ତ୍ର ଅନୁଯାୟୀ ରାତିରେ ଶୋଇବା ସମୟରେ କିଛି ଏମିତି ଭୁଲ ହୋଇଯାଏ । ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ ଜିନିଷ ପାଖରେ ରଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ରାତିରେ ଶୋଇବା ସମୟରେ ଦକ୍ଷିଣ ବା ପୂର୍ବ ଦିଗକୁ ଗୋଡ ରଖିକି ଶୋଇବା ଉଚିତ ନୁହେଁ । ଉତ୍ତର ବା ପଶ୍ଚିମ ଦିଗରେ ଗୋଡ ରଖିବା ଉଚିତ ।

ବ୍ଯକ୍ତିର ମୁଣ୍ଡ ପୂର୍ବ ବା ଦକ୍ଷିଣ ଦିଗକୁ ହେବା ଉଚିତ । ଏଭଳି ଶୋଇବା ଦ୍ଵାରା ପଜେଟିଭ ଊର୍ଜା ଅଧିକ ମାତ୍ରାରେ ସଂଚାର ହୋଇଥାଏ । ଶୋଇବା ସମୟରେ ମୁଣ୍ଡ ଉପରେ ପାଣି ରଖିବା ଦ୍ଵାରା ଚନ୍ଦ୍ରମା ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ମାନସିକ ସ୍ତରରେ ପଡିଥାଏ । ତେଣୁ ଭୁଲରେ ଏମିତି କରନ୍ତୁନି । ବେଦ ପାଖରେ ଜୋତା ଚପଲ ପିନ୍ଧିବା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ ।

ଶୋଇବା ସମୟରେ ଆଇନା ରଖିବା ବା ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଡର, ଭ୍ରମ ଓ ଖରାପ ସ୍ଵପ୍ନ ମନକୁ ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇବା ସମୟରେ ତେଲ ରଖିବା ଉଚିତ ନୁହେଁ । କାରଣ ତେଲ ନେଗେଟିଭ ଶକ୍ତିକୁ ଆକର୍ଷିତ କରିଥାଏ । ଏହାର ପ୍ରଭାବ ଜୀବନରେ ପଡିଥାଏ । ମୁଣ୍ଡ ଉପରେ ବହି ରଖିକି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ବୁଧ ଗ୍ରହ କମଜୋର ହୋଇଥାଏ ।

ଏହା ସହ ମା ସରସ୍ଵତୀ ଙ୍କ ଅପମାନ ହୋଇଥାଏ । ବହି ପଢିବା ପରେ ଉଚିତ ସ୍ଥାନରେ ରଖିବା ଉଚିତ । ଶସ୍ତ୍ର ଅନୁଯାୟୀ ଟଙ୍କା ପଇସାକୁ ମୁଣ୍ଡ ଉପରେ ରଖିକୀ ସୋଇଲେ ଅଚାନକ ଖର୍ଚ୍ଚ ବଢେ ଓ ଧନ ହାନି ହୋଇଥାଏ । ବେଦ ରୁମରେ ଠିଆ କରି ଝାଡୁ ରଖିଲେ ଧନ ହାନି ହୋଇଥାଏ । ଶୋଇବା ସମୟରେ ଆଖ ପାଖରେ ନିଶା ଦ୍ରବ୍ଯ ର ଜିନିଷ ରଖିବା ଉଚିତ ନୁହେଁ ।

ଏହା ଦ୍ଵାରା ବାତାବରଣ ଅଶୁଦ୍ଧ ହୋଇଥାଏ । ମୁଣ୍ଡ ଉପରେ ଚାବି ବା ପର୍ସ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଚୋରୀ ବା ଖର୍ଚ୍ଚ ହେବାର ସମ୍ଭାବନା ଥାଏ । ନିଜର ବେଦ କୁ ସର୍ବଦା ସଫା ସୁତୁରା ରଖିବା ଉଚିତ । ବ୍ୟକ୍ତି ଶୋଇବା ସମୟରେ ହାତ ଗୋଡ ପରିଷ୍କାର କରି ଶୋଇବା ଉଚିତ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସି ନ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *