ଶ୍ରାବଣ ମାସରେ ହଳଦୀ ଏହି ଗଛ ମୂଳରେ ପୋତି ଦେଲେ ହେବ ଧନର ବର୍ଷା…

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି । ଏହି ଥର ଯୋଡା ଶ୍ରାବଣ ମାସ ପଡିଅଛି । ଆମେ ପୂର୍ବରୁ ଆପଣଙ୍କୁ ଧନ ସହ ଜଡିତ ଅନେକ ଉପାୟମାନ ବିଷୟରେ କହି ସାରିଛି । ନିଜର ମନସ୍କାମନା ପୂରଣ କରିବା ପାଇଁ ମଧ୍ୟ ଅନେକ ଉପାୟମାନ କହିଛୁ । ଆଜି ଆମେ ଜାଣିବା ଶ୍ରାବଣ ମାସରେ କେଉଁ ଗଛ ମୂଳରେ ହଳଦୀ ପୋତି ଦେଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଓ ଧନର ବୃଦ୍ଧି ହୋଇଥାଏ ।

ହଳଦୀ ହେଉଛି ଏପରି ଏକ ପବିତ୍ର ଜିନିଷ ଓ ଚମତ୍କାରୀ ଜିନିଷ ଯାହା କି ନେଗେଟିଭ ଊର୍ଜାକୁ ଦୂର କରି ପଜେଟିଭ ଊର୍ଜାକୁ ଟାଣି ଆଣିଥାଏ । ଏହି ହଳଦୀ ଏପରି ଏକ ଜିନିଷ ଯାହା ମଧ୍ୟରେ ଏମିତି ଚମତ୍କାର ଗୁଣ ରହିଛି ଯାହା ଧନ ବା ଧାନର ଲକ୍ଷ୍ମୀ ଙ୍କୁ ଚୁମ୍ବକ ପରି ଆକର୍ଷଣ କରିବାର ଶକ୍ତି ରହିଛି । ଏବେ ଆସନ୍ତୁ ନ୍ଯାଣିବା ସେହି ଉପାୟମାନ ବିଷୟରେ ।

୧- କଦଳୀ ଗଛ ରେ ୨ଟି ହଳଦୀ କୁ ନିଜର ଇଚ୍ଛା କୁ ସ୍ମରଣ କରି ଗୁରୁବାର ଦିନ ପୋତି ଦିଅନ୍ତୁ । ୭ ଦିନ ଯାଏଁ କଦଳୀ ଗଛ ମୂଳରେ ହଳଦୀ କି ରହିବାକୁ ଦିଅନ୍ତୁ । ୭ ଦିନ ସରିବା ପରେ ଯେଉଁ ଗୁରୁବାର ପଡିବ ସେହି ଦିନ ସନ୍ଧ୍ୟାରେ ହଳଦୀ କୁ ନେଇ ଆସନ୍ତୁ । ଏହି ଉପାୟ କରିବା ଦ୍ଵାରା ଇଚ୍ଛା ପୂର୍ତ୍ତି ହୋଇଥାଏ । ଏହି ହଳଦୀ କି ଆଣି ପୂଜା ଘରେ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖନ୍ତୁ ।

୨- ଘରେ ଯଦି କେହି ରୋଗରେ ଅଧିକ ଦିନ ହେବ ପଡିଛନ୍ତି ବା ବାରମ୍ବାର ରୋଗର ଶିକାର ହେଉଛନ୍ତି ଏବଂ ଘରେ ନେଗେଟିଭ ଶକ୍ତି ଥିବାର ଅନୁଭବ କରୁଛନ୍ତି ବା ମୁଣ୍ଡ ପ୍ରାୟତଃ ଭାରି ଭାରି ଲାଗୁଛି । ତେବେ ତୁଳସୀ ଗଛ ମୁଳରେ ୨ଟି ହଳଦୀ କୁ ପୋତି ଦିଅନ୍ତୁ । ତାହାକୁ ୭ ଦିନ ଯାଏଁ ରହିବାକୁ ଦିଅନ୍ତୁ । ଏହାକୁ ରବିବାର ଦିନ ଛାଡି କୁ ଅନ୍ୟ ଯେ କୌଣସି ଦିନ କରି ପାରିବେ । ୭ ଦିନ ପରେ ହଳଦୀ କୁ ଆଣି ତାବିଜ ରେ ଭର୍ତ୍ତି କରି ରୋଗରେ ପଡିଥିବା ବ୍ୟକ୍ତିଙ୍କୁ ପିନ୍ଧାଇ ଦିଅନ୍ତୁ । କୌଣସି ପ୍ରକାରର ରୋଗ ଥିଲେ ଏହା ନାସ କରିଥାଏ ।

୩- ଅଁଳା ଗଛ ମୂଳରେ ୨ଟି ହଳଦୀ କୁ ପୋତି ଦିଅନ୍ତୁ । ଏହାକୁ ୭ ଦିନ ଯାଏଁ ରହିବାକୁ ଦିଅନ୍ତୁ । ଏହି ଉପାୟକୁ ଗୁରୁବାର ଓ ଶୁକ୍ରବାର ଦିନ କରନ୍ତୁ । ୭ ଦିନ ପରେ ହଳଦୀ କୁ ଆଣି ଟଙ୍କା ରଖୁଥିବା ଜାଗାରେ ରଖନ୍ତୁ । ଏହା ଦ୍ଵାରା ଘରେ ଧନର ବୃଦ୍ଧି ହେବା ସହ ଉନ୍ନତି ଦେଖାଯାଏ ।

୪- ଧନ ପ୍ରାପ୍ତି ପାଇଁ ବା କରଜରୁ ମୁକ୍ତି ପାଇଁ ବା ଧନ ଆସିବାର ବାଟ ବନ୍ଦ ହୋଇଯାଇଥିଲେ ୨ଟି ହଳଦୀକୁ ଓସ୍ତ ଗଛ ମୂଳରେ ପୋତି ଦେଇ ୭ ଦିନ ପରେ ଆଣନ୍ତୁ । ଏହାକୁ ଗୁରୁବାର ବା ଶୁକ୍ରବାର ଦିନ କରିବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *